ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ବିୟୋଗ , ବିଭିନ୍ନ ମହଲରେ ଶୋକର ଛାୟା

August 18, 2022, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ବିୟୋଗ , ବିଭିନ୍ନ ମହଲରେ ଶୋକର ଛାୟା
Bhagyaprabha News Bureau
August 18, 2022

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ନରସିଂହ ପଣ୍ଡାଙ୍କ 84 ବର୍ଷ ବୟସରେ ବିୟୋଗ ଘଟିଛି । ସ୍ୱର୍ଗତ ପଣ୍ଡା ଗଞ୍ଜାମ ଜିଲ୍ଲାର ଚିକିଟି ମହତାବ ଏମ୍.ଇ.ସ୍କୁଲରେ ଦୀର୍ଘ 35 ବର୍ଷ ଧରି ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ଜିଲ୍ଲାରେ ଶିକ୍ଷାର ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଥିବା ଯୋଗୁଁ ତାଙ୍କୁ 1992 ମସିହାରେ ରାଜ୍ୟସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ଭାବରେ ପୁରସ୍କୃତ କରାଯାଇଥିବା ବେଳେ 1996 ମସିହାରେ ଜାତୀୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଅବସର ଗ୍ରହଣ ପରେ ସ୍ୱର୍ଗତ ନରସିଂହ ପଣ୍ଡା ବ୍ରହ୍ମପୁର ସହରରେ ରହି ଆସୁଥିବା ବେଳେ ସଦାସର୍ବଦା ବିଦ୍ୟାର୍ଥୀ ଏବଂ ବିଭିନ୍ନ ପୁସ୍ତକ ପ୍ରତି ତାଙ୍କର ରୁଚି ରହି ଆସିଥିଲା । ଇତି ମଧ୍ୟରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଲିଯାଇଛି । ମୃତ୍ୟୁ ବେଳକୁ ତାଙ୍କର ଧର୍ମପତ୍ନୀ , ପୁତ୍ରବଧୁ , ଚାରି ଝିଅ ଓ ଜ୍ୱୋଇଁ , ନାତି , ନାତୁଣି ଙ୍କ ସମେତ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଦରବାଲି ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ପଦରବାଲି ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

Read More...

ବ୍ରହ୍ମାକୁମାରୀ ଛତ୍ରପୁରଶାଖାରେ ଜନ୍ମାଷ୍ଟମୀ ସାମାରୋହ !

ବ୍ରହ୍ମାକୁମାରୀ ଛତ୍ରପୁରଶାଖାରେ ଜନ୍ମାଷ୍ଟମୀ ସାମାରୋହ !

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: