ସଖୀ ପକ୍ଷରୁ ମହିଳା ହିଂସାକୁ ନାଁ ଦସ୍ତଖତ ସଂଗ୍ରହ ଅଭିଯାନ ଓ ସଚେତନତା

November 27, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ସଖୀ ପକ୍ଷରୁ ମହିଳା ହିଂସାକୁ ନାଁ ଦସ୍ତଖତ ସଂଗ୍ରହ ଅଭିଯାନ ଓ ସଚେତନତା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
November 27, 2022

ବ୍ରହ୍ମପୁର ସ୍ଥାନୀୟ ସଖୀ ଅନୁଷ୍ଠାନ ପକ୍ଷରୁ ମହିଳଆ ହିଂସା ରୋକିବା ସହିତ ନାରିଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ବନ୍ଦ କରିବା ପାଇଁ ବିଭିନ୍ନ ସଚତନତା କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ଏହି ଅବସରରେ ଆଜି ସଂଗଠନ ପକ୍ଷରୁ ସୁପ୍ରଭା ଦେବୀ କନିଷ୍ଟ ମହାବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉକ୍ତ ମହାବିଦ୍ୟାଳୟର ଅଧକ୍ଷ୍ୟା ଶ୍ରୀମତୀ ସୁପ୍ରଭା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅୟୋଜିତ ଆଇଏସଆରଡ଼ି - ୱାନ ସ୍ଟପ (ସଖୀ ) ତରଫରୁ ପାଳିତ “ମହିଳା ହିଂସାକୁ ନାଁ କହିବା “ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ । ମହିଳାଙ୍କ ପ୍ରତି ହାଉଥିବା ହିଂସା ବିରୁଦ୍ଧରେ ମତ ପ୍ରକାଶ ବା ପ୍ରତିକ୍ରିୟା ପ୍ରକଟ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଏହି କାର୍ଯ୍ୟ କ୍ରମରେ କନିଷ୍ଟ ବିଦ୍ୟାଳୟର ଛାତ୍ରୀ ମାନଙ୍କ ସହ ଉକ୍ତ ଅଞ୍ଚଳର କିଶୋରୀ ବାଳିକା ମାନେ ଯୋଗଦେଇ ଥିଲେ । ମହିଳା ହିଂସା ମୁକ୍ତ ସମାଜ ଗଠନ କରିବା ନିମନ୍ତେ, ମହିଳାଙ୍କ ପ୍ରତି ସମ୍ମାନ , ସଚେତନ ଓ ସମ୍ମାନର ଅଧିକାର ଏବଂ ସର୍ବପରି ସୁଯୋଗ ପ୍ରଦାନ ଆଜିର ସମାଜରେ ମହିଳା ସଶକ୍ତିକରଣ ନିମନ୍ତେ ବିବିଧ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ଏହା ପରେ ମଧ୍ୟ ଘରେ ଘରେ ମହିଳାଙ୍କ ପ୍ରତି ବିଭିର୍ନ୍ନ ପ୍ରକାର ଜଘନ୍ୟ କାଣ୍ଡ ମଧ୍ୟ ଘଟୁଛି । ୱାନ ସ୍ଟପ ସେଣ୍ଟର (ସଖୀ) ରା କର୍ମକର୍ତ୍ତା ଘରୋଇ ହିଂସା, ଆତ୍ମାନିର୍ଭରଶୀଳ, ବାଲ୍ୟ ବିବାହ ବିରୋଦ୍ଧ କରିବା ପାଇଁ ବାର୍ତ୍ତା ଦେଇଥିଲେ । ଏହା ସହିତ ସଂଗଠନ ପକ୍ଷରୁ ସକାଳ ୬ଘଣ୍ଟ ସମୟ ଠାରୁ ୮ ଘଣ୍ଟ ସମୟ ମଧ୍ୟରେ ଖଲ୍ଲିକୋଟ ମହାବିଦ୍ୟାଳୟର ଖେଳ ପଡିଆ ମଧ୍ୟରେ ମହିଳାଙଅକ ଉପରେ ହେଉଥିବା ହିଂସାକୁ ରୋକିବା ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ କରା ଯାଇଥିଲା ଏଥିରେ ବ୍ରହ୍ମପୁର ସହରର ବହୁ ବୁଦ୍ଧିଜୀବି ଓ ଖେଳପ୍ରେମୀ ମାନଙ୍କ ସହ ଜନସାଧାରଣ ଯୋଗଦେଇ ଦସ୍ତଖତ କରିଥିଲେ । ଆଇଏସଆରଡ଼ି ନିର୍ଦେଶକ ଶ୍ରୀଯୁକ୍ତ ସୁଧୀର ସାବତଙ୍କ ନେତୃତ୍ଵରେ ୱାନ ସ୍ଟପ ସେଣ୍ଟର (ସଖୀ)ର କେନ୍ଦ୍ର ପରିଚାଳିକା ମହେଶ୍ଵତା ପାଢୀ, ତମ୍ବାଳି ନାୟକ, ସ୍ନେହାମାୟୀ ପାଢୀ, ଅରୁଣୀ ନାୟକ,ଏବଂ ଲିପିକା ଜେନା ତଥା ଚାଇଲ୍ଡଲାଇନ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗ୍ନିଗଙ୍ଗାମାଁ ଯୁବକ ସଙ୍ଘ ଏବଂ ଓଡ଼ିଶା ଡ଼୍ରାଇଭର ସଂଘ ବନ୍ଧୁଗାଁ ଶାଖା ତରଫରୁ ରକ୍ତଦାନ ଶିବିର

ଅଗ୍ନିଗଙ୍ଗାମାଁ ଯୁବକ ସଙ୍ଘ ଏବଂ ଓଡ଼ିଶା ଡ଼୍ରାଇଭର ସଂଘ ବନ୍ଧୁଗାଁ ଶାଖା ତରଫରୁ ରକ୍ତଦାନ ଶିବିର

Read More...

ରେଳବାଇ ଡିଆରଏମଙ୍କ ଲକ୍ଷ୍ମୀପୁର ଗସ୍ତ

ରେଳବାଇ ଡିଆରଏମଙ୍କ ଲକ୍ଷ୍ମୀପୁର ଗସ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: