ସ୍ମାର୍ଟ୍ ସ୍କୁଲ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା

August 25, 2022, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ସ୍ମାର୍ଟ୍ ସ୍କୁଲ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା
BHAGYAPRABHA NEWS
[ INPUT ]
Bhagyaprabha News Bureau
August 25, 2022

ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନା ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ୫ଟି ଅନ୍ତର୍ଗତ ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ପାଇଁ ଗୁରୁବାର ଅପରାହ୍ନ ରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ ବିଭିନ୍ନ ପଞ୍ଚାୟତ ଗସ୍ତ କରିଥିଲେ । ବିପୁଳିଙ୍ଗି, ମହାନାଦପୁର ଓ ପୋଟଲାମପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁ ରୂପାନ୍ତରକରଣ କରି ସ୍ମାର୍ଟ୍ ସ୍କୁଲ ରେ ପରିଣତ କରାଯାଉଥିବା ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ବ୍ଲକ ଅଧ୍ୟକ୍ଷା ଶ୍ରେଣୀ ଗୃହକୁ ଯାଇ ପିଲାଙ୍କ ପାଠ ପଢା ଦେଖିଥିଲେ। ଏହା ସହ ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକାରୀ ହେଉଥିବା ଉନ୍ନୟମୂଳକ ପ୍ରକଳ୍ପ କୁ ନେଇ ଭାରପ୍ରାପ୍ତ ବିଡ଼ିଓ ପ୍ରକାଶ କୁମାର ମିଶ୍ରଙ୍କ ସହ ଗସ୍ତ ସମୟରେ ଆଲୋଚନା କରିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ଦାସଙ୍କ ପରିଦର୍ଶନ ବେଳେ ବିଡ଼ିଓ ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ବିଡ଼ିଓ ଜୟଶ୍ରୀ ନାୟକ, ସହାୟକ ଯନ୍ତ୍ରୀ ଲଗ୍ନଜିତ୍ ସାହୁ , କନିଷ୍ଠ ଯନ୍ତ୍ରୀ ରଶ୍ମିତା ଦାଶ ଓ ଜୟସେନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ ଏବଂ ହାଇସ୍କୁଲ ଗୁଡ଼ିକର ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଡିୱାଇଏଫଆଇର ଆରଡିସିଙ୍କୁ ଦାବିପତ୍ର ପ୍ରଦାନ

ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଡିୱାଇଏଫଆଇର ଆରଡିସିଙ୍କୁ ଦାବିପତ୍ର ପ୍ରଦାନ

Read More...

ବିଦ୍ୟୁତ ବିଲ୍ ଟଙ୍କା ଆଦାୟ ପାଇଁ ଆସିଥିବା କର୍ମଚାରୀଙ୍କୁ ଭୀଷ୍ମଗିରୀରେ ବିରୋଧ : ୨ ଅଟକ

ବିଦ୍ୟୁତ ବିଲ୍ ଟଙ୍କା ଆଦାୟ ପାଇଁ ଆସିଥିବା କର୍ମଚାରୀଙ୍କୁ ଭୀଷ୍ମଗିରୀରେ ବିରୋଧ : ୨ ଅଟକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: