ରାଧାମୋହନ ନୋଡାଲ ବିଦ୍ୟାପୀଠରେ ବାର୍ଷିକୋତ୍ସବ ପାଳନ

February 17, 2023, ଓଡ଼ିଶା, ଗଞ୍ଜାମ, Kiran Behera
ରାଧାମୋହନ ନୋଡାଲ ବିଦ୍ୟାପୀଠରେ ବାର୍ଷିକୋତ୍ସବ ପାଳନ
Kiran Behera
[ Reporter,Digapahandi ]
Bhagyaprabha News Bureau
February 17, 2023

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସ୍ଥିତ ରାଧାମୋହନ ନୋଡାଲ ବିଦ୍ୟାପୀଠରେ ବାର୍ଷିକୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ଗୋଷ୍ଠୀ ସମ୍ବଳ କେନ୍ଦ୍ର ସଂଯୋଜକ ବାଳା ମାଝୀ ମୁଖ୍ୟ ବକ୍ତା ଭାବେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସେହିପରି ୨୫ ନଂ ଜୋନ୍ ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ସ୍ଥାନୀୟ ସରପଞ୍ଚ ସସ୍ମିତା ରାଣୀ ଗୈାଡ , ସରପଞ୍ଚ ପ୍ରତିନିଧି ସିମାଞ୍ଚଳ ଗୈାଡ , ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ରଥ , ମନୋଜ କୁମାର ନାୟକ , ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର କର , ଉପସଭାପତି ରାଜେଶ୍ବରୀ ପାଣିଗ୍ରାହୀ , ସମାଜସେବୀ ଲକ୍ଷ୍ମୀନାରାୟଣ ପୂଜାରୀ , ସନ୍ତୋଷ କୁମାର ବିଷୋୟୀ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଶିକ୍ଷକ ଶିବଶଙ୍କର ମିଶ୍ର ବାର୍ଷିକ ବୀବରଣୀ ପାଠ କରିଥିଲେ । ଏହି ଅବସରରେ ଅତିଥି ବୃନ୍ଦ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀ ଛାତ୍ର ମାନଙ୍କୁ ପ୍ରଶଂସା ପତ୍ର ଏବଂ ପୁରସ୍କାର ବିତରଣ କରିଥିଲେ । ପରିଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବାଲ୍ୟବିବାହ ଉପରେ ଏକ ନାଟକ ପରିବେଷଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟା ସଦସ୍ୟ ବୃନ୍ଦ ଏବଂ ଛାତ୍ରଛାତ୍ରୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଔଷଧ ନ ଦେବାରୁ ବଇଦଙ୍କୁ ହତ୍ୟା କଲେ ଦୁଇ ଦୁବୃର୍ତ୍ତ

ଔଷଧ ନ ଦେବାରୁ ବଇଦଙ୍କୁ ହତ୍ୟା କଲେ ଦୁଇ ଦୁବୃର୍ତ୍ତ

Read More...

ସାହାରା ଜମାକାରୀଙ୍କ ଜମାଧନ ଫେରସ୍ତ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ସାହାରା ଜମାକାରୀଙ୍କ ଜମାଧନ ଫେରସ୍ତ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: