ଘୋଡାହଡ ଜଳଭଣ୍ଡାର ଜଳସ୍ତର କ୍ରମଶଃ ବୃଦ୍ଧି : ଦୁଇଟି ଗେଟ୍ ଜରିଆରେ ଜଳ ନିଷ୍କାସନ

September 10, 2022, ବିଶେଷ, ଗଞ୍ଜାମ, Kiran Behera
ଘୋଡାହଡ ଜଳଭଣ୍ଡାର ଜଳସ୍ତର କ୍ରମଶଃ ବୃଦ୍ଧି : ଦୁଇଟି ଗେଟ୍ ଜରିଆରେ ଜଳ ନିଷ୍କାସନ
Kiran Behera
[ Reporter,Digapahandi ]
Bhagyaprabha News Bureau
September 10, 2022

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ପ୍ରଭାବରେ ସାରା ରାଜ୍ୟରେ ଗତ ତିନିଦିନ ଧରି ପ୍ରବଳ ବର୍ଷା ଜାରି ରହିଛି । ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ନିକଟରେ ରହିଥିବା ଘୋଡାହାଡ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଶନିବାର ଦିନ ଘୋଡାହଡ ଜଳସେଚନ ବିଭାଗ ପକ୍ଷରୁ ନଦୀକୂଳିଆ ଗ୍ରାମର ଲୋକମାନଙ୍କୁ ସତର୍କ କରାଯିବା ସହ ଅପରାହ୍ନ ୩ ସୁଦ୍ଧା ୨ ଗୋଟି ସିଲୱେ ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ କରାଯାଉଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ଦିଆଯାଇଛି । ଖବରପ୍ରକାରେ , ଲଘୁଚାପଜନିତ ବର୍ଷା ପ୍ରଭାବରେ ଗତ ତିନିଦିନ ଧରି ଗଞ୍ଜାମ ଗଜପତି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଏପରିକି ଶନିବାର ସକାଳ ସୁଦ୍ଧା ଘୋଡାହଡ ଡ୍ୟାମରେ ୫୦ ମିଲିମିଟର ବର୍ଷା ଏବଂ ଦିଗପହଣ୍ଡି ଅଞ୍ଚଳରେ ୩୮ ମିଲିମିଟର ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି । ଏହି ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବାବେଳେ ଶନିବାର ଅପରାହ୍ନ ସୁଦ୍ଧା ଜଳପତ୍ତନ ୧୧୬.୭୦ ମିଟରରେ ପହଞ୍ଚିଥିଲା । ଯାହାଫଳରେ ଚିକିଟି ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ. ସଞ୍ଜୟ ଦାସ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ସକାଳ ୯ ଟାରେ ଡ୍ୟାମରୁ ଗୋଟିଏ ଗେଟ୍ ମାଧ୍ୟମରେ ନଦୀ ଯୋଗେ ୧୭ କ୍ଯୁମେକ ଜଳ ନିଷ୍କାସନ କରାଯାଇଥିଲା । ତେବେ ଡ଼୍ୟାମର ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବାରୁ ଅନ୍ୟାନ୍ୟ ଶାଖା ନଦୀ ମାନଙ୍କରୁ ପୂର୍ବାହ୍ନ ୮ ଠାରୁ ୧୧ ଘଣ୍ଟା ସମୟ ମଧ୍ୟରେ କ୍ରମଶଃ ବୃଦ୍ଧି ପାଇବା ସହ ସେକେଣ୍ଡ ପ୍ରତି ୬୧.୪୮ କ୍ୟୁସେକ ବନ୍ୟାଜଳ ଡ଼୍ୟାମ ମଧ୍ୟକୁ ପ୍ରବେଶ କରୁଥିବାର ଅନୁମାନ କରାଯାଇଥିଲା । ତେବେ ଅପରାହ୍ନ ୩ ଟା ସୁଦ୍ଧା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଜଳସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ . ବିଭୂଦତ୍ତ ପଣ୍ଡା ଓ ଘୋଡାହଡ ଜଳସେଚନ ବିଭାଗ କାର୍ଯ୍ୟାଳୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ . ଏ. ଗୋପାଳ ରାଓଙ୍କ ଉପସ୍ଥିତିରେ ଅନ୍ୟ ଏକ ଗେଟ୍ ସାହାଯ୍ୟରେ ଜଳ ନିଷ୍କାସନ କରାଯାଇଥିଲା । ଡ୍ଯାମରେ ୬ ଗୋଟି ଗେଟ୍ ରହିଥିବା ବେଳେ ଦୁଇଟି ଗେଟ୍ ମାଧ୍ୟମରେ ଡ୍ୟାମରୁ ଉପର ମୁଣ୍ଡରୁ ଯେତିକି ପରିମାଣର ବର୍ଷାଜଳ ପ୍ରବେଶ କରୁଛି ସେତିକି ପରିମାଣର ଜଳ ନିଷ୍କାସନ କରାଯାଉଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ଖବର ମିଳିଛି । ଏପରିକି ଆବଶ୍ୟକ ପଡିଲେ ଆହୁରି ଗେଟ୍ ଖୋଲାଯବାର ସମ୍ଭାବନା ରହିଥିବା ଜଳସେଚନ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଏଭଳି ପରିସ୍ଥିତିରେ ଘୋଡାହାଡ ନଦୀ ତଟବର୍ତ୍ତୀ ସେବକ . ଟିକରପଡ଼ା, ଗୋଲଣ୍ଡା , ବୋରିପଦର , ମଧୁବନ , ପେଣ୍ଠା , ନୁଆଗଡ, କଇଠଖଣ୍ଡି , ତଲାସିଙ୍ଗି, ଗୁମ୍ମା , ଜକମରିପଲ୍ଲି, ଜଲମରିପଲ୍ଲି, ମଳାଭଣଜା, ଖୁଲୁଡି, ତିଳେଶ୍ବର, ନୂଆଗଡ, ଲୁଣିଲାଠି, ଆମ୍ବଗାଁ, ଜଲମରା, ମହାନଳା, ପାଟପୁର, ପଳାସପୁର, ଭୋଇପଲ୍ଲି , ପନାଡ ପ୍ରଭୃତି ଗ୍ରାମଗୁଡିକରେ ଘୋଡାହାଡ ଉପଖଣ୍ଡ ଜଳସେଚନ ବିଭାଗ ପକ୍ଷରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଗୃହପାଳିତ ପ୍ରାଣୀମାନଙ୍କୁ ନଦୀ ମଧ୍ୟକୁ ନଛାଡିବା ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି । ଏହି ସମୟରେ କର୍ମଚାରୀ ପ୍ରଦୀପ ମହାନ୍ତି ସମେତ ବିନୋଦ ଗୈାଡ , ଅଭି ମହାଙ୍କୁଡ , ଲଣ୍ଡା ଗୈାଡ , ପୂର୍ଣ୍ଣଚନ୍ଦ୍ର ଦୋରା , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ ଉପସ୍ଥିତ ରହି ସହଯୋଗ ପ୍ରଦାନ କରୁଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନରେନ୍ଦ୍ରପୁର ଠାରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ନରେନ୍ଦ୍ରପୁର ଠାରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Read More...

ଗୃହ ଭିତରେ ଚାଲିଥିଲା ବେଆଇନ କାଠ ଗୋଦାମ ଓ ଫ୍ୟାକ୍ଟ୍ରି : ମେସିନ ଜବତ , ଯୁବକ ଗିରଫ

ଗୃହ ଭିତରେ ଚାଲିଥିଲା ବେଆଇନ କାଠ ଗୋଦାମ ଓ ଫ୍ୟାକ୍ଟ୍ରି : ମେସିନ ଜବତ , ଯୁବକ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: