ଦିଗପହଣ୍ଡିରେ ଶ୍ରୀରାମ ଚରିତ ମାନସ କାର୍ଯ୍ୟକ୍ରମ

January 28, 2023, ଓଡ଼ିଶା, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ ଶ୍ରୀରାମ ଚରିତ ମାନସ କାର୍ଯ୍ୟକ୍ରମ
Kiran Behera
[ Reporter,Digapahandi ]
Bhagyaprabha News Bureau
January 28, 2023

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରାଜନହର ସିଂହଦ୍ଵାର ସମ୍ମୁଖରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ପୁରୀ ରାମଦୟା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବଦ୍ରିନାଥ ଧାମର ଯୋଗୀ ସନ୍ନିଷ୍ଠାନନ୍ଦ ସରସ୍ବତୀ ମୂଖ୍ଯଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ନିଜ ଉଦଘାଟନୀ ବକ୍ତବ୍ୟରେ ସେ ମର୍ଯ୍ଯଦା ପୁରୁଷୋତ୍ତମ ଶ୍ରୀରାମଙ୍କ ମହିମା ସମ୍ପର୍କରେ ବର୍ଣ୍ଣନା କରି ସଂସାରରେ ନାମର ମହିମା ଅତୁଳନୀୟ ବୋଲି କହିଥିଲେ । ବିଶେଷକରି କଳିଯୁଗରେ ମାନବ ଜାତିର ମୁକ୍ତି ଓ ପ୍ରଗତି ପାଇଁ ହରିଙ୍କ ନାମ ସଂକୀର୍ତ୍ତନ ଓ କଥା ଶ୍ରବଣ ଏକମାତ୍ର ପନ୍ଥା ବୋଲି ମଧ୍ୟ ପ୍ରକାଶ କରିଥିଲେ । ଆଇନଜୀବୀ ହରପ୍ରସାଦ ରଥଙ୍କ ସଂଯୋଜନା ଏବଂ ପରିଚାଳନା କମିଟିର ସଭାପତି ହରିକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାମଦୟା ପରିଷଦର ମହନ୍ତ ଗଙ୍ଗାରାମ ଦାସଜୀ ମହାରାଜ ଏବଂ ଦିଗପହଣ୍ଡିର ଶ୍ଯାମ ମହାରାଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଲକ୍ଷ୍ମୀନାରାୟଣ ଦାଶ ବେଦପାଠ କରିଥିବା ବେଳେ ଶେଷରେ ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି ତଥା ଏନ୍ଏସିର ଅଧ୍ଯକ୍ଷ ପ୍ରଫୁଲ୍ଲ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ସତ୍ଯନାରାୟଣ ଦାଶ , ହରିକୃଷ୍ଣ ସାହୁ , କାଳୁଚରଣ ପାଣିଗ୍ରାହୀ , ଭାଗିରଥି ଚୌଧୁରୀ , ପି. ଗୋବିନ୍ଦ ପାତ୍ର , ଲକ୍ଷ୍ମୀ ନୃସିଂହ ମାର୍ଥା ଓ ଅନ୍ୟ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଡପଦା ଉଦୟନାଥେଶ୍ବର ପୀଠରେ ବିଶ୍ଵଶାନ୍ତି ରାମ ତାରକ ମହାଯଜ୍ଞ ଅନୁଷ୍ଠିତ

ବଡପଦା ଉଦୟନାଥେଶ୍ବର ପୀଠରେ ବିଶ୍ଵଶାନ୍ତି ରାମ ତାରକ ମହାଯଜ୍ଞ ଅନୁଷ୍ଠିତ

Read More...

ଛତ୍ରପୁର ପ୍ରେସ କ୍ଲବର ନୂତନ କୋଠା ଉଦଘାଟିତ

ଛତ୍ରପୁର ପ୍ରେସ କ୍ଲବର ନୂତନ କୋଠା ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: