ଚିରଞ୍ଜିତଙ୍କ ବିୟୋଗରେ ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଶୋକ ସଭା

January 27, 2023, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ଚିରଞ୍ଜିତଙ୍କ ବିୟୋଗରେ ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଶୋକ ସଭା
Santosh Kumar Mishra
[ Special Correspondent ]
Bhagyaprabha News Bureau
January 27, 2023

ଛତ୍ରପୁର : ବ୍ରହ୍ମପୁର ର ଯୁବ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ବିୟୋଗରେ ଶୁକ୍ରବାର ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଏକ ଶୋକ ସଭା ଛତ୍ରପୁର ପ୍ରେସ କ୍ଳବ ପରିସରରେ ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଗତ ୨୫ ତାରିଖ ସକାଳେ ହୃଦଘାତ ରେ ତାଙ୍କର ଦେହାନ୍ତ ଘଟିଥିଲେ l ସେ ଦୈନିକ ସକାଳ ଖବର କାଗଜ ରେ ବ୍ରହ୍ମପୁର ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ l ସେ ଜଣେ ଦକ୍ଷ ଏବଂ ସଚ୍ଚୋଟ ସାମ୍ବାଦିକ ଭାବେ ଦକ୍ଷିଣ ଓଡ଼ିଶାରେ ବେଶ ପ୍ରସିଦ୍ଧ ଲାଭ କରିଥିବା ବେଳେ ତାଙ୍କ ଦେହାନ୍ତରେ ସମସ୍ତ ସାମ୍ୱାଦିକଙ୍କ ଗହଣରେ ଏକ ଦୁଃଖ ର କଳା ବାଦଲ ଘେରିଯାଇଛି l ତାଙ୍କର ଅକାଳ ମୃତ୍ୟୁ ସାମ୍ବାଦିକଙ୍କ ମହଲରେ ଏକ ଅପୂରଣୀୟ କ୍ଷତି ବୋଲି ଛତ୍ରପୁର ପ୍ରେସ କ୍ଳବର ଉପଦେଷ୍ଟା ରବୀନ୍ଦ୍ର କୁମାର ପଣ୍ଡା ବୋଲି କହିଥିଲେ l ଏହା ସହ ତାଙ୍କ ଆଦର୍ଶ କୁ ଅନୁପ୍ରାଣିତ ହୋଇ ସମସ୍ତ ସାମ୍ବାଦିକ କାର୍ଯ୍ୟ କରିବା ଉଚିତ ବୋଲି ମଧ୍ୟ ସେ କହିଥିଲେ l ଏହି ଶୋକ ସଭା ରେ ଛତ୍ରପୁର ପ୍ରେସ କ୍ଳବର ଉପଦେଷ୍ଟା ରବୀନ୍ଦ୍ର କୁମାର ପଣ୍ଡା,ରବିନ୍ଦ୍ର ନାଥ ପଣ୍ଡା,ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ କୁମାର ମହାରଣା, ଉପସଭାପତି ଦିଲ୍ଲୀପ କୁମାର ସାମଲ ଓ ସୁଧୀର କୁମାର ନାହାକ , କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, କାର୍ଯ୍ୟକାରୀ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ସନ୍ତୋଷ କୁମାର ସାହୁ, ଅଜିତ ସ୍ୱାଇଁ, ସଭ୍ୟ କେ. ସତ୍ୟନାରାୟଣ ରେଡ୍ଡୀ,ଅଶୋକ କୁମାର ବେହେରା, ବିସ୍ମୟ ପ୍ରଧାନ, ଭଗବାନ ରାଉଳ,ସନ୍ତୋଷ କୁମାର ସାହୁ,ରବିନ୍ଦ୍ର ନାହାକ,ପ୍ରଦୀପ କୁମାର ସାହୁ, କିଶୋର ଚନ୍ଦ୍ର ମହାନ୍ତି,ଦେବବ୍ରତ ପଣ୍ଡା,କେ.ରମେଶ, ଗୌର ପ୍ରସାଦ ମହାପାତ୍ର ଓ ଅମିତ ରାଉଳ ପ୍ରମୁଖ ଉପସ୍ଥିତ ରହି ତାଙ୍କର ଅମର ଆତ୍ମାର ସତଗତି କାମନା କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଗମ କମିଶନରଙ୍କ ନାମରେ ନକଲି ୱାଟସ ଆପ, ଥାନାରେ ମାମଲା

ନିଗମ କମିଶନରଙ୍କ ନାମରେ ନକଲି ୱାଟସ ଆପ, ଥାନାରେ ମାମଲା

Read More...

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: