ବିଶ୍ୱ ରେଡ଼ିଓ ସପ୍ତାହ ୨୦୨୩ ର ଉଦଯାପନୀ ଉତ୍ସବ ପାଳିତ

February 19, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବିଶ୍ୱ ରେଡ଼ିଓ ସପ୍ତାହ ୨୦୨୩ ର ଉଦଯାପନୀ ଉତ୍ସବ ପାଳିତ
Gouri Shankar Mishra
[ Video Journalist ]
Bhagyaprabha News Bureau
February 19, 2023

ବ୍ରହ୍ମପୁର ହିଲ ପାଟଣା ସ୍ଥିତ ଏସ୍.ଏମ୍.ଆଇ.ଟି. ପରିସରରେ ଓଡିଶା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅସ୍ତିତ୍ବ , ପ୍ରଶାନ୍ତି ଚାରିଟେବଲ ଟ୍ରଷ୍ଟ ଓ ଦୈନିକ ଆଶା ର ମିଳିତ ଆନୁକୂଲ୍ୟରେ ବିଶ୍ଵ ରେଡ଼ିଓ ସପ୍ତାହ ୨୦୨୩ ର ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଅଛି. ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଆକାଶ ବାଣୀ ର ଭୂତପୂର୍ବ ନିର୍ଦ୍ଦେଶକ ତଥା ଖ୍ୟାତନାମା ଉଦ୍ ଘୋଷକ ହୃଶୀକେଶ ପାଣିଗ୍ରାହୀ ଯୋଗ ଦେଇ ଥିବା ବେଳେ ଏସ ଏମ ଆଇଟି ସଭାପତି ଡ଼ ଭଗବାନ ଗନ୍ତାୟତ,ଆକାଶବାଣୀର ଅନ୍ୟତମ ଉଦଘୋଷକ ଅରୁଣ ସତପଥୀ ମୁଖ୍ୟବକ୍ତା , ତଥା ୟୁ.ଏ.ଏ. ର ସମ୍ପାଦକ ମଙ୍ଗରାଜ ପଣ୍ଡା ଓ ବ୍ରହ୍ମପୁର ଅର୍ବାନ ସେଣ୍ଟର ର ସୁବ୍ରତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଡ଼ିଓ ର ଇତିହାସ ଓ ସମାଜ ରେ ଶାନ୍ତି ବଜାୟ ରଖିବା ଦିଗରେ ରେଡ଼ିଓ ର ଭୂମିକା ଦିଗରେ ଆଲୋକପାତ କରିଥିଲେ. ଗ୍ରାମୀଣ, ସହର, ଧନୀ ଦରିଦ୍ର, ଶିକ୍ଷିତ ଅଶିକ୍ଷିତ ତଥା ଆବାଳବୃଦ୍ଧ ବନିତାଙ୍କ ଦୈନନ୍ଦିନ ଜୀବନ ବିଶେଷ କରି ଆମ ରାଜ୍ୟରେ ବିପତ୍ତି ସମୟରେ ରେଡ଼ିଓର ମହାନ ଭୂମିକା ବିଷୟରେ ମଧ୍ଯ ଅତିଥିମାନେ ସେମାନଙ୍କ ଭାଷଣରେ ସୂଚନା ଦେଇଥିଲେ. ଅସ୍ତିତ୍ବ, ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଓ ଆଶା ଅନୁଷ୍ଠାନ ତରଫରୁ ରେଡ଼ିଓ ସହିତ ଫଟୋ ଏବଂ ଗୋଟିଏ ରେଡ଼ିଓ ଉପରେ ଆଧାରିତ ବାର୍ତ୍ତା ପାଇଁ ଏକ ପ୍ରତିଯୋଗିତା କରାଯାଇଥିଲା. ଏହି କାର୍ଯ୍ୟକ୍ରମ ରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା. କାର୍ଯ୍ୟକ୍ରମଟିରେ ଓଡ଼ିଶାର ବିଭିନ୍ନ ଅଂଚଳ ତଥା ଓଡିଶା ବାହାରରୁ ମଧ୍ୟ୍ୟ ବହୁସଂଖ୍ୟା ରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ. ଅତିଥି ମାନଙ୍କର ତଥା ଅଂଶଗ୍ରହଣ କାରୀ ମାନଙ୍କ ର ସହଯୋଗ ପାଇଁ ତିନି ଅନୁଷ୍ଠାନର କର୍ମକର୍ତ୍ତା ଡ ମମତା ଦାଶ ଓ ପ୍ରଭାକର ସାହୁ କାଯ୍ୟ କ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁୁଦିପ କୁମାର୍ ସାହୁ କାଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ । ସ୍ବତନ୍ତ୍ର ଭାବେ ସତ୍ୟ ମହାରଣା , ସାମ୍ୱାଦିକ, , ଶୁଭଦ୍ରା ଶୁକ୍ଳା . ପି, ଧର୍ମା ରାଓ ଓ ସ୍ମିତା ସ୍ଵିନି ମହାପାତ୍ର ଙ୍କୁ ସମ୍ବର୍ଧିତ କରାଯାଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୌଦ୍ଧରେ ସଫଳତାର ସହ ଶେଷ ହେଲା ଭୀମଭୋଇ ସାମର୍ଥ୍ୟ ଶିବିର

ବୌଦ୍ଧରେ ସଫଳତାର ସହ ଶେଷ ହେଲା ଭୀମଭୋଇ ସାମର୍ଥ୍ୟ ଶିବିର

Read More...

ମହା ଶିବରାତ୍ରୀରେ ଦିଗପହଣ୍ଡିର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ..

ମହା ଶିବରାତ୍ରୀରେ ଦିଗପହଣ୍ଡିର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ..

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: