ଭୂତତ୍ତ୍ଵ ବିଜ୍ଞାନ ବିଭାଗ ପକ୍ଷରୁ ପାଠକ ଚକ୍ର ଅନୁଷ୍ଠିତ

December 24, 2022, ଶିକ୍ଷା, ଗଞ୍ଜାମ, Kiran Behera
ଭୂତତ୍ତ୍ଵ ବିଜ୍ଞାନ ବିଭାଗ ପକ୍ଷରୁ ପାଠକ ଚକ୍ର ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
December 24, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ଭୂତତ୍ତ୍ୱ ବିଜ୍ଞାନ ବିଭାଗ ପକ୍ଷରୁ ପାଠକ ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଅନୁପ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାକୁ ଯଦି ଦାୟିତ୍ଵ ଭାବେ ଗ୍ରହଣ କରିବ ତେବେ ଉଚ୍ଚ ଶିକ୍ଷା ଲାଭ କରିପାରିବ ବୋଲି ପରାମର୍ଶ ଦେଇଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅନିଲ କୁମାର ସାହୁ ପ୍ରାରମ୍ଭିକ ଭାଷଣ ଦେଇ ଛାତ୍ରୀ ଛାତ୍ର ମାନଙ୍କୁ ସ୍ୱାଗତ କରିଥିଲେ । ଅଧ୍ୟାପକ ସୁଶୀଳ ଶୁଭଦୀପ ନାୟକ, ରବି କିରଣ ପାତ୍ର ଓ ବିବେକାନନ୍ଦ ଦୋରା ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ 'କୋଇଲାର ଭୂତାତ୍ୱିତ ତତ୍ତ୍ୱ' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଛାତ୍ର ବୃନ୍ଦ ନିଜ ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର ଜି. ଲୋକନାଥ ପାତ୍ର ଏବଂ ଛାତ୍ରୀ ସ୍ଵାଗତିକା ପଟ୍ଟନାୟକଙ୍କୁ ଜିଓଲୋଜି ସେମିନାର ସହ ସମ୍ପାଦକ ଭାବରେ ନିର୍ବାଚିତ କରାଗଲା । ଯୁକ୍ତ ୩ ଛାତ୍ରୀ ସନ୍ଧ୍ୟାରାଣୀ ଗୌଡ଼ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିବା ବେଳେ ସୁଶ୍ରୀ ମିକିରାଣୀ ପଣ୍ଡା ସ୍ୱାଗତ ସଂଗୀତ ଗାନ କରିଥିଲେ । ଶେଷରେ ଅଧ୍ୟାପକ ରବି କିରଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ନାତକ ଶ୍ରେଣୀ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସେବା ସମବାୟ କାର୍ଯ୍ୟାଳୟ ତାଲା ଭାଙ୍ଗି ନୂତନ ସଂପାଦକଙ୍କୁ ଦାୟିତ୍ଵ ହସ୍ତାନ୍ତର

ସେବା ସମବାୟ କାର୍ଯ୍ୟାଳୟ ତାଲା ଭାଙ୍ଗି ନୂତନ ସଂପାଦକଙ୍କୁ ଦାୟିତ୍ଵ ହସ୍ତାନ୍ତର

Read More...

ବଡମାଧପୁରରେ ଧାନମଣ୍ଡିର ଶୁଭାରମ୍ଭ

ବଡମାଧପୁରରେ ଧାନମଣ୍ଡିର ଶୁଭାରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: