ଡାକ ବିଭାଗ ପକ୍ଷରୁ ମତ୍ସ୍ୟଜାତ ଦ୍ରବ୍ୟ ର ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚିତ

October 12, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଡାକ ବିଭାଗ ପକ୍ଷରୁ ମତ୍ସ୍ୟଜାତ ଦ୍ରବ୍ୟ ର ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
October 12, 2022

ଗଞ୍ଜାମ ଜିଲ୍ଲା ଗୋଖରକୁଦା ସ୍ଥିତ ହୁମl ଡ୍ରାଇ ଫିସ କ୍ଲଷ୍ଟର ଠାରେ ବ୍ରହ୍ମପୁର ଡ଼ାକ ମଣ୍ଡଳ ପକ୍ଷରୁ ମତ୍ସ୍ୟଜାତ ଦ୍ରବ୍ୟ ର ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚିତ ହୋଇଯାଇଛି। ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରୋଡକ୍ଟ ରୂପେ ଗଞ୍ଜାମର ମତ୍ସ୍ୟଜାତ ଦ୍ରବ୍ୟ ମାନ୍ୟତା ପାଇଛି l ଏହି ପରିପ୍ରେକ୍ଷୀରେ ଭାରତୀୟ ଡାକବିଭାଗର ନିଷ୍ପତି ପ୍ରକାରେ ଓଡିଶା ଡାକ ପରିମଣ୍ଡଳର ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ଶୁଭେନ୍ଦୁ କୁମାର ସ୍ୱାଇଁ ଙ୍କ ନିର୍ଦେଶ କ୍ରମେ ଆଜି ହୁମା ଡ୍ରାଇ ଫିସ କ୍ଲଷ୍ଟର ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ ପୂର୍ବତନ ଅଧକ୍ଷ ସୁରଥ ପାହାନ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପ୍ରଧାନ, ଗଞ୍ଜାମ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା ,ହୂମ୍ମା ସରପଞ୍ଚ ଜାନକୀ ଦାସ, ସ୍ଥାନୀୟ ନାଏବ ସରପଞ୍ଚ ଚନ୍ଦ୍ର ପ୍ରଧାନ, ସମିତି ସଭ୍ୟl ଉଷାରାଣୀ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଜାତୀୟ ଡାକସପ୍ତାହ ର ଡାକଟିକଟ ସଂଗ୍ରହ ଦିବସ ଅବସରରେ ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚିତ କରାଯାଇଥିଲା। ୧୯୩୦ ମସିହାରେ ଗାନ୍ଧିଜୀଙ୍କ ଡାକରା ହୋଇଥିବା ଲବଣ ସତ୍ୟାଗ୍ରହରେ ହୁମା ଅଞ୍ଚଳ ପ୍ରତିଦାନ ଇତିହାସର ସ୍ଵର୍ଣlକ୍ଷରରେ ଲିପିବଦ୍ଧ ହୋଇ ରହିଛି, ଏହି ଡାକ ଲଫାଫା ଉନ୍ମୋଚନ ଇତିହାସ ଅନ୍ୟ ଏକ ପୃଷ୍ଠା ଯୋଡିବା ସହ ଏହି ଅଂଚଳ ର ମତ୍ସ୍ୟଜାତ ଦ୍ରବ୍ୟ ର ଚାହିଦା କୁ ସାରା ଦେଶରେ ପ୍ରଚାର ପ୍ରସାର ପୂର୍ବକ ମତ୍ସ୍ୟଜାତ ମାନଙ୍କର ଅର୍ଥନୈତିକ ବିକାଶ ରେ ସହାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହ ଡାକ ବିଭାଗ ଏହି ଉଦ୍ୟମ ର ଭୁରିୟସୀ ପ୍ରଶଂସା କରିଥିଲେ । ବ୍ରହ୍ମପୁର ଡାକ ମଣ୍ଡଳ ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ଙ୍କ ପ୍ରେରଣା ରେ ପୋଷ୍ଟାଲ ଆସିଷ୍ଟାଣ୍ଟ ଗୌର ହରି ପଣ୍ଡା ଙ୍କ ଉଦ୍ୟମରେ ଏହା ସମ୍ଭବପର ହୋଇଥିବାରୁ ମା ରାମଚଣ୍ଡୀ ଫାଉଣ୍ଡେସନର ମୁଖ୍ୟ ରବୀନ୍ଦ୍ର କୁମାର ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡାକ ଅଧିକ୍ଷକ କିରଣ ଵାଳା ପଣ୍ଡା, ସଞ୍ଜୟ କୁମାର ଦୋରା, ହୂମ୍ମା ଭାରପ୍ରାପ୍ତ ଉପ ଡାକ ପାଳ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ମତ୍ସ୍ୟଜୀବୀଙ୍କ ପ୍ରତିନିଧି ବି ବାବାଜୀ, ଡବ୍ଲୁ ସୀମାଦ୍ରୀ ଙ୍କ ସମେତ ବହୁ ମତ୍ସ୍ୟଜୀବି ଯୋଗ ଦେଇଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୭ ବର୍ଷରୁ କମ ଜୋନ୍ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

୧୭ ବର୍ଷରୁ କମ ଜୋନ୍ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Read More...

ଲିମକା ବୁକ ଅଫ ରେକର୍ଡରେ ବ୍ରହ୍ମପୁର ଆଇଟିଆଇର ସର୍ବ ବୃହତ ଗିତାର

ଲିମକା ବୁକ ଅଫ ରେକର୍ଡରେ ବ୍ରହ୍ମପୁର ଆଇଟିଆଇର ସର୍ବ ବୃହତ ଗିତାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: