ଆସିକା ଦେଶର ସର୍ବଶ୍ରେଷ୍ଠ ଥାନା, ଦିଲ୍ଲିରେ ସମ୍ମାନୀତ କରିବେ ଗୃହମନ୍ତ୍ରୀ

January 06, 2023, ଦେଶଦୁନିଆ, ଗଞ୍ଜାମ, Swadhina Kumar Sahu
ଆସିକା ଦେଶର ସର୍ବଶ୍ରେଷ୍ଠ ଥାନା, ଦିଲ୍ଲିରେ ସମ୍ମାନୀତ କରିବେ ଗୃହମନ୍ତ୍ରୀ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 06, 2023

ଦେଶରେ ସର୍ବଶ୍ରେଷ୍ଠ ଥାନା ଭାବରେ ଗଞ୍ଜାମ ଜିଲ୍ଲାର ଆସିକା ଥାନାକୁ ଚୟନ କରିଛନ୍ତି କେନ୍ଦ୍ର ସରକାର । ଏହି ଅବସରରେ ଆସନ୍ତା ଜାନୁୟାରୀ ୨୦ ତାରିଖରେ ନୂଆଦିଲ୍ଲୀ ଠାରେ ଆୟୋଜିତ ହେବାକୁ ରହିଥିବା ସମସ୍ତ ରାଜ୍ୟର ପୋଲିସ ମହାନିର୍ଦ୍ଧେଶକ ସମ୍ମିଳନୀରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ଟ୍ରଫି ପ୍ରଦାନ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସା । ସୂଚନା ମୁତାବକ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ସମୟରେ ୨୦୨୨ ମସିହାରେ ଦେଶର ପ୍ରଥମ ତିନୋଟି ଶ୍ରେଷ୍ଠ ଥାନା ତାଲିକାରେ ଆସିକା ଥାନା ରହିଥିବା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଧେଶକ ତରୁଣ କୁମାର ଏକ ପତ୍ର ମାଧ୍ୟମରେ ରାଜ୍ୟ ପୋଲିସ ମହାନିର୍ଦ୍ଧେଶକଙ୍କୁ ଅବଗତ କରାଇଛନ୍ତି । ଏ ନେଇ ପୋଲିସ ଥାନାର ଅଧିକାରୀ ଙ୍କୁ ଦିଲ୍ଲୀରେ ଉପସ୍ଥିତ ରହିବା ପାଇଁ ଏକ ପତ୍ର ଆସିଥିବା ବେଳେ ଏହି ଖବର ଜଣାପଡ଼ିବା ପରେ ସାରା ଜିଲ୍ଲାରେ ଖୁସିର ମାହୋଲ ଖେଳିଯାଇଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ପୋଲିସ ଥାନା ଦେଶର ପ୍ରଥମ ତିନି ଶ୍ରେଷ୍ଠ ଥାନା ମଧ୍ୟରେ ପୁରସ୍କୃତ ହୋଇଥିବା ବେଳେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ଆସିକା ଥାନା ପୁଣି ଥରେ ଶ୍ରେଷ୍ଠ ଥାନା ଭାବରେ ଚୟନ ହୋଇଥିବା ନେଇ ବିଭିନ୍ନ ମହଲରେ ଖୁସିର ମାହୋଲ । ମୁଖ୍ୟତଃ ସର୍ବଭାରତୀୟ ସ୍ତରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୬୫ ଟି ବର୍ଗରେ ଏହି ସର୍ଭେ କରାଯାଇଥିଲା । ଆଉ ଏହାରି ମଧ୍ୟରେ ଆସିକା ଥାନା ପ୍ରଥମ ହୋଇଛି । ମୁଖ୍ୟତଃ ମାମଲାର ତ୍ୱରିତ ପଦକ୍ଷେପ, ଉତ୍ତମ ବ୍ୟବହାର, ସଚ୍ଚୋଟ କର୍ମଚାରୀ, ଥାନା ପରିସରରେ ସଫାସୁତୁରା, ଅଞ୍ଚଳବାସୀଙ୍କ ଥାନା ପ୍ରତି ରହିଥିବା ପ୍ରତିକ୍ରିୟା ପ୍ରମୁଖ ରହିଥାଏ । 1936 ମସିହା ପରେ ଆସିକା ଥାନା ପ୍ରଥମ ଥାନା ଯାହାକି ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କନିଷି ଠାରେ ଜୋନ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

କନିଷି ଠାରେ ଜୋନ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

Read More...

କେନ୍ଦ୍ରମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ

କେନ୍ଦ୍ରମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: