ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୂର୍ଗା ପୂଜା କୁ ନେଇ ପ୍ରସ୍ତୁତି ବୈଠକ

September 21, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୂର୍ଗା ପୂଜା କୁ ନେଇ ପ୍ରସ୍ତୁତି ବୈଠକ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
September 21, 2022

ପାର୍ବଣ ଋତୁର ଆଗମନକୁ ନେଇ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ସହରର ବିଭିନ୍ନ ସ୍ଥାନରେ ମଣ୍ଡପ ଏବଂ ଅସ୍ଥାୟୀ ମେଢ ମାନଙ୍କରେ ମାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଏବଂ ସମସ୍ତ କମିଟିର ସଦସ୍ୟଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ହୋଇଛି। କୋଭିଡ କାରଣରୁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନପରେ ପୁଣିଥରେ ଭକ୍ତଙ୍କ ଗହଣରେ ମାଙ୍କ ପୂଜାର୍ଚ୍ଚନା ହେବ। ଏହି କାରଣରୁ ସମସ୍ତ ସ୍ଥାନରେ କିପରି ଆଇନ ପରିସ୍ଥିତି ନିୟନ୍ତ୍ରଣରେ ରହିବ ସେଥିପାଇଁ ପାଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଥିବା ବେଳେ ସମସ୍ତ ପୂଜା ମଣ୍ଡପ ମାନଙ୍କରେ ସିସିଟିଭି ଲଗାଇବାକୁ ବାଧ୍ୟତା ମୂଳକ କରାଯାଇଛି। ସେହିପରି ସମସ୍ତ କମିଟି ସଦସ୍ୟଙ୍କ ପାଇଁ ପରିଚୟ ପତ୍ରର ବ୍ୟବସ୍ଥା କରିବା ସହିତ ନିକଟସ୍ଥ ଥାନାରେ କମିଟି ସଦସ୍ୟଙ୍କ ଆବଶକୀୟ କାଗଜପତ୍ର ଦାଖଲ କରିବା ପାଇଁ ଅନୁରୋଧ କରିଥିଲେ ବ୍ରହ୍ମପୁର ଏସଡିପିଓ ରାଜିବ ଲୋଚନ ପଣ୍ଡା। ସେହିପରି ସମସ୍ତ ମେଢ ବିଦ୍ୟୁତ ତାର ଠାରୁ 5 ଫୁଟ ତଳରେ ରହିବା ସହିତ ସାଧାରଣ ରାସ୍ତାରେ ଯେପରି ଅସ୍ଥାୟୀ ମଣ୍ଡପ ତିଆରିକୁ ମନା କରିଛନ୍ତି ପ୍ରଶାସନ। ସେହିପରି ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ବ୍ରହମପୁର ମହାନଗର ନିଗମ ପକ୍ଷରୁ ଅସ୍ଥାୟୀ ପୋଖରୀ କରି ସମସ୍ତ ମୂର୍ତ୍ତୀ ବିଶର୍ଜନ କରାଯିବ ଏବଂ ପୂର୍ବରୁ ସହରର ଚାରୋଟି ସ୍ଥାନରେ ଅସ୍ଥାୟି ପୋଖରି ହେଉଥିବା ବେଳେ ଚଳିତ ଥର ପାଞ୍ଚୋଟି ପୋଖରୀ କରିବାକୁ ଅନୁରୋଧ କରିଥିଲେ । ସେହିପରି ପୂର୍ବ ବର୍ଷରେ ସହରର ପୁରୁଣା ବସଷ୍ଟାଣ୍ଡ ଠାରେ ମେଲଣ ହେଉଥିବା ବେଳେ କୈଣସି କାରଣରୁ ଗତ କିଛି ବର୍ଷ ହେଲା ତାହା ବନ୍ଦ ରହିଛି , ଏହାକୁ ପୁଣି ଆରମ୍ଭ କରିବା ପାଇଁ ପୂଜା କମିଟି ସଦସ୍ୟମାନେ ଉପ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ସେହିପରି ଚଳିତ ବର୍ଷ ବିଦ୍ୟୁତ ବିଭାଗ ପକ୍ଷରୁ ମେଢମାନଙ୍କରେ କେତେ ପରିମାଣର ବିଦ୍ୟୁତ ବ୍ୟବହାର କରିବେ ସେ ନେଇ ପୂର୍ବରୁ ସୂଚନା ଦେବେ ଏବଂ ସମସ୍ତ ମେଢ ମାନଙ୍କରେ ବିଦ୍ୟୁତ ବିଭାଗ ମିଟର ଲଗାଇବେ। ଉକ୍ତ କମିଟି ଯେଉଁ ପରିମାଣର ବିଦ୍ୟୁତ ବ୍ୟବହାର କରିବେ ତାହାର କମରସିଆଲ ତାରିଫ ଅନୁଯାୟି କମିଟି ସଦସ୍ୟ ବିଲ ଭରିବେ ବୋଲି କହିଛନ୍ତି ଟିପିଏସଓଡିଏଲର କର୍ମଚାରୀ। ସେହିପରି ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସପ୍ତମି, ଅଷ୍ଟମି, ନବମୀ ଏବଂ ବିଶର୍ଜନ ଦିନ ଆଇ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରର ସମସ୍ତ ମଦ ଦୋକାନ ବନ୍ଦ ରହିବାକୁ ବୈଠକରେ ନିଷ୍ପତି ନେଇଥିଲେ। ବ୍ରହ୍ମପୁର ଉପ-ଜିଲ୍ଲାପାଳ ୱି କୀର୍ତ୍ତୀ ଭାସନ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲାପାଳ ଶୁଭଶ୍ରୀ ରଥ ସଂଯୋଜନା କରିଥିଲେ। ସେହିପରି ବ୍ରହ୍ମପୁର ମହାନଗର ନିଗମର ଉପ ଆୟୁକ୍ତ ନିଳମାଧବ ଭୋଇ ଆଭାସି ମାଧ୍ୟମରେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ଟାଉନ ଏସଡିପିଓ ରାଜିବ ଲୋଚନ ପଣ୍ଡା, ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ଅବକାରୀ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକ, ସହରର ସମସ୍ତ ଥାନା ଅଧିକାରୀ, ସମସ୍ତ ଲାଇନ ବିଭାଗର ଅଧିକାରୀ ଙ୍କ ସମେତ ସମସ୍ତ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅହିଂସା ରଥର ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

ଅହିଂସା ରଥର ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

Read More...

ଚାକିରୀ ପାଇଁ ଲାଞ୍ଚ ଦେଇ ଠକାମୀରୁ ରୋକିବା ପାଇଁ ଅନୁରୋଧ

ଚାକିରୀ ପାଇଁ ଲାଞ୍ଚ ଦେଇ ଠକାମୀରୁ ରୋକିବା ପାଇଁ ଅନୁରୋଧ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: