ଧରାକୋଟ ଅଞ୍ଚଳରେ ଯୁବକକୁ ଛୁରୀ ଭୁଷି ହତ୍ୟା ଉଦ୍ୟମ : ପୋଲିସ ଦ୍ବାରା ୨ ଅଟକ

August 20, 2022, ଅପରାଧ, ଗଞ୍ଜାମ, Kiran Behera
ଧରାକୋଟ ଅଞ୍ଚଳରେ ଯୁବକକୁ ଛୁରୀ ଭୁଷି ହତ୍ୟା ଉଦ୍ୟମ : ପୋଲିସ ଦ୍ବାରା ୨ ଅଟକ
Kiran Behera
[ Reporter,Digapahandi ]
Bhagyaprabha News Bureau
August 20, 2022

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଘାସିବିଲ ଗ୍ରାମ ଛକ ନିକଟରେ ଶନିବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଜଣ ଯୁବକ ଗ୍ରାମର ପ୍ରୀତମ ମହାନ୍ତି (୨୧) ନାମକ ଜଣେ ଯୁବକକୁ ଏକ ଧାରୁଆ ଛୁରୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଉଭୟଙ୍କୁ ପାଟପୁର ପୋଲିସ ସ୍ଥାନୀୟ ଗାନ୍ଧୀ ଛକ ଠାରେ କାବୁ କରିଥିବା ଜଣାପଡିଛି । ଦୁଇ ଆକ୍ରମଣ ଯୁବକ ହେଲେ ଘନଶ୍ୟାମ ରେଡ୍ଡୀ ଓ ଶୁଭମ ବେହେରା ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ଦିଆଯାଇଛି । ଖବରନୁଯାୟୀ , ଘାସିବିଲ ଗ୍ରାମର ପ୍ରୀତମ ଓ ଘନଶ୍ୟାମ ମଧ୍ୟରେ ଗତ ୧୦ ରୁ ୧୫ ଦିନ ମଧ୍ୟରେ କୈାଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ନେଇ ଗ୍ରାମବାସୀ ପକ୍ଷରୁ କୁହାଯାଇଛି । ତେବେ ଆଜି ସକାଳୁ ପ୍ରୀତମ ଗ୍ରାମ ଛକ ନିକଟରେ ରହିଥିବା ବେଳେ ଘନଶ୍ୟାମ ଓ ତାଙ୍କ ସହଯୋଗୀ ଶୁଭମ୍ ଏକ ସ୍କୁଟିରେ ଆସି ଏକ ଛୁରୀ ସହାୟତାରେ ପ୍ରୀତମଙ୍କ ପେଟ ଓ ଛାତିକୁ ମରଣାନ୍ତକ ଆକ୍ରମଣ କରିଥିଲେ । ପ୍ରୀତମଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ଦୌଡି ଆସିବା କ୍ଷଣି ସେମାନେ ସେଠାରୁ ଦ୍ରୁତ ଗତିରେ ପାଟପୁର ରାସ୍ତା ଅଭିମୁଖେ ଚାଲି ଯାଇଥିଲେ । ଘଟଣାସ୍ଥଳରୁ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଧରାକୋଟ ଥାନା ଅଧିକାରୀ ଉମାକାନ୍ତ ସାହୁ ସମେତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ନିକଟସ୍ଥ ପୋଲିସ ଥାନାକୁ ଖବର ଦେଇଥିଲା । ଯାହାରି ଫଳରେ ଦୁଇ ଅପରାଧୀଙ୍କୁ ଧରିବା ପାଇଁ ପାଟପୁର ପୋଲିସ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୂର୍ବରୁ ତିନିଛକ ନିକଟରେ ଛକି ବସିଥିବା ପୋଲିସ କର୍ମଚାରୀ ମାନେ ଦୁଇଜଣଙ୍କୁ କାବୁ କରିବା ସହ ଥାନାରେ ଅଟକ ରଖିଥିବା ଧରାକୋଟ ଥାନାକୁ ଖବର ଦେଇଥିଲେ । ତେବେ ଖବର ପରିବେଷଣ ହେବା ସୁଦ୍ଧା କୈାଣସି ଏତଲା ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ପ୍ରୀତମ ମେଡିକାଲରୁ ସୁସ୍ଥ ହୋଇ ଆସିବା ପରେ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ଏବଂ ଏତଲା ପରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧରାକୋଟ ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଖୁବାଡରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ : ନ୍ୟାୟ ପାଇଁ ଥାନାରେ ଅଭିଯୋଗ

ଆଖୁବାଡରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ : ନ୍ୟାୟ ପାଇଁ ଥାନାରେ ଅଭିଯୋଗ

Read More...

ଦିଗପହଣ୍ଡି ନଗର କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ୭୮ ତମ ଜୟନ୍ତୀ ପାଳନ

ଦିଗପହଣ୍ଡି ନଗର କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ୭୮ ତମ ଜୟନ୍ତୀ ପାଳନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: