ଅସ୍ଥାୟୀ ପାରା ବନ କର୍ମଚାରୀଙ୍କ କଳାବ୍ୟାଜ ପରିଧାନ

November 14, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଅସ୍ଥାୟୀ ପାରା ବନ କର୍ମଚାରୀଙ୍କ କଳାବ୍ୟାଜ ପରିଧାନ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
November 14, 2022

ସ୍ଥାୟୀ ନିଯୁକ୍ତି ଦାବିରେ ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସମସ୍ତ ଅସ୍ଥାୟୀ ପାରା ବନ କର୍ମଚାରୀମାନେ କଳା ବ୍ୟାଜ ପରିଧାନ କରିଛନ୍ତି । ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାରଙ୍କ ବନ ବିଭାଗ ଅଧିନରେ ପାରା କର୍ମଚାରୀ ଭାବେ ଦିନ ରାତି ସବୁ ସମୟରେ ଜଙ୍ଗଳ ଓ ଜୀବଯନ୍ତୁଙ୍କ ସୁରକ୍ଷାରେ ନିଜକୁ ସାମିଲ କରିଥିବା କର୍ମଚାରୀମାନେ ଆଜି ଠାରୁ କଳା ବ୍ୟାଜ ପରିଧାନ କରିଛନ୍ତି । ଗତ କିଛି ଦିନ ତଲେ ରାଜ୍ୟ ସରକାର ୫୭ ହଜାର ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଘୋଷଣା କରିଥିଲେ କିନ୍ତୁ ସେଥିରେ ଏହି ପାରା ବନ କର୍ମଚାରୀମାନଙ୍କୁ ସାମିଲ କରାଯାଇ ନାହିଁ । ବହୁବାର ଆନ୍ଦୋଳନ ସତ୍ୱେ ଦାବି ପୂରଣ ନ ହେବାରୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଗତ ୨୦୧୮ ମସିହା ଜୁନ ମାସରେ ରାଜ୍ୟ ସଂଘ ପକ୍ଷରୁ ତିନି ଦିନ ଧରି ଭୂବନେଶ୍ୱର ଠାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଥିଲା, ସେହି ସମୟରେ ମୁଖ୍ୟ ଶାସନ ସଚିବ ସମସ୍ତ କର୍ମଚାରୀଙ୍କ ସମସ୍ୟାକୁ ଏକ ମାସ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୂତୀ ଦେଇଥିଲେ । ତେବେ ଉକ୍ତ ଘଟଣାକୁ ବର୍ତ୍ତମାନ ପାଞ୍ଚ ବର୍ଷ ବିତିବାକୁ ଯାଉଛି । କିନ୍ତୁ ସରକାରଙ୍କ ପକ୍ଷରୁ କୈଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଯାହା ଫଳରେ ପୁଣିଥରେ ସମସ୍ତ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏବଂ ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତେ କଳାବ୍ୟାଜ ପରିଧାନ କରିବେ ଏହାପରେ ଯଦି ସରକାର ଦାବି ନ ଶୁଣନ୍ତି ତେବେ ଆସନ୍ତା ୨୬ ତାରିଖ ଠାରୁ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଆରମ୍ଭ କରିବେ ବୋଲି କହିଛନ୍ତି । ସେହିପରି ବ୍ରହ୍ମପୁର ବନଖଣ୍ଡ ଅଧିନରେ କାମ କରୁଥିବା କର୍ମଚାରୀ ଦେବାଶିଷ ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ପାତ୍ର, ଶାନ୍ତି ପ୍ରସାଦ ବେହେରା, କପିଳେଶ୍ୱର ଦାସ, ମୁରାରୀ ପ୍ରସାଦ ରଥ, ପଦ୍ମ ଚରଣ ଦାଶ, ମନୋଜ କୁମାର ରାଉଳ, କୃଷ୍ଣ ଚନ୍ଦ୍ର ଜେନା ଙ୍କ ସମେତ ୧୬୦ରୁ ଉର୍ଦ୍ଧ ପାରା କର୍ମଚାରୀ କଳା ବ୍ୟାଜ ପରିଧାନ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଫ୍ରେଣ୍ଡସ ହେଲପିଙ୍ଗ କ୍ଲବ ପକ୍ଷରୁ ବ୍ରହ୍ମପୁରରେ ପାଳିତ ହେଲା  ଶିଶୁ ଦିବସ

ଫ୍ରେଣ୍ଡସ ହେଲପିଙ୍ଗ କ୍ଲବ ପକ୍ଷରୁ ବ୍ରହ୍ମପୁରରେ ପାଳିତ ହେଲା ଶିଶୁ ଦିବସ

Read More...

ଡିଏଲଏସଏ ପକ୍ଷରୁ ଶିଶୁ ଦିବସ ପାଳିତ

ଡିଏଲଏସଏ ପକ୍ଷରୁ ଶିଶୁ ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: