ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଚେନ୍ନାଇରେ ପାଳନ ହେଲା ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନ୍ମ ଦିନ

October 17, 2022, ଦେଶଦୁନିଆ, , BHAGYAPRABHA NEWS
ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଚେନ୍ନାଇରେ ପାଳନ ହେଲା ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନ୍ମ ଦିନ
BHAGYAPRABHA NEWS
[ INPUT ]
Bhagyaprabha News Bureau
October 17, 2022

ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଚେନ୍ନାଇରେ ପାଳନ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ । ଯେଉଁଥିରେ ସାମିଲ ହୋଇଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ଉତ୍କଳ ଆସୋସିଏସନ ମାଡ୍ରାସ ତରଫରୁ ଚେନ୍ନାଇ ସ୍ଥିତ ଓଡିଶା ଭବନ ଠାରେ ମୁଖ୍ୟମନ୍ତ୍ରୀଙ୍କ 77 ତମ ଜନ୍ମ ଦିବସ ପାଳନ କରାଯାଇଥିବା ବେଳେ ଏଥିରେ ଶତାଧିକ ପ୍ରବାସୀ ଓଡ଼ିଆ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ ସମସ୍ତେ । ଏହି ଅବସରରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଆସୋସିଏସନ ମାଡ୍ରାସର ସଭାପତି ପବିତ୍ର ମୋହନ ମାଝୀ ଏବଂ ସଂପାଦକ ପ୍ରଭାସ ପତି ଉପସ୍ଥିତ ରହିଥିଲେ | ଚେନ୍ନାଇ ଠାରେ ଦୀର୍ଘ ଦିନର ଦାବି ଥିବା ଓଡିଶା ଭବନ ନିର୍ମାଣ ତଥା କୋଭିଡ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ସହାୟତା ସକାଶେ ଚେନ୍ନାଇ ଠାରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନର କାମନା କରିଥିଲେ | ଏହି ଅବସରରେ କେକ କାଟିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା | ପ୍ରବାସୀ ଓଡ଼ିଆଙ୍କ ଏହିଭଳି ଜନ୍ମଦିନ ପାଳନ ଲାଗି ବିଧାୟକ କୃତଜ୍ଞତା ଜଣାଇଥିଲେ |




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ଉଦ୍ଧାର ହେଲା ହରିଣ ଛୁଆ

ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ଉଦ୍ଧାର ହେଲା ହରିଣ ଛୁଆ

Read More...

ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମ  ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି  |

ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି |

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: