ଛତ୍ରପୁର ଠାରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 23, 2022, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ଛତ୍ରପୁର ଠାରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 23, 2022

ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ ଛତ୍ରପୁର ବ୍ଲକ ଗ୍ରାମାଞ୍ଚଳର ଭିନ୍ନକ୍ଷମ ମାନେ ଯୋଗ ଦେଇ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ବିଭିନ୍ନ ସୁବିଧା ଲାଭ କରିଥିଲେ। ଶିବିରରେ ସ୍ଥାନୀୟ ଅଞ୍ଚଳର ୨୦୧ ଜଣ ଭିନ୍ନକ୍ଷମ ନିଜ ନାମ ପଞ୍ଜିକରଣ କରାଇଥିଲେ । ତନ୍ମଧ୍ୟରୁ ୧୩୦ ଜଣ ଭିନ୍ନକ୍ଷମ ହିତାଗ୍ରାହୀଙ୍କୁ ଟ୍ରେନ ଏବଂ ବସରେ ଆଶ୍ୱସ୍ତିକର ଖର୍ଚ୍ଚରେ ଯାତ୍ରା ପାଇଁ ପାସ। ସେହିପରି ୧୧ ଜଣ ଭିନ୍ନକ୍ଷମ ହିତାଗ୍ରାହୀ ରାସନ୍ କାର୍ଡ, ୩ ଜଣଙ୍କୁ ଆୟ ପ୍ରମାଣପତ୍ର, ୪୧ ଜଣଙ୍କୁ ଡିଆରଆଇ ଋଣ ପାଇଁ ଆବେଦନ କରାଇଥିଲେ ଏବଂ ୧୪୩ ଜଣ ଭିନ୍ନକ୍ଷମ ହିତାଗ୍ରାହୀଙ୍କୁ ବିଭିନ୍ନ ଆନୁସଙ୍ଗିକ ଉପକରଣ ବଣ୍ଟନ ପାଇଁ ଚିହ୍ନଟ କରାଯାଇଛି। ଶିବିରରେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ଅତିରିକ୍ତ ବିଡ଼ିଓ ଜୟଶ୍ରୀ ନାୟକ, ୨୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଏମ ଧନଞ୍ଜୟ ରେଡ୍ଡୀ, ୧୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ ଓ ମୁନିଷିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡ଼ଃ ସନ୍ତୋଷିନୀ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ, ବିପିଏମ ମାନିନୀ ଜେନା ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମୃତ୍ୟୁଞ୍ଜୟ ମହାପାତ୍ର ପରିଚାଳନା କରିଥିବା ବେଳେ ପଞ୍ଚାୟତ ସମିତି କାର୍ଯ୍ୟାଳୟର କର୍ମଚାରୀ ଓ ଅଧିକାରୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଡଗୋବିନ୍ଦପୁର ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

ଗଡଗୋବିନ୍ଦପୁର ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

Read More...

ଛାତ୍ର ବିଜେଡିର ସାଙ୍ଗଠନିକ ପୁନର୍ଗଠନ , ଅବିନାଶ ହେଲେ କାର୍ଯ୍ୟକାରୀ ସଭାପତି

ଛାତ୍ର ବିଜେଡିର ସାଙ୍ଗଠନିକ ପୁନର୍ଗଠନ , ଅବିନାଶ ହେଲେ କାର୍ଯ୍ୟକାରୀ ସଭାପତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: