ରାଜ୍ୟରେ ଅଣ୍ଡା ଉତ୍ପାଦନରେ ଗଞ୍ଜାମ ଅଗ୍ରଣୀ

October 14, 2022, ବିଶେଷ, ଗଞ୍ଜାମ, Swadhina Kumar Sahu
ରାଜ୍ୟରେ ଅଣ୍ଡା ଉତ୍ପାଦନରେ ଗଞ୍ଜାମ ଅଗ୍ରଣୀ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
October 14, 2022

ବ୍ରହ୍ମପୁର ସ୍ଥାନୀୟ ଡାଇମଣ୍ଡ ଜୁବୁଲି ଟାଉନ ହଲ ପରିସରରେ ଆଜି ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରାଣି ସମ୍ପଦ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଦେବରାଜ ବେହେରା ସଂଯୋଜନା କରିଥିଲେ। ସେହିପରି ଅତିଥି ରୂପେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲିପ କୁମା ଖୁଣ୍ଟିଆ, ରାଜ୍ୟ ପୋଲଟ୍ରି ଫେଡେରେସନର ସଭ୍ୟ ଡି ବିଶ୍ୱନାଥ, ଅଗ୍ରଣୀ ବ୍ୟାଙ୍କର ଶାଖା ପରିଚାଳକ ଅଶୋକ କୁମାର ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଅଗ୍ରଣି କୁକୁଡା ଚାଷି ଅଂଶ ଗ୍ରହଣ କରିଥିଲେ। ସେହିପରି ପ୍ରାଣି ସମ୍ପଦ ବିଭାଗର ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକ୍ରମ, କୁକୁଡା ଉଦ୍ୟୋଗର ଉନ୍ନତି କରଣ ଉପରେ ଅତିଥିମାନେ ନିଜର ମତ ରଖିଥିଲେ। ଏହି କର୍ମଶାଳାରେ ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ ୩୨ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ଆମ ଜିଲ୍ଲା ରାଜ୍ୟରେ ଅଗ୍ରଣୀ ସ୍ଥାନ ଅଧିକାରୀ କରିଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଦେବରାଜ ବେହେରା ସୂଚନା ଦେଇଥିଲେ। ସେହିପରି ଦେଶରେ ଅଣ୍ଡାର ବାର୍ଷିକ ବଳକା ହାର ମୁଣ୍ଡ ପିଚ୍ଛା ୯୦ ରହିଥିବା ବେଳେ ରାଜ୍ୟରେ ୮୬ ଏବଂ ଗଞ୍ଜାମ ଜିଲ୍ଲାରେ ଏହା ସର୍ବାଧିକ ୩୪୨ ରହିଛି। ଯେଉଁ କାରଣରୁ ଆମ ରାଜ୍ୟ ବଳକା ରାଜ୍ୟ ଭାବେ ପଡୋଶୀ ରାଜ୍ୟମାନଙ୍କୁ ଅଣ୍ଡା ଯୋଗାଇ ଆସୁଛି। ସେହିପରି ଏହି ସଫଳତା ପଛରେ ବିଭିନ୍ନ ବ୍ୟାଙ୍କ ମାନଙ୍କର ହାତ ରହିଥିବା ସେ କହିଛନ୍ତି, କାରଣ କୁକୁଡା ଚାଷି ମାନଙ୍କୁ ସମାନ ସମୟରେ ଋଣ ପ୍ରଦାନ ଠାରୁ ଆରମ୍ଭ କରି ପ୍ରୋତ୍ସାହିତ କରିବାରେ ବ୍ୟାଙ୍କ ଗୁଡିକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଅନ୍ୟପଟେ ପ୍ରତ୍ୟେକ ବ୍ୟକ୍ତି ବର୍ତ୍ତମାନ ଘରେ ଅଣ୍ଡା ଚାଷ କରିପାରିବେ ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଗମ ପୋର୍ଟାଲ ଜରିଆରେ ସମସ୍ତେ ସୁବିଧାରେ ନିଜର ରେଜିଷ୍ଟ୍ରେସନ କରାଇ ଏହାର ଲାଭ ପାଇପାରିବେ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି। ସେହିପରି ଉକ୍ତ କର୍ମଶାଳାରେ କୃଷି ବିଭାଗ, ପ୍ରାଣୀ ସମ୍ପଦ ବିଭାଗର ବହୁ ଅଧିକାରୀ,କର୍ମଚାରୀଙ୍କ ସମେତ ବହୁ ଚାଷି ଅଂଶଗ୍ରହଣ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନକଲି ଗୁଟଖା ବ୍ୟବସାୟୀଙ୍କ ଅମରାବତୀ ସାଜିଛି ବ୍ରହ୍ମପୁର, ତିିନି ଗାଡି ସମେତ ୧୦ କୋଟି ଟଙ୍କାର ନକଲି ଗୁଟଖା ଜବତ

ନକଲି ଗୁଟଖା ବ୍ୟବସାୟୀଙ୍କ ଅମରାବତୀ ସାଜିଛି ବ୍ରହ୍ମପୁର, ତିିନି ଗାଡି ସମେତ ୧୦ କୋଟି ଟଙ୍କାର ନକଲି ଗୁଟଖା ଜବତ

Read More...

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: