ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ବଦେଶୀ ସପ୍ତାହର ସମାରୋପ ଦିବସ

December 12, 2022, ଶିକ୍ଷା, ଗଞ୍ଜାମ, Kiran Behera
ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ବଦେଶୀ ସପ୍ତାହର ସମାରୋପ ଦିବସ
Kiran Behera
[ Reporter,Digapahandi ]
Bhagyaprabha News Bureau
December 12, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୋମବାର ପୂର୍ବାହ୍ନରେ ସ୍ବଦେଶୀ ସପ୍ତାହର ସମାରୋପ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସ୍ବଦେଶୀ ବାର୍ତ୍ତା ତଥା ଭାରତରେ ସ୍ବଦେଶୀ ଆନ୍ଦୋଳନର ପ୍ରଥମ ସହୀଦ ବାବୁଗେନୁ ବଳିଦାନ ଦିବସ ଭାବେ ମଧ୍ୟ ପାଳିତ କରାଯାଇଥିଲା । ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତି ଆନୁକୁଲ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ଯ ଲକ୍ଷ୍ମୀକାନ୍ତ ମିଶ୍ର ଓ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦୀପ ପ୍ରଜ୍ବଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ପ୍ରମୋଦ କୁମାର ଡାକୁଆ ମୁଖ୍ୟ ବକ୍ତା ଭାବେ ନିଜର ଅଭିଭାଷଣ ମତପ୍ରଦାନ କରିଥିବା ବେଳେ ଗୁରୁଜୀ ବାବୁଲା ପଣ୍ଡା ସଂଯୋଜନା କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ବଦେଶୀ ଦ୍ରବ୍ୟ କିଭଳି ବ୍ୟବହାର କରାଯାଇପାରିବ , ସ୍ବଦେଶୀ ଦରବ କଲେ ଗ୍ରହଣ ସମୃଦ୍ଧ ଭାରତ ହେବ ଗଠନ ଏବଂ ସ୍ବଦେଶରେ ବାବୁଗେନୁଙ୍କ ବଳିଦାନ ଉପରେ ବିଶେଷ ଆଲୋକପାତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟାଦଶତ୍ତମ କଣ୍ଢେଇ ମେଳା ଅନୁଷ୍ଠିତ

ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟାଦଶତ୍ତମ କଣ୍ଢେଇ ମେଳା ଅନୁଷ୍ଠିତ

Read More...

 ଭିଷ୍ମଗିରି ହାଇସ୍କୁଲର ହୀରକ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭିଷ୍ମଗିରି ହାଇସ୍କୁଲର ହୀରକ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: