କଳିଙ୍ଗସାହିତ୍ୟ ସମାଜର ସ୍ୱତନ୍ତ୍ର ସମାରୋହ

February 09, 2023, ବିଶେଷ, ଗଞ୍ଜାମ, Swadhina Kumar Sahu
 କଳିଙ୍ଗସାହିତ୍ୟ ସମାଜର ସ୍ୱତନ୍ତ୍ର ସମାରୋହ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
February 09, 2023

ବ୍ରହ୍ମପୁର- ପୁରାଣ ପ୍ରସିଦ୍ଧ ଏକାଧିକ ନଦୀ ଓ ପର୍ବତର ଅବସ୍ଥିତି କାରଣରୁ ଗଞ୍ଜାମ ବିବିଧ ସାଂସ୍କୃତିକ ବିଭବରେ ବେଶ୍ ସମୃଦ୍ଧ ବୋଲି ସମକାଳର ଖ୍ୟାତିପ୍ରାପ୍ତ ଗଦ୍ୟ ଓ ଚିତ୍ରଶିଳ୍ପୀ, ଚିତ୍ରକଳା ଇତିହାସକାର ଡ. ଦିଲୀପ କୁମାର ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି l ଗଞ୍ଜାମର ୩୬୪ଟି ଗାଆଁ ବୁଲିଥିବା ଓ ଦେଶର ୧୫00 ଚିତ୍ରଶିଳ୍ପୀଙ୍କ ସଂସ୍ପର୍ଶରେ ଆସିଥିବା ସୁଖ୍ୟାତ ଚିତ୍ରଶିଳ୍ପୀ ଡ. ତ୍ରିପାଠୀ ଘୁମୁସର ଇତିହାସ ବିଷୟରେ ବର୍ଣ୍ଣନା କରି ବୁଗୁଡ଼ା ବିରଞ୍ଚି ନାରାୟଣ ମନ୍ଦିରର ପ୍ରସିଦ୍ଧ ଭିତ୍ତିଚିତ୍ର ସମ୍ପର୍କରେ ପ୍ରାମାଣିକ ତଥା ତଥ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ lଓଡ଼ିଶାର ଅନ୍ୟତମ ପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ଆନୁକୂଲ୍ୟରେ ବ୍ରହ୍ମପୁରର ସାରସ୍ୱତ ପୀଠ ଉତ୍କଳ ଆଶ୍ରମ ସଭାଗୃହରେ ଆଜି ସନ୍ଧ୍ୟାରେ ଆୟୋଜିତ 'ବୁଗୁଡ଼ା ବିରଞ୍ଚି ନାରାୟଣ ମନ୍ଦିର : ଭିତ୍ତିଚିତ୍ର ପରମ୍ପରା' ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରି ଡ. ତ୍ରିପାଠୀ କାଷ୍ଠ ନିର୍ମିତ ବିରଞ୍ଚି ନାରାୟଣ ମନ୍ଦିରର ଭିତ୍ତିଚିତ୍ର ସମଗ୍ର ଭାରତବର୍ଷରେ ଏକ ବିରଳ କଳାକୃତି ବୋଲି କହିଥିଲେ l ଏହି ଅବକାଶରେ ଗଦ୍ୟ ଓ ଚିତ୍ରଶିଳ୍ପୀ ଡ. ଦିଲୀପ କୁମାର ତ୍ରିପାଠୀଙ୍କୁ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ପ୍ରଶସ୍ତିପତ୍ର ଓ ଉପାୟନ ପ୍ରଦାନ ପୂର୍ବକ 'କପିଳେଶ୍ୱର ଦାସ ସ୍ମୃତି ପ୍ରବନ୍ଧ ସମ୍ମାନ-୨0୨୩'ରେ ସମ୍ମାନିତ କରାଯାଇଥିଲା l ଉଦଘାଟକ ରୂପେ ବିଶିଷ୍ଟ ନାଟ୍ୟକାର ମେଜର୍ ରମାରମଣ ପାଢ଼ୀ, ମୁଖ୍ୟ ଆଲୋଚକ ରୂପେ ଡ. ଦିଲୀପ କୁମାର ତ୍ରିପାଠୀ ଓ ଉପ ସଭାପତି ଡ. ବନମାଳୀ ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ସ୍ୱତନ୍ତ୍ର ସାରସ୍ୱତ ସମାରୋହର ଶୁଭାରମ୍ଭ କରିଥିଲେ l ପ୍ରାରମ୍ଭରେ ଡ. କୁଳମଣି ଓଝା ବୈଦିକ ମନ୍ତ୍ରୋଚ୍ଚାରଣ ପୂର୍ବକ ଜଗନ୍ନାଥାଷ୍ଟକ ଆବୃତ୍ତି କରିଥିଲେ l କଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ସମାରୋହରେ କଳିଙ୍ଗ ସାହିତ୍ୟ ସମାଜର ସମ୍ପାଦକ ଡ. ଶରତ କୁମାର ଜେନା ପରିଚୟ ପ୍ରଦାନ କ୍ରମରେ ଓଡ଼ିଶାର ଚିତ୍ରକଳା ଓ ସାହିତ୍ୟକୁ ଡ. ଦିଲୀପ କୁମାର ତ୍ରିପାଠୀଙ୍କ ଦାନ ସମ୍ପର୍କରେ ସୂଚନା ଦେଇଥିଲେ l ଚିତ୍ରକଳା ଓ ଗଦ୍ୟ ସାହିତ୍ୟର ଜଣେ କୃତବିଦ୍ୟ ସର୍ଜନ ପୁରୁଷ ଭାବେ ତାଙ୍କୁ ଚିତ୍ରଣ କରିବା ସଂଗେ ସଂଗେ ଡ. ତ୍ରିପାଠୀଙ୍କ ସାହିତ୍ୟ କୃତି ମଧ୍ୟରେ ଆତ୍ମ ଜୀବନୀ 'କଳ୍ପନାର ଚିତ୍ରିତ ପାହାଚ', ଦିନନାଥ ପାଠୀଙ୍କ 'ଗଙ୍ଗାବତରଣ' ଉପନ୍ୟାସର ହିନ୍ଦୀ ଅନୁବାଦ, ହିନ୍ଦୀ ଔପନ୍ୟାସିକ ବ୍ରଜେଶ କେ. ବର୍ମନଙ୍କ 'ବିଶ୍ଵାମିତ୍ର' ଉପନ୍ୟାସର ଓଡ଼ିଆ ଅନୁବାଦ ସମ୍ପର୍କରେ ଉଲ୍ଲେଖ କରିଥିଲେ l ଡ. ତ୍ରିପାଠୀଙ୍କ ଦ୍ୱାରା ଅଙ୍କିତ ଜୟୀ ରାଜଗୁରୁଙ୍କ ତୈଳଚିତ୍ର ସଂସଦ ଭବନର ଶୋଭା ବର୍ଦ୍ଧନ କରୁଛି ବୋଲି ଡ. ଜେନା କହିଥିଲେ lପ୍ରଥମେ ଡ. ହୃଷୀକେଶ ପଣ୍ଡା ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ, ପ୍ରାକ୍-ସୂଚନା ପ୍ରଦାନ ପୂର୍ବକ ମାନପତ୍ର ପାଠ କରିଥିଲେ l କାର୍ଯ୍ୟକ୍ରମ ସଂଚାଳନାରେ ଡ. କୃଷ୍ଣପ୍ରସାଦ ମହାପାତ୍ର, ଡ. ବନମାଳୀ ପାଣିଗ୍ରାହୀ, ଅନୁପ କୁମାର ମିଶ୍ର, ଡ. କୁଳମଣି ଓଝା, ଡ. ମନୋରଞ୍ଜନ ବିଷୋୟୀ, ଦୀନବନ୍ଧୁ ଶ୍ରୀପଲ୍ଲଵ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ କଳିଙ୍ଗ ସାହିତ୍ୟ ସମାଜ କୋଷାଧ୍ୟକ୍ଷ ଡ. କୃଷ୍ଣ ପ୍ରସାଦ ମହାପାତ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମାରୋହରେ ବ୍ରହ୍ମପୁର ସହରର ବିଶିଷ୍ଟ ସାହିତ୍ୟିକ ଓ ସାହିତ୍ୟାନୁରାଗୀମାନେ ଉପସ୍ଥିତ ଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୀନଦୟାଲ ଉପାଧ୍ୟୟଙ୍କ ୫୫ ତ'ମ ବଳିଦାନ ଦିବସ

ଦୀନଦୟାଲ ଉପାଧ୍ୟୟଙ୍କ ୫୫ ତ'ମ ବଳିଦାନ ଦିବସ

Read More...

ଅନୁଗୁଳ-ଝାରସୁଗୁଡା ରୋଡ୍-ସମ୍ବଲପୁର ରେଳ ସେକ୍ସନ ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଅନୁଗୁଳ-ଝାରସୁଗୁଡା ରୋଡ୍-ସମ୍ବଲପୁର ରେଳ ସେକ୍ସନ ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: