ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ; ୨ ଗୁରୁତର

January 06, 2023, ଅପରାଧ, ଗଞ୍ଜାମ, Kiran Behera
ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ; ୨ ଗୁରୁତର
Kiran Behera
[ Reporter,Digapahandi ]
Bhagyaprabha News Bureau
January 06, 2023

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଶୁକ୍ରବାର ଘଟିଥିବା ଦୁର୍ଘଟଣା ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ସୁଚନା ମିଳିଛି । ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବକ ଜଣଙ୍କ ନାମ ସୁରେଶ ମଳିକ । ତାଙ୍କ ଘର ଦିଗପହଣ୍ଡି ଥାନା ଅନ୍ତର୍ଗତ ଟାମଣା ଆଦିବାସୀ ଗ୍ରାମରେ ବୋଲି ଜଣା ପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାଟି ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର କୋରଇଶୁଣୀ ମନ୍ଦିର ନିକଟରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ ଟାରେ ଘଟିଛି । କୌଣସି ଏକ ଗାଡି ଧକ୍କାରେ ସୁରେଶଙ୍କ ମୃତ୍ୟୁ ଘଟିଥିବା ଆଇ.ଆଇ.ସି ଦୀପ୍ତିରଞ୍ଜନ ବେହେରା କହିଛନ୍ତି । ସେହିପରି ସନ୍ଧ୍ୟାରେ ଦିଗପହଣ୍ଡି-ଘୋଡାହାଡ ରାସ୍ତାର କୁଣିଆଁ ଗାଁ ଠାରେ କୌଣସି ଏକ ଗାଡି ଧକ୍କାରେ ତଲାସିଂ ଗ୍ରାମର ସୁର୍ଯ୍ୟ ମହାରଣା ଆହାତ ହୋଇଥିଲେ । ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରଯାଇଛି । ସେ ବାଇକ ଯୋଗେ ଦିଗପହଣ୍ଡି ଆସି ଗାଁ କୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଜଣାପଡିଛି। ସେହିପରି ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାର ଦୁଆରଗାଁ ଠାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଦୁଆରଗାଁର କେଦାର ଗୌଡ ଏକ ବାଇକ ଧକ୍କାରେ ଗୁରୁତର ଆହାତ ହୋଇଛନ୍ତି । ତାଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଖରୀରେ ବୁଡି ଚାଷୀଙ୍କ ମୃତ୍ୟୁ ; ମୃତଦେହ ଜବତ

ପୋଖରୀରେ ବୁଡି ଚାଷୀଙ୍କ ମୃତ୍ୟୁ ; ମୃତଦେହ ଜବତ

Read More...

୩୨ତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ଉଦଘାଟିତ

୩୨ତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: