ଆନ୍ତର୍ଜାତୀୟ ବେଳାଭୂମୀ ସଫେଇ ଦିବସ ପାଳିତ

September 18, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଆନ୍ତର୍ଜାତୀୟ ବେଳାଭୂମୀ ସଫେଇ ଦିବସ ପାଳିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
September 18, 2022

ଦେଶର ପ୍ରମୁଖ ପକୃତି ସଂରକ୍ଷଣ ଉପରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଡବ୍ଲୁ ଡବ୍ଲୁ ଏଫ ପକ୍ଷରୁ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ ସମେତ ପୁରୀ ଜିଲ୍ଲାର ଅସ୍ତରଙ୍ଗ ମୁହାଣରେ ଆନ୍ତର୍ଜାତୀୟ ବେଳାଭୂମୀ ସଫେଇ ଦିବସ ଅବସରରେ ମୁହାଣ ଗୁଡିକୁ ସଫେଇ କରାଯାଇଛି। ଏହି ସମୟରେ ସଂଗଠନ ପକ୍ଷରୁ ଅଧିକ ରୁ ଅଧିକ ସ୍ଥାନୀୟ ବାସିନ୍ଧା ମାନଙ୍କୁ ସାମିଲ କରିବା ସହିତ ସେମାନଙ୍କୁ ବେଳାଭୂମି ସଫେଇ ଦ୍ୱାରା କସାମୁଦ୍ରିକ ଜୀବଯନ୍ତୁ କେତେ ସୁରକ୍ଷା ପାଉଛନ୍ତି ସେ ନେଇ ସଚେତନତା କରିଥିଲେ। ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ବିରଲ ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷା ପାଇଁ ପ୍ରମୂଖ ସ୍ଥାନ ପାଲଟି ଥିବା ବେଳେ ସଂଗଠନ ପକ୍ଷରୁ ପ୍ରତି ବର୍ଷ ଏହି ବେଳାଭୂମିକୁ ସଫେଇ କରାଯାଉଛି। ସେହିପରି ସେପ୍ଟେମ୍ବର ମାସର ତୃତିୟ ଶନିବାରକୁ ଦେଶବ୍ୟାପି ବିଶ୍ୱ ବେଳାଭୂମୀ ସଫେଇ ଦିବସ ରୂପେ ପାଳନ କରୁଥିବା ବେଳେ ଆଜି ସଂଗଠନ ପକ୍ଷରୁ ରାଜ୍ୟର ଦୁଇଟି ସ୍ଥାନରେ ବେଳାଭୂମୀ ସଫେଇ କରିଛନ୍ତି। ଋଷିକୂଲ୍ୟା ମୁହାଣର ଆୟୋଜିତ ସଫେଇ କାର୍ଯ୍ୟକ୍ରମକୁ ସଂଗଠନର ସଦସ୍ୟ ଜି ଶିବ ପରିଚାଳନା କରିଥିବା ବେଳେ ଗୋଖରକୁଦା ଗ୍ରାମର ବହୁ ବାସିନ୍ଧା ଓ ଯୁବପୀଢୀ ସଫେଇ କାର୍ଯ୍ୟରେ ସହାୟତା କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ରରେ ପୂଜା ପାଉଛନ୍ତି ରୋବୋଟିକ ବିଶ୍ୱକର୍ମା

ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ରରେ ପୂଜା ପାଉଛନ୍ତି ରୋବୋଟିକ ବିଶ୍ୱକର୍ମା

Read More...

ହିଞ୍ଜିଳିରେ ଧୁମ ଧାମରେ ପାଳିତ ହେଲା ବିଶ୍ୱକର୍ମା ପୂଜା

ହିଞ୍ଜିଳିରେ ଧୁମ ଧାମରେ ପାଳିତ ହେଲା ବିଶ୍ୱକର୍ମା ପୂଜା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: