ସ୍କୁଲ ତାଲା ଭାଙ୍ଗି ପ୍ରିଣ୍ଟର ହାର୍ଡଡିସ୍କ ଚୋରି

September 12, 2022, ଅପରାଧ, ଗଞ୍ଜାମ, BHAGYAPRABHA NEWS
ସ୍କୁଲ ତାଲା ଭାଙ୍ଗି ପ୍ରିଣ୍ଟର ହାର୍ଡଡିସ୍କ ଚୋରି
BHAGYAPRABHA NEWS
[ INPUT ]
Bhagyaprabha News Bureau
September 12, 2022

ଗଞ୍ଜାମ ଜିଲ୍ଲାର ଶେରଗଡ଼ ଥାନା ଅଧୀନ କୁରୁଳା ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟର ତାଲା ଭାଙ୍ଗି ପ୍ରିଣ୍ଟର ହାର୍ଡଡିସ୍କ ଚୋରି କରିଛନ୍ତି ଦୁର୍ବୁର୍ତ୍ତ l ମିଳିଥିବା ଖବର ଅନୁସାରେ ରବିବାର ଅପରାହ୍ନ ସାଢେ ଚାରିଟାରେ ଗ୍ରାମର ସ୍କୁଲ ନିକଟରେ କିଛି ଯୁବକ କ୍ରିକେଟ ଓ ଭଲିବଲ ଖେଳିବା ସମୟରେ ସ୍କୁଲଘର କବାଟ ଖୋଲା ରହିଥିବା ଦେଖି ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ l ସ୍ଥାନୀୟ ସରପଞ୍ଚ ତୁରନ୍ତ ଶେରଗଡ଼ ଥାନା ଅଧିକାରୀଙ୍କୁ ଜଣାଇଥିଲେ lଖବର ପାଇ ଶେରଗଡ଼ ପୋଲିସ ତୁରନ୍ତ ଘଟଣା ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଘଟଣା ସ୍ଥଳରୁ ଏକ କାତି, ଏକ ସ୍କୃ ଡ୍ରାଇଭର ପୋଲିସ ଜବତ କରିଛି l ପ୍ରାଥମିକ ପର୍ଯାୟରେ ହାର୍ଡଡିସ୍କ ପ୍ରିଣ୍ଟର ଚୋରି ହୋଇଥିବା ଜଣାପଡିଥିବାବେଳେ ସ୍କୁଲର ଛଅଗୋଟି ତାଲା ଭାଙ୍ଗି ତେରଟି ଆଲମାରୀରେ ଥିବା କାଗଜ ପତ୍ର ଛାନଭିନ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି l ତେବେ ପ୍ରତି ରବିବାର ଦିନ ସ୍କୁଲ ଛୁଟି ରହିଥିବାରୁ ଶନିବାର ବିଳମ୍ବିତ ରାତିରେ କୌଣସି ଦୁର୍ବୁର୍ତ୍ତ ଚୋରି କରିଥିବା ଅନୁମାନ କରାଯାଉଛି l ପୋଲିସ ତଦନ୍ତ ସମୟରେ ସ୍କୁଲର ଶିକ୍ଷକ ଓ ସରପଞ୍ଚ ଉପସ୍ଥିତ ରହିଥିବା ବେଳେ କେଉଁ ଦୁର୍ବୁର୍ତ୍ତ ହାର୍ଡ ଡିସ୍କ ପ୍ରିଣ୍ଟର ଲୁଟ କରିବା ସହ ତାଲା ଭାଙ୍ଗୀ ସ୍ମାର୍ଟ ସ୍କୁଲର କ୍ଷତି କରିଛି ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ଲାଞ୍ଜିପଲ୍ଲି ଜାତୀୟ ରାଜପଥରୁ ବ୍ୟାଗ୍ ଭର୍ତି ଟଙ୍କା ଜବତ ସହ ଜଣେ ଅଟକ ।

ବ୍ରହ୍ମପୁର ଲାଞ୍ଜିପଲ୍ଲି ଜାତୀୟ ରାଜପଥରୁ ବ୍ୟାଗ୍ ଭର୍ତି ଟଙ୍କା ଜବତ ସହ ଜଣେ ଅଟକ ।

Read More...

ବୃଦ୍ଧାଙ୍କୁ ଶୋଇଥିବା ଅବସ୍ଥାରେ ବିଭତ୍ସ ହତ୍ୟା : ଅଳଙ୍କାର ଓ ଟଙ୍କା ଲୁଟି ନେଲେ ଦୁବୁର୍ତ୍ତ

ବୃଦ୍ଧାଙ୍କୁ ଶୋଇଥିବା ଅବସ୍ଥାରେ ବିଭତ୍ସ ହତ୍ୟା : ଅଳଙ୍କାର ଓ ଟଙ୍କା ଲୁଟି ନେଲେ ଦୁବୁର୍ତ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: