ନିଖୋଜ ବଳରାମର ମୃତଦେହ ଉଦ୍ଧାର-ପାଟପୁର ପୋଲିସର ତଦନ୍ତ

September 21, 2022, ଓଡ଼ିଶା, ଗଞ୍ଜାମ, Kiran Behera
ନିଖୋଜ ବଳରାମର ମୃତଦେହ ଉଦ୍ଧାର-ପାଟପୁର ପୋଲିସର ତଦନ୍ତ
Kiran Behera
[ Reporter,Digapahandi ]
Bhagyaprabha News Bureau
September 21, 2022

ଦୀର୍ଘ ୧୦ ଘଣ୍ଟା ଅତିବାହିତ ପରେ ଫାସିଗୁଡା ପଞ୍ଚାୟତ ବାଙ୍ଗରଡା ଗ୍ରାମର ନିଖୋଜ ଯୁବକ ବଳରାମ ଡାକୁଆଙ୍କ ମୃତଦେହ ବୁଧବାର ସକାଳୁ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ଗତକାଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ପାଟପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମ ପାର୍ଶ୍ବ ଦେଇ ପ୍ରବାହିତ ଘୋଡାହଡ ନଦୀର ଶାଖା ରାଉତରାୟ ନାଳକୁ ଜଗନ୍ନାଥ ସେଠୀ ଓ ବଳରାମ ମିଶି ଯାଇଥିଲେ । ତେବେ ଗତ କିଛିଦିନ ଧରି ଅପରାହ୍ନରେ ପ୍ରବଳ ବର୍ଷା ହେତୁ ନାଳରେ ପ୍ରବଳ ବର୍ଷାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିଲା । ଏଭଳି ସମୟରେ ଅସାବଧାନତା କାରଣରୁ ପ୍ରଖର ଜଳ ସ୍ରୋତରେ ଦୁଇ ଯୁବକ ଭାସି ଯାଇଥିଲେ । ତେବେ ଗ୍ରାମବାସୀ ଜଗନ୍ନାଥଙ୍କୁ ଉଦ୍ଧାର କରିଥିବା ବେଳେ ବଳରାମ ନିଖୋଜ ରହିଥିଲେ । ଖବରପାଇ ଘଟଣାସ୍ଥଳରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଖୋଜ ବଳରାମଙ୍କୁ ଉଦ୍ଧାର ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ କୈାଣସି ସନ୍ଧାନ ପାଇନଥିଲେ । ଗୋଟିଏ ପଟେ ଜଗନ୍ନାଥ ବର୍ତ୍ତମାନ ଚିକିତ୍ସାଧୀନ ରହିଥିବା ବେଳେ ଆଜି ସକାଳ ସାଢେ ୭ ଘଣ୍ଟା ସମୟରେ ବଳରାମର ମୃତଦେହ ନିକଟସ୍ଥ ଚେକଡ୍ଯାମ ପାଖରେ ଭାସୁଥିବା ଦେଖିବାକୁ ପାଇଥିଲେ । ତେବେ ଗ୍ରାମବାସୀ ଗଭୀର ଜଳରାଶି ମଧ୍ୟରେ ପଶି ପାଣିକୁ କାଟି ଉଦ୍ଧାର କରିଥିଲେ । ଏହାପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି । ଘଟଣାପରେ ଫାସିଗୁଡା ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ଓ ପୂର୍ବତନ ସରପଞ୍ଚ ଦିଲୀପ ସେଠୀ ପହଞ୍ଚି ପରିବାରକୁ ସାନ୍ତ୍ଵନା ଦେବା ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜମିଜମା ସେଟଲମେଣ୍ଟ ବ୍ୟବସ୍ଥାରେ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଜମିଜମା ସେଟଲମେଣ୍ଟ ବ୍ୟବସ୍ଥାରେ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Read More...

ଅହିଂସା ରଥର ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

ଅହିଂସା ରଥର ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: