ବାଙ୍କେଶ୍ୱରୀ ଘାଟିରେ ଅଟୋ ଦୁର୍ଘଟଣା , ୨ ମହିଳା ଗୁରୁତର

February 23, 2023, ଖେଳ, , Kiran Behera
ବାଙ୍କେଶ୍ୱରୀ ଘାଟିରେ ଅଟୋ ଦୁର୍ଘଟଣା , ୨ ମହିଳା ଗୁରୁତର
Kiran Behera
[ Reporter,Digapahandi ]
Bhagyaprabha News Bureau
February 23, 2023

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି. ତୁରୁବୁଡ଼ି ପଞ୍ଚାୟତ ଅଧିନସ୍ଥ କେରାଣ୍ଡିମାଳ ପର୍ବତ ଶୀର୍ଷକରେ ପୂଜିତ ପାଉଥିବା ମା ' ନିଜ ବାଙ୍କେଶ୍ୱରୀ ଘାଟିରେ ବୁଧବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ ଏକ ଯାତ୍ରୀବାହୀ ଅଟୋ ଓଲଟି ୨ ଜଣ ମହିଳା ଗୁରୁତର ଆହାତ ହୋଇଛନ୍ତି । ସେମାନଙ୍କୁ ଘଟଣାସ୍ଥଳ ରୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗୁରୁତ୍ତର ମହିଳା ଦ୍ୱୟ ହେଲେ ଗଞ୍ଜାମ ଥାନା କରପଡା ପଞ୍ଚାୟତ ଅନ୍ତର୍ଗତ ବିରିପୁର ଗ୍ରାମର ତିଳ ମୁଦୁଲି ଓ ନମିତା ମୁଦୁଲି । ବିରିପୁର ଗ୍ରାମର ସଞ୍ଜୟ ବେହେରା ନାମକ ଜଣେ ମାନସିକଧାରୀ ନିଜର ଛୁଆଙ୍କ ମୁଣ୍ଡନ ଓ ପୂଜାର୍ଚ୍ଚନା ପାଇଁ ଏକ ଅଟୋ ଯୋଗେ ତାଙ୍କ ସମ୍ପର୍କୀୟ ଲୋକଙ୍କୁ ନେଇ ମାଁ ନିଜ ବାଙ୍କେଶ୍ୱରୀ ପୀଠକୁ ଯାଇ ସେଠାରେ ସମସ୍ତ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଘାଟି ମଝି ରାସ୍ତାରେ ଅଟୋ ଚାଳକ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଅଟୋକୁ ରାସ୍ତା ପାର୍ଶ୍ୱର ଏକ ପଥରକୁ ଧକ୍କା ଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଚାଲିଗଲା ମହିଳାଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଚାଲିଗଲା ମହିଳାଙ୍କ ଜୀବନ

Read More...

ଦିଗପହଣ୍ଡି ନିର୍ବାଚିତ ପ୍ରତିନିଧି ସଂଘ ପକ୍ଷରୁ ନବାଗତ ବିଡ଼ିଓଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି ନିର୍ବାଚିତ ପ୍ରତିନିଧି ସଂଘ ପକ୍ଷରୁ ନବାଗତ ବିଡ଼ିଓଙ୍କୁ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: