ଉଷା କୋଠୀଶାଳ ଯାତ୍ରା ଉଦଯାପନୀ ଉତ୍ସବରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଓ ସନ୍ଥଶ୍ରୀ ଦେବଦତ୍ତ

October 13, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଉଷା କୋଠୀଶାଳ ଯାତ୍ରା ଉଦଯାପନୀ ଉତ୍ସବରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଓ ସନ୍ଥଶ୍ରୀ ଦେବଦତ୍ତ
Kiran Behera
[ Reporter,Digapahandi ]
Bhagyaprabha News Bureau
October 13, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବି . ତୁରୁବୁଡି ପଞ୍ଚାୟତ ଝରିପଦର ଗ୍ରାମ ଗୈାଡ ସାହିରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଉଷା କୋଠୀଶାଳ ଯାତ୍ରା ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ଗ୍ରାମବାସୀ ପକ୍ଷରୁ ଆୟୋଜିତ ପୈାରାଣିକ ନାଟକ ମହାଭାରତ ମଞ୍ଚସ୍ଥ ହୋଇଥିବା ବେଳେ ଏଥିରେ ପୂର୍ବତନ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ତଥା ୨୬ ନଂ ଜୋନ୍ ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ଓ ସନ୍ଥଶ୍ରୀ ଦେବଦତ୍ତ ମେକାପ ଅତିଥି ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏଥିସହ ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ପୂର୍ବତନ ନଗର ବିଜେଡି ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ , ପୂର୍ବତନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ପୂର୍ବତନ ଗୋକର୍ଣ୍ଣପୁର ସରପଞ୍ଚ ଅସିତ କୁମାର ସାହୁ , ପୂର୍ବତନ ବମକୋଇ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ଯା , ସ୍ଥାନୀୟ ସରପଞ୍ଚ ବି . ଲିଙ୍ଗରାଜ ଦୋରା , ପୂର୍ବତନ ସରପଞ୍ଚ କୁରେଶୁ ସେଠୀ , ୱାର୍ଡ ସଭ୍ୟ ମିଟୁ ଗୈାଡ , ସମାଜସେବୀ ଗୋପାଳକୃଷ୍ଣ ମେକାପ , ସଞ୍ଜୟ ପାଣିଗ୍ରାହୀ , ଗୈାରୀ ମହାରାଜ , ଗିରୀଜା ନନ୍ଦନ ମେକାପ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ପରିପ୍ରେକ୍ଷୀରେ ନାଟକର ନିର୍ଦ୍ଦେଶକ ରାଜୁ ରେଡ୍ଡୀଙ୍କ ପରିଚାଳନାରେ କଳାକାର ମାନେ ନାଟ ପରିବେଷଣ କରିଥିଲେ । ଏଥିରେ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

Read More...

ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରି : ଥାନାରେ ଏତଲା

ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରି : ଥାନାରେ ଏତଲା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: