ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଙ୍କୁ ସାକ୍ଷାତ କଲେ ରେଡ୍ଡୀ ସଂଘମ ପ୍ରତିନିଧି

August 22, 2022, ଓଡ଼ିଶା, ଗଞ୍ଜାମ, Kiran Behera
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଙ୍କୁ ସାକ୍ଷାତ କଲେ  ରେଡ୍ଡୀ ସଂଘମ ପ୍ରତିନିଧି
Kiran Behera
[ Reporter,Digapahandi ]
Bhagyaprabha News Bureau
August 22, 2022

ଓଡ଼ିଶାରେ ବାସ କରୁଥିବା ରେଡ୍ଡୀ ଜାତିକୁ କେନ୍ଦ୍ର ସରକାରଙ୍କ ପଛୁଆ ବର୍ଗ ତାଲିକାଭୁକ୍ତ କରିବା ନେଇ ଓଡ଼ିଶା ପଛୁଆ ବର୍ଗ କମିଶନ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପଦକ୍ଷେପକୁ ନେଇ ସୋମବାର ଦିନ ରେଡ୍ଡୀ ସଂଘମର ୫ ଜଣିଆ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଡଃ . ଗୋପବନ୍ଧୁ ଦାସଙ୍କୁ ଭେଟିଥିବା ଜଣାପଡିଛି । ଖବରନୁଯାୟୀ , ରେଡ୍ଡୀ ସଂଘମ ତରଫରୁ ଗତ ଅଗଷ୍ଟ ୫ ତାରିଖ ଦିନ ଜାତିକୁ କେନ୍ଦ୍ର ସରକାରଙ୍କ ପଛୁଆ ବର୍ଗରେ ସାମିଲ କରିବା ପାଇଁ ରେଡ୍ଡୀ ସଂଘମ ଚାରି ଜିଲ୍ଲାର ସଭାପତି ସି .ଏଚ୍ . ଡିଲେଶ୍ବର ରେଡ୍ଡୀଙ୍କ ନେତୃତ୍ୱରେ ଚାରିଗୋଟି ଜିଲ୍ଲା ଯଥା ପୁରୀ , ଖୋର୍ଦ୍ଧା , ଗଞ୍ଜାମ ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସମସ୍ତ ଜୋନ୍ ସଭାପତି , ସଂପାଦକ ଏବଂ ସମସ୍ତ ଜିଲ୍ଲା ଅଧିନସ୍ଥ ୨୩ ତାଲୁକାର ସମସ୍ତ ସଭାପତି , ସଂପାଦକ , ଜିଲ୍ଲା କର୍ମକର୍ତ୍ତା ଉପସ୍ଥିତ ରହି ରେଡ୍ଡୀ ସମାଜର ଉନ୍ନତି କାମନା ଉଦ୍ଦେଶ୍ୟରେ ଭୁବନେଶ୍ବର ସ୍ଥିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବା ସହ ସମାଜର ମୌଳିକ ସମସ୍ୟା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିସହ ଓଡ଼ିଶା ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ତଥା ଜଷ୍ଟିସ ରଘୁନାଥ ବିଶ୍ବାଳଙ୍କୁ ମଧ୍ୟ ଏହାର ଏକ ଅବିକଳ ଦାବିପତ୍ର ପ୍ରଦାନ କରି ଫେରିଥିଲେ । ତେବେ ମିଶନ ଅଧ୍ଯକ୍ଷ ସମାଜର ଏହି ଦାବୀକୁ ବିଚାରକୁୁ ନେଇ ପଛୁୁଆ ବର୍ଗ ଓଡ଼ିଶା ସରକାରଙ୍କ ହରିଜନ ଏବଂ ଆଦିବାସୀ ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଏଥିରେ ସାମିଲ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ସଂଘମ ସଭାପତିଙ୍କୁ ଏକ ନୋଟିସ ଦିଆଯାଇଥିଲା । ତେଣୁ ଉକ୍ତ ବିଷୟରେ ଆଲୋଚନା କରିବା ସକାଶେ ଆଜି ଜୋନ ସଭାପତି ସି. ଏଚ୍ . ଡିଲେଶ୍ବର ରେଡ୍ଡୀ , ଜୋନ ଉପସଭାପତି ତଥା ଗଞ୍ଜାମ ଜିଲ୍ଲା ଚାରି ତାଲୁକା ସଭାପତି ଏମ୍ . ନୀରଞ୍ଜନ ରେଡ୍ଡୀ , କର୍ପୋରେଟର ତଥା ଜୋନ୍ ମେମ୍ବର ଏନ୍ . ଆପ୍ପାରାଓ ରେଡ୍ଡୀ , ଛତ୍ରପୁର ତାଲୁକା ସଂପାଦକ ସି . ଏଚ୍ . ପୂର୍ଣ୍ଣକୁମାର ରେଡ୍ଡୀ , ଆସିକା ଜୋନ୍ ସଂପାଦକ କେ . ଗୁରୁମୂର୍ତ୍ତୀ ରେଡ୍ଡୀ ପ୍ରମୁଖ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୋପବନ୍ଧୁ ଦାସଙ୍କୁ ସାକ୍ଷାତ କରି ଫେରିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାଷଜମି ମାଲିକାନା ସତ୍ତ୍ଵକୁ କେନ୍ଦ୍ରକରି ହତ୍ୟା ଉଦ୍ୟମ ମାମଲାରେ ବାପା ଓ ୨ ପୁଅ ଗିରଫ

ଚାଷଜମି ମାଲିକାନା ସତ୍ତ୍ଵକୁ କେନ୍ଦ୍ରକରି ହତ୍ୟା ଉଦ୍ୟମ ମାମଲାରେ ବାପା ଓ ୨ ପୁଅ ଗିରଫ

Read More...

ଦିନିକିଆ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ପ୍ରତିଯୋଗିତା ଅନୁଷ୍ଠିତ

ଦିନିକିଆ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ପ୍ରତିଯୋଗିତା ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: