ଆନ୍ଧ୍ର ରୁ ଗଞ୍ଜାମ ମାଙ୍କଡ ଚାଲାଣ ରାକେଟ ଠାବ, ଦୁଇ ଗିରଫ

September 01, 2022, ଅପରାଧ, ଗଞ୍ଜାମ, Swadhina Kumar Sahu
ଆନ୍ଧ୍ର ରୁ ଗଞ୍ଜାମ ମାଙ୍କଡ ଚାଲାଣ ରାକେଟ ଠାବ, ଦୁଇ ଗିରଫ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
September 01, 2022

ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ବନାଞ୍ଚଳ ଜରଡା ଗ୍ରାମରୁ 15 ଗୋଟି ମାଙ୍କଡକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସୂଚନା ମୁତାବକ ଗୋଟିଏ ଡାଲା ଅଟୋରେ ଅଖାରେ ବନ୍ଧା ହୋଇ ସନ୍ଦେହଜନକ ଅବସ୍ଥାରେ ଦୁଇଜଣ ବ୍ୟକ୍ତି କିଛି ନେଉ ଥିବାର ଜରଡା ନୂଆସାହିର ଲୋକେ ଦେଖିଥିଲେ। ଏହାପରେ ସେମାନ ଅଖାକୁ ଖୋଲି ଦେଖିବା ବେଳେ ଉକ୍ତ ଅଖା ରେ ଗୁଡାଏ ମାଙ୍କଡ ବନ୍ଧା ହୋଇଥିବାର ଦେଖିବାକୁ ପାଇଥିଲେ। ଏହାପରେ ସେମାନ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ, ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ ମନୋଜ ପାତ୍ର ଏବଂ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ମାଙ୍କଡ ମାନଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିବା ସମେତ ଉକ୍ତ ଡାଲା ଅଟୋକୁ ଜବତ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଗ୍ରାମର ପି ନାଗରାଜୁ (23) ଏବଂ ପଶ୍ଚିମ ଗୋଦାବରୀ ଜିଲ୍ଲା ଏଲୁରୁ ମଣ୍ଡଳ ଚଞ୍ଚଳ କଲୋନୀର ରମେଶ ସିଂ (20)। ଗିରଫ ଅଭିଯୁକ୍ତମାନେ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ଓ ଉପାତ ଖେଲାଉଥିବା ମାଙ୍କଡ ମାନଙ୍କୁ କାବୁ କରି ଦୂର ସ୍ଥାନରେ ଆଣି ଛାଡିବାର କାମ କରୁଥିବା ତଦନ୍ତ ସମୟରେ ବନ ବିଭାଗକୁ ଜଣାଇଛନ୍ତି। ତେବେ ପ୍ରକୃତରେ ସେମାନେ ମାଙ୍କଡକୁ ସେଥିପାଇଁ ଚାଳାନ କରୁଥିଲେ ନା ଅନ୍ୟ କିଛି କାରଣ ରହିଛି ତାହାର ତଦନ୍ତ ଜାରି ରଖିଛି ବନ ବିଭାଗ। ଉଦ୍ଧାର ମାଙ୍କଡ ମାନଙ୍କ ମଧ୍ୟରୁ 10ଟି ମାଙ୍କଡ 10 ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଶ୍ୱାସରୁଦ୍ଧ ଅବସ୍ଥାରେ ରହିଥିବାରୁ ମୃତ୍ୟୁ ଘଟିଛି ଏବଂ ଅନ୍ୟ 5ଟି ମାଙ୍କଡଙ୍କ ସ୍ୱାସ୍ଥ୍ୟବସ୍ତା ଭଲ ଥିବାରୁ ସେମାନଙ୍କୁ ସଂରକ୍ଷିତ ଜଙ୍ଗଳରେ ଛଡା ଯାଇଛି। ଅନ୍ୟପଟେ ମୃତ ମାଙ୍କଡମାନଙ୍କୁ 1972 ବନ୍ୟପ୍ରଣୀ ଆଇନ ଅନୁଯାୟୀ ବ୍ୟବଚ୍ଛେଦ ପରେ ମାଟି ତଳେ ପୋତି ଦିଆଯାଇଥିବା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରିବାରିକ ଓ ଜମି ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ : ଯୁବକ ଗିରଫ

ପାରିବାରିକ ଓ ଜମି ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ : ଯୁବକ ଗିରଫ

Read More...

ମୋର୍ ରିଟେଲ୍ ପକ୍ଷରୁ ବ୍ରହ୍ମପୁରରେ ଶୁଭାରମ୍ଭ ହେଲା ପ୍ରଥମ ମୋର୍ ହାଇପର୍ମାର୍ଟର

ମୋର୍ ରିଟେଲ୍ ପକ୍ଷରୁ ବ୍ରହ୍ମପୁରରେ ଶୁଭାରମ୍ଭ ହେଲା ପ୍ରଥମ ମୋର୍ ହାଇପର୍ମାର୍ଟର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: