ଆଇଏନସି ଟିମ ଦ୍ଵାରା କଲେଜ ଅଫ ନର୍ସିଂରେ ଭିତ୍ତିଭୂମି ଯାଞ୍ଚ

November 09, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଆଇଏନସି ଟିମ ଦ୍ଵାରା କଲେଜ ଅଫ ନର୍ସିଂରେ ଭିତ୍ତିଭୂମି ଯାଞ୍ଚ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
November 09, 2022

ବ୍ରହ୍ମପୁର- ଜାତୀୟ ନର୍ସିଂ କାଉନସିଲ(ଆଇଏନସି)ର ଦୁଇ ଜଣିଆ ଟିମ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଥିବା କଲେଜ ଅଫ ନର୍ସିଂରେ ପହଞ୍ଚି ଦୁଇଦିନ ଧରି ଭିତ୍ତିଭୂମି ସହ ସ୍ଥିତାବସ୍ଥା ଯାଞ୍ଚ କରିଛନ୍ତି।ଗତବର୍ଷ ଏହି କଲେଜରେ ବିଭିନ୍ନ ପାଠ୍ୟକ୍ରମରେ ସିଟ ବୃଦ୍ଧି ପାଇଥିଲା, ଯାହା ଫଳରେ ସେଠାରେ ପାଠପଢା ପାଇଁ ଉପଯୁକ୍ତତା ପ୍ରମାଣପତ୍ର ପ୍ରଦାନ ପୂର୍ବରୁ ଏହି ଦୁଇ ଜଣିଆ ଟିମ ବ୍ରହ୍ମପୁରରେ ପହଞ୍ଚି ନର୍ସିଂ କଲେଜ ସହ ଏମକେସିଜି ମେଡିକାଲ ଏବଂ ବେଲଗାଁ ସ୍ଥିତି ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ପୂର୍ବରୁ ନର୍ସିଂ କଲେଜରେ ୪୦ଟି ବିଏସସି ନର୍ସିଂ ସିଟ ରହିଥିବା ବେଳେ ୧୭ଟି ଏମଏସସି ନର୍ସିଂ ଓ ୪୦ଟି ପୋଷ୍ଟ ବେସିକ ବିଏସସି ସିଟ ରହିଥିଲା । ହେଲେ ଗତବର୍ଷ ଠାରୁ ବିଏସସି ନର୍ସିଂ ସିଟ ୪୦ରୁ ବୃଦ୍ଧି ହୋଇ ୧୫୦ରେ ପହଞ୍ଚିଥିଲା । ସେହିପରି ଏମଏସସି ନର୍ସିଂ ସିଟ ୧୭ରୁ ବୃଦ୍ଧି ହୋଇ ୫୦ରେ ପହଞ୍ଚିଥିବା ବେଳେ ପୋଷ୍ଟ ବେସିକ ନର୍ସିଂ ସିଟ ୪୦ରୁ ବୃଦ୍ଧି ହୋଇ ୬୦ ହୋଇଥିଲା । ଏହି ସମସ୍ତ ସିଟରେ ନୂତନ ଛାତ୍ରଛାତ୍ରୀ ଗ୍ରହଣ କରାଯାଇସାରିଛି। ହେଲେ ନିୟମପ୍ରକାରେ ଏହି ସମସ୍ତ ସିଟ ପାଇଁ ଉପଯୁକ୍ତ ଭିତ୍ତିଭୂମି, ମାନବସମ୍ବଳ ସହ ଆନୁସଙ୍ଗିକ ସୁବିଧା ସୁଯୋଗ ରହିଛି କି ନାହିଁ ତାହାର ସମୀକ୍ଷା ଆଇଏନସି ପକ୍ଷରୁ କରାଯିବ। ସେହିକ୍ରମରେ ନୂଆ ଦିଲ୍ଲୀ ସ୍ଥିତ ଆଇଏନସିର ଇନ୍ସପେକ୍ଟର ଭାବେ ପଶ୍ଚିମବଙ୍ଗ ସ୍ଥିତ ସରକାରୀ ନର୍ସିଂ କଲେଜର ଅଧ୍ୟକ୍ଷ ଏବଂ ପୂବର୍ତନ ଅଧ୍ୟକ୍ଷାଙ୍କୁ ନେଇ ଗଠିତ ଦୁଇ ଜଣିଆ ଟିମ ଗତକାଲି ଏମକେସିଜିର କଲେଜ ଅଫ ନର୍ସିଂରେ ପହଞ୍ଚିଥିଲେ । ଏହି ଟିମ ଗତକାଲି କଲେଜର କ୍ଲାସରୁମ, ହଷ୍ଟେଲ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ଶିକ୍ଷା ପ୍ରଣାଳୀ ବିଷୟରେ କାଗଜପତ୍ର ଯାଞ୍ଚ କରିଥିଲେ । ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ଏମକେସିଜି କଲେଜ ଅଫ ନର୍ସିଂର ଗ୍ରାମୀଣ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପରିଦର୍ଶନ କରିଥିଲେ । ଆଜି ଏହି ଟିମ ଏମକେସିଜିର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ, ଶିଶୁ ବିଭାଗ, ସର୍ଜରୀ ବିଭାଗ ଏବଂ ଅସ୍ଥିଶଲ୍ୟ ବିଭାଗ ସହ ଅନ୍ୟାନ୍ୟ ବିଭାଗ ବୁଲି ବିଏସସି ଓ ଏମଏସସି ନର୍ସିଂ ଛାତ୍ରଛାତ୍ରୀଙ୍କ ପାଠପଢା ଏବଂ ଅଭ୍ୟାସ କରିବାକୁ ରହିଥିବା ଭିତ୍ତିଭୂମି ବିଷୟରେ ଯାଞ୍ଚ କରିଥିଲେ ବୋଲି କଲେଜ ଅଫ ନର୍ସିଂର ଅଧ୍ୟକ୍ଷା ପ୍ରଫେସର ରାଜଲକ୍ଷ୍ମୀ ମିଶ୍ର କହିଛନ୍ତି । ଅନ୍ୟପକ୍ଷରେ ଏମକେସିଜି ପରିସରରେ ଥିବା ସ୍କୁଲ ଅଫ ନର୍ସିଂ ଗତବର୍ଷ ଠାରୁ ବନ୍ଦ ହୋଇଯାଇଛି । ସେହି ସ୍କୁଲକୁ କଲେଜ ଅଫ ନସିଂ ସହ ମିଶାଇ ଦିଆଯାଇଛି । ଅର୍ଥାତ ଏମକେସିଜିରେ ଜିଏନଏମ କୋର୍ସ ବଦଳରେ ଛାତ୍ରଛାତ୍ରୀମାନେ ଏଣିକି ବିଏସସି ନର୍ସିଂ ପାଠ ପଢିବେ ବୋଲି ପ୍ରଫେସର ରାଜଲକ୍ଷ୍ମୀ ମିଶ୍ର କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବରିଷ୍ଠ କିରାଣୀ ସୁନୀଲ ବିଶ୍ୱାଳଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବରିଷ୍ଠ କିରାଣୀ ସୁନୀଲ ବିଶ୍ୱାଳଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Read More...

ନିଷ୍ଟ ଶିକ୍ଷାନୁଷ୍ଠାନ ପକ୍ଷରୁ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ

ନିଷ୍ଟ ଶିକ୍ଷାନୁଷ୍ଠାନ ପକ୍ଷରୁ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: