ପୂର୍ବତନ ଏବଂ ନୂତନ ସିଆରସିସିଙ୍କୁ ବିଦାୟକାଳୀନ ଓ ସ୍ଵାଗତ ସମ୍ବର୍ଦ୍ଧନା

September 09, 2022, ଓଡ଼ିଶା, ଗଞ୍ଜାମ, Kiran Behera
ପୂର୍ବତନ ଏବଂ ନୂତନ ସିଆରସିସିଙ୍କୁ ବିଦାୟକାଳୀନ ଓ ସ୍ଵାଗତ ସମ୍ବର୍ଦ୍ଧନା
Kiran Behera
[ Reporter,Digapahandi ]
Bhagyaprabha News Bureau
September 09, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ରହିଥିବା ୮ ଜଣ ପୂର୍ବତନ ସିଆରସିସି ମାନଙ୍କୁ ବିଦାୟକାଳୀନ ଓ ନୂତନ ସିଆରସିସି ମାନଙ୍କୁ ଶୁକ୍ରବାର ଦିନ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ସଭାପତିତ୍ବରେ ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ଏକ ସଭାକାର୍ଯ୍ୟ ଆୟୋଜିତ ହୋଇଥିଲା । ଏଥିରେ ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବରୁ ୫ ବର୍ଷ ପାଇଁ ସିଆରସିସି ଦାୟିତ୍ୱରେ ଥିବା ଉପେନ୍ଦ୍ର କୁମାର ପଣ୍ଡା , ସ୍ବୟଂପ୍ରଭା ପଟ୍ଟନାୟକ , କୁରେଶୁ ପାତ୍ର , ନୃସିଂହ ପ୍ରସାଦ ପାଠୀ , କୁରା ସେଠୀ , ସୁଦର୍ଶନ ସେଠୀ , ବି . ଦୀନବନ୍ଧୁ ପାତ୍ର , ରାଜେନ୍ଦ୍ର ମହାନ୍ତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଅନୀଲ ଦାସ , ସୁବ୍ରତ ପଣ୍ଡା , ମନସନ ପ୍ରଧାନ , ସରୋଜ ନାୟକ , ସରୋଜ ସାହୁ , ରବିନ୍ଦ୍ର ବେହେରା , ନବୀନ ବାଡତ୍ଯା , ବାବୁ ବେହେରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଆରସିସି ବାଳା ମାଝୀ , ଏବିଇଓ ରସାନନ୍ଦ ଘଡେ଼ଇ , ବିଶ୍ରବା ପାଇକ ସମେତ ସିଆରସିସି ଟୁକୁନା ଭୂୟାଁ , ବାବୁଲାଲ ନାୟକ , ସନ୍ତୋଷ କୁମାର ବିଷୋୟୀ , ଶଙ୍କର ସେଠୀ , ବଳରାମ ବେହେରା , ବାସୁ ବେହେରା , ଦେବେନ୍ଦ୍ର ବେହେରା , ରବିନ୍ଦ୍ର ମହାରଣା , ବିଆରଟି ସୁଶାନ୍ତ କୁମାର ପ୍ରଧାନ , ବରିଷ୍ଠ କିରାଣୀ ଓଁକାର ପଟ୍ଟନାୟକ , କନିଷ୍ଠ କିରାଣୀ କେ . କ୍ଷୀରୋଦ କୁମାର ଦୋରା ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହସ୍ପିଟାଲ ରୋଡ଼ ବ୍ୟବସାୟୀ ସଂଘର ନୂତନ କର୍ମକର୍ତ୍ତା ଚୟନ ଓ ଦୁର୍ଗାପୂଜା ପ୍ରସ୍ତୁତି

ହସ୍ପିଟାଲ ରୋଡ଼ ବ୍ୟବସାୟୀ ସଂଘର ନୂତନ କର୍ମକର୍ତ୍ତା ଚୟନ ଓ ଦୁର୍ଗାପୂଜା ପ୍ରସ୍ତୁତି

Read More...

କଇଠଖଣ୍ଡି ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟରେ ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

କଇଠଖଣ୍ଡି ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟରେ ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: