ଭୀଷ୍ମଗିରି ଶ୍ରୀ ରାମଜୀ ମଠ ମହନ୍ତଙ୍କ ଶ୍ରାଦ୍ଧବାର୍ଷିକୀ ମହୋତ୍ସବ ଅନୁଷ୍ଠିତ

February 12, 2023, ଓଡ଼ିଶା, ଗଞ୍ଜାମ, Kiran Behera
ଭୀଷ୍ମଗିରି ଶ୍ରୀ ରାମଜୀ ମଠ ମହନ୍ତଙ୍କ ଶ୍ରାଦ୍ଧବାର୍ଷିକୀ ମହୋତ୍ସବ ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
February 12, 2023

ଓଡ଼ିଶାର ସର୍ବପୁରାତନ ଶ୍ରୀରାମ ମନ୍ଦିର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ମଠର ସପ୍ତମ ମଠାଧୀଶ ଦିବଙ୍ଗତ ମହନ୍ତ କେଶବ ରାମାନୁଜ ଦାସଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ମହୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଠ ପରିସରରେ ଥିବା ଦିବଙ୍ଗତ ମହନ୍ତ ମହାରାଜଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା ହୋମ କର୍ମ , ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ମଠ ମନ୍ଦିରରୁ ୩୫ ରୁ ଉର୍ଦ୍ଧ୍ୱ ମହନ୍ତ ମହାରାଜ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗଞ୍ଜାମ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫ ଶହରୁ ଉର୍ଦ୍ଧ୍ୱ ଶିଷ୍ୟ ବର୍ଗ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଦିବଙ୍ଗତ ଗୁରୁଦେବଙ୍କ ସ୍ମୃତି ଚାରଣ କରିଥିଲେ । ଦିବଙ୍ଗତ ମହନ୍ତ ଶ୍ରୀ କେଶବ ରାମାନୁଜ ଦାସ, ଭୀଷ୍ମଗିରି ଠାରେ ଶ୍ରୀରାମଜୀ ମହାବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ ଆଦି ପ୍ରତିଷ୍ଠା କରିବା ସହିତ ଗଞ୍ଜାମ ଜିଲା ର ବିଭିନ୍ନ ଧର୍ମ ନୈତିକ କାର୍ଯ୍ୟର ପୃଷ୍ଠପୋଷକ ଥିଲେ । ମହନ୍ତ ଙ୍କ ଏହି ଶ୍ରାଦ୍ଧ ମହୋତ୍ସବ ରେ ଯୋଗ ଦେଇ ସାଧୁସନ୍ଥ ଏବଂ ଶିଷ୍ୟ ବର୍ଗ ପୂଜ୍ୟ ଗୁରୁ ଦିବଙ୍ଗତ ମହନ୍ତ ମହାରାଜ ଶ୍ରୀ କେଶବ ରାମାନୁଜ ଦାସ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ରାମଜୀ ମଠ ମହନ୍ତ ମହାରାଜ ଶ୍ରୀ ପଦ୍ମଲୋଚନ ରାମାନୁଜ ଦାସ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ବ୍ଲକ ବିଜେଡ଼ି କମିଟି ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି ବ୍ଲକ ବିଜେଡ଼ି କମିଟି ପକ୍ଷରୁ ଆଲୋଚନା ସଭା

Read More...

ବଡ଼କୁଶସ୍ଥଳୀ ହାଇସ୍କୁଲର ୪୦ ତମ ବାର୍ଷିକ ଉତ୍ସବ ପାଳିତ

ବଡ଼କୁଶସ୍ଥଳୀ ହାଇସ୍କୁଲର ୪୦ ତମ ବାର୍ଷିକ ଉତ୍ସବ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: