ଆଠ ଦଫା ଦାବି ନେଇ ଦିଗପହଣ୍ଡି ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ

November 22, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଆଠ ଦଫା ଦାବି ନେଇ ଦିଗପହଣ୍ଡି ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ
Kiran Behera
[ Reporter,Digapahandi ]
Bhagyaprabha News Bureau
November 22, 2022

ରାଜ୍ୟ ସଂଘର ଆହ୍ବାନ କ୍ରମେ ମଙ୍ଗଳବାର ଦିନ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ଓ୍ବାର୍କରସ ଆସୋସିଏସନ ଦିଗପହଣ୍ଡି ଶାଖା ପକ୍ଷରୁ ଆଠଦଫା ଦାବି ନେଇ ଅଙ୍ଗନବାଡି କର୍ମୀଙ୍କ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବ୍ଲକ ସଭାନେତ୍ରୀ ବନିତା ପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହୀ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାର ସଂଘର ଦାବୀ ଗୁଡିକୁ ଅବିଳମ୍ବେ ପୂରଣ ନକଲେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ । ସେହିଭଳି ବ୍ଲକ ସମ୍ପାଦିକା ସୁଲୋଚନା ରଥ, ସହସମ୍ପାଦିକା ସୁଲତା ପଟ୍ଟନାୟକ , ଜିଲ୍ଲା ପ୍ରତିନିଧି ମୀନତି ପଟ୍ଟନାୟକ ଏବଂ ସୁମିତ୍ରା କୁମାରୀ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦାବୀ ହାସଲ ଯାଏ ଐକ୍ଯବଦ୍ଧ ସଂଗ୍ରାମ ଜାରି ରଖିବା ଉପରେ ଗୁରୁତ୍ବାରୋପ କରିଥିଲେ।ଶତାଧିକ ଅଙ୍ଗନବାଡି କର୍ମୀ ଏହି ଆନ୍ଦୋଳନରେ ସାମିଲ ଥିବା ବେଳେ ପ୍ରଭାସିନୀ ଦେବୀ, ରେଣୁ ପ୍ରଧାନ, କୁନି ପଣ୍ଡା, ସୁନିତା ପଣ୍ଡା, ପୂର୍ଣ୍ଣିମା ଦେବୀ, କାମାକ୍ଷୀ ସେଠୀ ଏବଂ କୁନି ପାଢ଼ୀ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଦ୍ମନାଭପୁରରେ ପାଳିତ ହେଲା ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଦିନ

ପଦ୍ମନାଭପୁରରେ ପାଳିତ ହେଲା ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଦିନ

Read More...

ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୩ ତମ ଜନ୍ମ ଜୟନ୍ତୀ ପାଳିତ

ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୩ ତମ ଜନ୍ମ ଜୟନ୍ତୀ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: