ଏଇଏମ ସ୍କୁଲ ପଞ୍ଚମ ବାର୍ଷିକ ଉତ୍ସବ ପାଳିତ

January 10, 2023, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଏଇଏମ ସ୍କୁଲ ପଞ୍ଚମ ବାର୍ଷିକ ଉତ୍ସବ ପାଳିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 10, 2023

ବ୍ରହ୍ମପୁର ସ୍ଥାନୀୟ କେଦାରେଶ୍ୱର ମନ୍ଦିର ପରିସରରେ ଆକୁମେନ ଇରାଜୀ ମାଧ୍ୟମିକ ବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବ୍ରହ୍ମପୁର ମେୟର ସଂଘମିତ୍ରା ଦଲେଇ ଏହି ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ। ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମୁଖ୍ୟ ବକ୍ତା ରୂପେ ପୂର୍ବତନ କର୍ପୋରେଟର ରାକେଶ ସାହୁ, ସମ୍ମାନୀତ ଅତିଥି ରୂପେ କର୍ପୋରେଟର ସବିତା ସାହୁ, ଟି କିଶୋର ପାତ୍ର, ସମାଜସେବୀ ଟୁଙ୍ଗୁ ସାହୁ ଯୋଗ ଦେଇଥିଲେ। ଶିକ୍ଷାନୁଷ୍ଠାନର ମୁଖ୍ୟ ଯୋଗେନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ସୂର୍ଯ୍ୟ ନାରାୟଣ ସାହୁ ବାର୍ଷିକ ବିବରଣୀ ପାଠ ଓ ଅଧକ୍ଷା ମଧୁସ୍ମିତା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଶିକ୍ଷାନୁଷ୍ଠାନର ନା ରଖିବା ସହିତ ସମସ୍ତ ଛାତ୍ରଛାତ୍ରୀ ଜଣେ ଜଣେ ଉତ୍ତମ ନାଗରିକ ହେବାକୁ ଲକ୍ଷ୍ୟ ରଖିବା ପାଇଁ ଅତିଥିମାନେ କହିଥିଲେ। ସେହିପରି ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ପକ୍ଷରୁ ବିଦ୍ୟାର୍ଥୀଙ୍କ ସମତେ ସେମାନଙ୍କ ଅବିଭାବକମାନଙ୍କୁ ନେଇ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ସଫଳତା ହାସଲ କରିଥିବା ଅବିଭାବକ ଓ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଚଳିତ ବର୍ଷର ଶ୍ରେଷ୍ଟ ଶିକ୍ଷୟତ୍ରୀ ଭାବେ ନିକି ସାହୁଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶିକ୍ଷୟତ୍ରୀ ଜୟନ୍ତି ସାହୁ, ରଶ୍ମିତା ସାହୁ, ରଶିଳା ସାହୁ, ରଶ୍ମିତା ପ୍ରଧାନ, ସୋନାଲି ସ୍ୱାଇଁ ଓ ସ୍ନେହା ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହକି ବିଶ୍ୱକପ ଅବସରରେ  ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ବିତର୍କ ପ୍ରତିଯୋଗିତା

ହକି ବିଶ୍ୱକପ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ବିତର୍କ ପ୍ରତିଯୋଗିତା

Read More...

ବରିଷ୍ଠ କଳାକାର ସଂଘର ବ୍ଲକ ସ୍ତରୀୟ ବୈଠକ

ବରିଷ୍ଠ କଳାକାର ସଂଘର ବ୍ଲକ ସ୍ତରୀୟ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: