ମୋଟର ପମ୍ପ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ଜେଲ

August 23, 2022, ଅପରାଧ, ଗଞ୍ଜାମ, Kiran Behera
ମୋଟର ପମ୍ପ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ଜେଲ
Kiran Behera
[ Reporter,Digapahandi ]
Bhagyaprabha News Bureau
August 23, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୁରୁଣା ମୌଳାଭଞ୍ଜା ଗ୍ରାମର ଶଙ୍କର ବେହେରା ନାମକ ଜଣେ ଯୁବକଙ୍କ ଘରୁ ଜେଟ୍ ମୋଟର ପମ୍ପ ମେସିନ ଚୋରି ମାମଲାରେ ପୋଲିସ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ହେଲେ ଉମାକାନ୍ତ ବେହେରା । ଖବରନୁଯାୟୀ , ପୁରୁଣା ମୌଳାଭଞ୍ଜା ଗ୍ରାମର ଶଙ୍କର ବେହେରା ରବିବାର ଅପରାହ୍ନ ପ୍ରାୟ ୨ ଟାରେ ଘରେ ନଥିବା ସୁଯୋଗ ନେଇ ଅଭିଯୁକ୍ତ ଉମାକାନ୍ତ ତାଙ୍କ ଘର ବାରିପଟେ ଥିବା ଜେଟ ମୋଟର ପମ୍ପଟିକୁ ଚୋରି କରି ନେଇଯାଇଥିଲେ । ଶଙ୍କର ଘରକୁ ଫେରି ଦେଖିବା ବେଳେ ମୋଟର ପମ୍ପଟିକୁ କେହି ଚୋରି କରି ନେଇଯାଇଥିବା ଜାଣିବାକୁ ପାଇଥିଲେ । ସେ ଆଖପାଖ ଅଞ୍ଚଳରେ ଖୋଜା ଖୋଜି କରିବାରୁ ଉମାକାନ୍ତଙ୍କ ଘର ବାରି ପଟେ ଥିବା ଏକ ଘଞ୍ଚ ବୁଦା ମୂଳେ ମୋଟର ପମ୍ପଟି ଥିବା ଦେଖିଥିଲେ । ସନ୍ଦେହରେ ଉମାକାନ୍ତଙ୍କୁ ପଚାରିବାରୁ ସେ ଓ ତାଙ୍କ ମାଆ ତାଙ୍କୁ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ । ମାମଲାର ସମାଧାନ ପାଇଁ ସେ ଗ୍ରାମ ଭଦ୍ରଲୋକଙ୍କୁ ଜଣାଇଥିଲେ । ଉମାକାନ୍ତ ଚୋରି ଘଟଣାକୁ ଅସ୍ବୀକାର କରିବା ସହ ଗ୍ରାମରୁ ଫେରାର ହୋଇଯିବା ପାଇଁ ଉଦ୍ୟମ କରିଥିଲେ । ଶଙ୍କର ଏବଂ କିଛି ଗ୍ରାମବାସୀ ଏନେଇ ଦିଗପହଣ୍ଡି ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉମାକାନ୍ତଙ୍କ ଘର ବାରିପଟୁ ମୋଟର ପମ୍ପଟିକୁ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ । ଏନେଇ ଥାନା ମାମଲା ନଂ.୩୦୧/୨୨ ଦଫା - ୩୭୯ ଆଇ ପି ସି ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାମ୍ବିଧାନିକ ମୂଲ୍ୟବୋଧ ଓ ପ୍ରଗତିଶୀଳ ସମାଜ ଉପରେ କର୍ମଶାଳା

ସାମ୍ବିଧାନିକ ମୂଲ୍ୟବୋଧ ଓ ପ୍ରଗତିଶୀଳ ସମାଜ ଉପରେ କର୍ମଶାଳା

Read More...

ଜିଉରା ନୀଳକଣ୍ଠେଶ୍ଵର ଶୈବପୀଠ ଦାନହୁଣ୍ଡୀ ଭାଙ୍ଗି ଚୋରି ଅଭିଯୋଗ : ଥାନାରେ ଏତଲା

ଜିଉରା ନୀଳକଣ୍ଠେଶ୍ଵର ଶୈବପୀଠ ଦାନହୁଣ୍ଡୀ ଭାଙ୍ଗି ଚୋରି ଅଭିଯୋଗ : ଥାନାରେ ଏତଲା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: