ଦିଗପହଣ୍ଡି ତହସିଲଦାରଙ୍କ ମାନବିକତା,ଗୁରୁତ୍ତର ଆଦିବାସୀ ମହିଳାଙ୍କୁ ଆଣି କରାଇଲେ ଚିକିତ୍ସା

February 26, 2023, ସ୍ବାସ୍ଥ୍ୟ, ଗଞ୍ଜାମ, Kiran Behera
ଦିଗପହଣ୍ଡି ତହସିଲଦାରଙ୍କ ମାନବିକତା,ଗୁରୁତ୍ତର ଆଦିବାସୀ ମହିଳାଙ୍କୁ ଆଣି କରାଇଲେ ଚିକିତ୍ସା
Kiran Behera
[ Reporter,Digapahandi ]
Bhagyaprabha News Bureau
February 26, 2023

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ତହସିଲଦାରଙ୍କ ମାନବିକତା ଯୋଗୁଁ ଜଣେ ଗୁରୁତ୍ତର ଆଦିବାସୀ ମହିଳାଙ୍କୁ ଉଚିତ୍ ସମୟରେ ହୋଇପାରିଛି ଚିକିତ୍ସା । ଘଟଣା ରହିଥିଲା ଏହିପରି ରବିବାର ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ର ସରକାରୀ କାର୍ଯ୍ୟକ୍ରମରେ ଦିଗପହଣ୍ଡି ତହସିଲର ଖମାରିଗାଁ ପଞ୍ଚାୟତର ପାହାଡିଆ ଗାଁ ଡ଼ିକିଲି କୁ ଯାଇଥିଲେ । ସେଠାରେ ଜଣଙ୍କ ଘରୁ କାନ୍ଦ ଶୁଣିବାକୁ ମିଳିଥିଲା । ଘଟଣା ବୁଝିବା ପରେ ଜଣାପଡିଥିଲା ଜଣେ ଆଦିବାସୀ ମହିଳା ଚଣା ବାଡ଼କୁ ଯାଇଥିବା ବେଳେ ସେଠାରେ ରହି୍ଥିବା ମଞ୍ଚାକୁ ଚଢ଼ୁଥିବା ସମୟରେ ଖସି ପଡ଼ିଥିଲେ । ଯେଉଁଥିପାଇଁ ବାଉଁଶ ପେଟ ରେ ପଶିଯାଇଥିଲା । ଏହି ଘଟଣା ଜାଣିବା ପରେ ତହସିଲଦାର ତୁରନ୍ତ ନିଜର ମାନବିକତା ଦେଖାଇ ନିଜ ବୋଲେରୋ ଗାଡି ଯୋଗେ ଗୁରୁତ୍ତର ହୋଇଥିବା ଆଦିବାସୀ ମହିଳା ଦିଗପହଣ୍ଡି ମେଡିକାଲ କୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ । ପରେ 108 ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ.କେ.ସି.ଜି କୁ ପଠାଇଛନ୍ତି । ତହସିଲଦାରଙ୍କ ଏଭଳି କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଦ୍ୟପ ଡ୍ରାଇଭର ଉନ୍ମୁକ୍ତ କାଣ୍ଡ। ଅଲ୍ପକେ ବର୍ତ୍ତିଗଲା ଅନେକ ଜୀବନ

ମଦ୍ୟପ ଡ୍ରାଇଭର ଉନ୍ମୁକ୍ତ କାଣ୍ଡ। ଅଲ୍ପକେ ବର୍ତ୍ତିଗଲା ଅନେକ ଜୀବନ

Read More...

ଅବସରପ୍ରାପ୍ତ ଶିକ୍ଷକ ତଥା ପଣ୍ଡିତ ମଧୁସୂଦନ ରଥଙ୍କ ପରଲୋକ

ଅବସରପ୍ରାପ୍ତ ଶିକ୍ଷକ ତଥା ପଣ୍ଡିତ ମଧୁସୂଦନ ରଥଙ୍କ ପରଲୋକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: