ଦକ୍ଷିଣାଞ୍ଚଳ ଆଇଜି ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ପୋଡ଼ି ନଷ୍ଟ

October 12, 2022, ବିଶେଷ, ଗଞ୍ଜାମ, Kiran Behera
ଦକ୍ଷିଣାଞ୍ଚଳ ଆଇଜି ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ପୋଡ଼ି ନଷ୍ଟ
Kiran Behera
[ Reporter,Digapahandi ]
Bhagyaprabha News Bureau
October 12, 2022

ଜିଲ୍ଲା କୋର୍ଟର ନିର୍ଦ୍ଦେଶକ୍ରମେ ପାଟପୁର ପୋଲିସ ଥାନା ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଜବତ ଗଞ୍ଜେଇ ପୋଡ଼ି ନଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବୁଧବାର ଦିନ ଡ୍ରଗ ଡିସପଜାଲ କମିଟି ତଥା ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ , ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ ସମେତ ସମସ୍ତ ପୋଲିସ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ପୂର୍ବରୁ ପାଟପୁର ଥାନା ଗଞ୍ଜାମ ଗଜପତି ସିମାନ୍ତ ତପ୍ତପାଣି ନିକଟସ୍ଥ ଖପରାଗଣ୍ଡରୁ ଜବତ କରାଯାଇଥିବା ୩୧୪୮ କେଜି ଗଞ୍ଜେଇ ପୋଡ଼ି ନଷ୍ଟ କରାଯାଇଥିବା ଜଣାପଡିଛି । ଏନେଇ ଆଜି ଦକ୍ଷିଣାଞ୍ଚଳ ଆଇଜି ଶ୍ରୀ ଭୋଇ ଏବଂ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଏ ଶେରଗଡ଼ ଥାନା ପରିଭ୍ରମଣ କରିବା ସହ ସମସ୍ତ ପୋଲିସ ପ୍ରଶାସନ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ସ୍ଥାନୀୟ ଥାନା ଅରଖପଦା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମିନିରେ ଜବତ ଗଞ୍ଜେଇକୁ ପୋଡ଼ି ନଷ୍ଟ କରାଯାଇଥିଲା । ପୂର୍ବରୁ ମଧ୍ୟ ୧୧ ଗୋଟି କେସ୍ ମାମଲାରେ ଗଚ୍ଛିତ ୧୩୨୫ କିଲୋ ଗଞ୍ଜେଇ ପୋଡା ଯାଇଥିଲା । ଏହି ଗଞ୍ଜେଇ ପୋଡା ଅଭିଯାନରେ ଏସ୍ ଟି ଏଫ୍ ଏସପି କିଶୋର କୁମାର ପାଣିଗ୍ରାହୀ , ଜିଲ୍ଲା ଅବକାରୀ ଏସପି ମମେନ୍ଦ୍ର ନାରାୟଣ ନାଥ , ଆସିକା ଏସଡିପିଓ ଉମାଶଙ୍କର ସିଂ, ଅତିରିକ୍ତ ଜିଲ୍ଲାପାଳ ବିଶ୍ବମ୍ବର ରଥ , ଡିଏସପି ସୁଜିତ କୁମାର ନାୟକ , ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ , ପୂର୍ବତନ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରି : ଥାନାରେ ଏତଲା

ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରି : ଥାନାରେ ଏତଲା

Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ୨୨ ଗୋଟି ପରିବାର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ୨୨ ଗୋଟି ପରିବାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: