ବାସମ୍ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

February 05, 2023, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବାସମ୍ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
February 05, 2023

ବ୍ରହ୍ମପୁର : ବାସମ ଫାଉଣ୍ଡେସନ ଟ୍ରଷ୍ଟ ବ୍ରହ୍ମପୁର ର ୩ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବ୍ରହ୍ମପୁର MKCG ମେଡିକାଲ ରକ୍ତଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଶ୍ରୀ ସୁବାଷ ରାଉତ ଏହି ଶିବିରକୁ ଆନୁଷ୍ଠାନିକ ରୂପେ ଉଦଘାଟନ କରିଥିବା ବେଳେ ମୋଟ 28ଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଏହି ଅବସରରେ ସର୍ବ ସମ୍ମତି କ୍ରମେ ସଂସ୍ଥାର କାର୍ଯ୍ୟକାରୀ କମିଟି ଚୟନ କରାଯାଇଥିଲା l ଶ୍ରୀମତୀ ଆରତୀ ଦେବୀ ସଭାପତି , ସରୋଜ ସାହୁ ଉପସଭାପତି , ମନୋଜ ପାଢ଼ୀ ସମ୍ପାଦକ , ରମେଶ ବେହେରା ସହ ସମ୍ପାଦକ , ଅମନ ପାଢ଼ୀ କୋଷାଧକ୍ଷ , ସାଇରାମ ପାତ୍ର ଉପଦେଷ୍ଟା , ସୁବାଶିଷ ମଲିକ, ସୋନାଲି ପାଣିଗ୍ରାହୀ ଏବଂ ପ୍ରଦୀପ ଚୌଧୁରୀ କାର୍ଯ୍ୟକାରୀ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି l ରକ୍ତଭଣ୍ଡାର ରେ ରକ୍ତ ସଂଗ୍ରହ ର ମାତ୍ରା ହ୍ରାସ ପାଉଥିବା ଏକ ଚିନ୍ତାଜନକ ବିଷୟ ଏବଂ ଯୁବପିଢୀ ସ୍ୱଇଚ୍ଛା ରେ ଆଗେଇ ଆସି ରକ୍ତଦାନ କରି ସମାଜର ଏହି ସାମୁହିକ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ଆହ୍ୱାନ ଦେଇଛନ୍ତି ସଭାନେତ୍ରୀ ଆରତୀ ଦେବୀ l ସୁଚାରୁରୂପେ କାର୍ଯ୍ୟ ସମ୍ପାଦିତ କରି ରକ୍ତଗ୍ରହଣ କରିଥିବାରୁ ସଂସ୍ଥା ତରଫରୁ ରକ୍ତଭଣ୍ଡାର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି l ସଂସ୍ଥାର ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଶିବିର ପରିଚାଳନା ରେ ସହଯୋଗ କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗ୍ନିବୀର ଯୋଜନାରେ ମନୋନିତ ଛାତ୍ରଙ୍କ ଅଭିଭାବକଙ୍କୁ ସମ୍ବର୍ଦ୍ଧନା

ଅଗ୍ନିବୀର ଯୋଜନାରେ ମନୋନିତ ଛାତ୍ରଙ୍କ ଅଭିଭାବକଙ୍କୁ ସମ୍ବର୍ଦ୍ଧନା

Read More...

ଦିଗପହଣ୍ଡି ଡିଏଭି ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ

ଦିଗପହଣ୍ଡି ଡିଏଭି ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: