ସେଲଫି ବେବୋଙ୍କ ଶେଷ ଭିଡିଓ ! ଜିରୋ ନାଇଟ ସେଲିବ୍ରେସନରେ ଷ୍ଟେଜ ସୋ’ରେ ଦର୍ଶକଙ୍କୁ ମତୁଆଲା କରିଥିବାର ଭିଡ଼ିଓ ସାମ୍ନାକୁ ଆସିଲା

January 10, 2019, ଅପରାଧ, , Bhagyaprabha News Bureau
ସେଲଫି ବେବୋଙ୍କ ଶେଷ ଭିଡିଓ ! ଜିରୋ ନାଇଟ ସେଲିବ୍ରେସନରେ ଷ୍ଟେଜ ସୋ’ରେ ଦର୍ଶକଙ୍କୁ ମତୁଆଲା କରିଥିବାର ଭିଡ଼ିଓ ସାମ୍ନାକୁ ଆସିଲା
Bhagyaprabha News Bureau
January 10, 2019

ସମ୍ବଲପୁରୀ ଆଲବମ୍ କୁଇନ୍ ସିମରନଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ତା’ଉପରୁ ପରଦା ହଟିନଥିବା ବେଳେ ସାମ୍ନାକୁ ଆସିଛି ସେଲଫି ବେବୋଙ୍କ ଶେଷ ଭିଡିଓ । ଭବାନୀପାଟଣାରେ ଏକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଜିରୋ ନାଇଟ୍ ସେଲିବ୍ରେସନ୍ ସମୟର ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଘୁରି ବୁଲୁଛି । ମୃତ୍ୟୁ ପୂର୍ବର ଏହି ଭିଡିଓରେ ବେଶ ଖୁସି ଅନ୍ଦାଜରେ ନଜର ଆସୁଛନ୍ତି ସେଲଫି ବେବୋ ।


ସାମନାକୁ ଆସିଲା ମୃତ୍ୟୁ ପୂର୍ବରୁ ସେଲଫି ବେବୋଙ୍କ ଶେଷ ଭିଡ଼ିଓ । ସମ୍ବଲପୁରୀ ଆଲବମର ସୁପରହିଟ୍ ଅଭିନେତ୍ରୀ ସିମରନଙ୍କ ମୃତ୍ୟୁ ପୂର୍ବର ଶେଷ ଷ୍ଟେଜ ସୋର ଭିଡିଓ । ନୂଆ ବର୍ଷ କାର୍ଯ୍ୟକ୍ରମରେ ସିମରନଙ୍କ ଷ୍ଟେଜ୍ ସୋ’ । ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ସେଦିନ ଦର୍ଶକଙ୍କୁ ମତୁଆଲା କରିଦେଇଥିଲେ ସିମରନ୍ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ।


ସେପଟେ ଝାରସୁଗୁଡ଼ା ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଉଠାଉଛନ୍ତି ସିମରନଙ୍କ ମାଆ । ସେ କହିଛନ୍ତି, ୨ ତାରିଖ ରାତିରେ ଝିଅ ସହ ଯୋଗାଯୋଗ କରିବାରେ ବିଫଳ ହେବା ପରେ ଝାରସୁଗୁଡ଼ା ଟାଉନ ଥାନାକୁ ଫୋନ କରିଥିଲେ, କୌଣସି ପଦକ୍ଷେପ ନେବା ତ ଦୂର କଥା ତାଙ୍କୁ ଦୁର୍ବ୍ୟବହାର କରିଥିଲେ ଥାନା ଏସଆଇ । ଅଭିଯୋଗ ସତ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଆଇଜି ସତ୍ୟବ୍ରତ ଭୋଇ ।


ଡିସେମ୍ବର ୩୧ ରାତିରେ ଘରେ ଜିରୋ ନାଇଟ୍ ସେଲିବ୍ରେସନ, ଜାନୁଆରୀ ୧ରେ ଭବାନିପାଟଣାରେ ଷ୍ଟେଜ୍ ସୋ’ କରିଥିଲେ ସିମରନ୍ । ପ୍ରୋଗ୍ରାମ ପରେ ୨ ତାରିଖ ଦିନ ଘରକୁ ଫେରୁଥିଲେ ସେଲଫି ବେବୋ । ସଂଧ୍ୟା ବେଳେ ପରିବାର ସହ କଥା ମଧ୍ୟ ହୋଇଥିଲେ । ଫୋନରେ ସ୍ୱାମୀ ଅନ୍ୟତ୍ର ବିବାହ କରୁଥିବା ନେଇ ମାଆଙ୍କୁ ଜଣାଇଥିଲେ ସିମରନ୍ । ବ୍ୟସ୍ତ ବିବ୍ରତ ଥିବାରୁ ତାଙ୍କୁ ଘରକୁ ଫେରିବାକୁ କହିଥିଲେ ମାଆ । ହେଲେ ଘରେ ପହଁଚିବା ପୂର୍ବରୁ ୩ ତାରିଖ ସକାଳେ ବୁର୍ଲା ନିକଟ ମହାନଦୀ ବ୍ରିଜ୍ ତଳୁ ମିଳିଥିଲା ସିମରନଙ୍କ ମୃତଦେହ । ଏ ନେଇ ସ୍ୱାମୀ ଯୁଗ ସୁନାଙ୍କୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ । ହତ୍ୟା ନା ଆତ୍ମହତ୍ୟା – ଏହି ରହସ୍ୟ ଉପରୁ ଏଯାଏଁ ଉଠୁନି ପରଦା ।







Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଜ ସ୍ୱାମୀ ନିକ୍‌ କେମିତିକା ? ୩ଟି ଶବ୍ଦରେ ପ୍ରକାଶ କଲେ ପ୍ରିୟଙ୍କା

ନିଜ ସ୍ୱାମୀ ନିକ୍‌ କେମିତିକା ? ୩ଟି ଶବ୍ଦରେ ପ୍ରକାଶ କଲେ ପ୍ରିୟଙ୍କା

Read More...

ବିଜେପି ଛାଡି ବିଜେଡିରେ ଯୋଗଦେଲେ ବହୁ କର୍ମୀ

ବିଜେପି ଛାଡି ବିଜେଡିରେ ଯୋଗଦେଲେ ବହୁ କର୍ମୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: