ବିଜପିର ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

April 01, 2019, ରାଜନୀତି, ଗଞ୍ଜାମ, Bhagyaprabha News Bureau
ବିଜପିର ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ
Bhagyaprabha News Bureau
April 01, 2019

ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରବିବାର ଦିନ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ସ୍ଥାନୀୟ ବଜାରସାହି ଗାନ୍ଧୀ ଛକଠାରେ ଏକ ବିଶାଳ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆୟୋଜିତ ସମାବେଶରେ ଦିନିକିଆ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ରବିବାର ମଧ୍ୟାହ୍ନ ସମୟରେ ଶ୍ରୀଯୁକ୍ତ ପ୍ରଧାନ ହେଲିକପ୍ଟର ଯୋଗେ ଦିଗପହଣ୍ଡି ଖେଳପଡିଆ ଠାରେ ଅବତରଣ କରିବା ପରେ ଦଳୀୟ କର୍ମୀ ଓ ନେତାମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ମନ୍ତ୍ରୀଙ୍କୁ ବଜାର ଠାରେ ଆୟୋଜିତ ହୋଇଥିବା ସଭାସ୍ଥଳକୁ ପାଛୋଟି ନେଇଥିଲେ । ମନ୍ତ୍ରୀ ପ୍ରଧାନ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ଦୃଢ ନିନ୍ଦା କରିବା ସହ ବିଜେଡି ସରକାରଙ୍କ ସାଧାରଣ ଲୋକମାନଙ୍କ ଉପରେ ହେଉଥିବା ଦୁର୍ନୀତି , ଭ୍ରଷ୍ଟାଚାର , ଅନ୍ଯାୟ , ଅତ୍ୟାଚାର ଆଦିକୁ ଦମନ କରି ଆଗାମୀ ଦିନରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ତଥା ରାଜ୍ୟରେ ଏକ ସରକାର ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଅପ୍ରେଲ ୧୧ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଧାନସଭା ପ୍ରାର୍ଥୀନୀ ପିଙ୍କି ପ୍ରଧାନ ଓ ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ପାଇଁ ସାଧାରଣ ଜନତାଙ୍କୁ ମତଦାନ ନିମନ୍ତେ ଭିକ୍ଷା ଲୋଡିଥିଲେ ।


1554096246.jpg


ସେହିପରି ପିଙ୍କି ପ୍ରଧାନ ନିଜକୁ ଏକ ଘାଇଲା ବାଘୁଣୀ ବୋଲି ପ୍ରକାଶ କରିଥିଲେ । ଆୟୋଜିତ ସଭାକାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର , ବିଧାନସଭା ପ୍ରାର୍ଥୀନୀ ପିଙ୍କି ପ୍ରଧାନ , ବବିତା ପାତ୍ର , ଶ୍ରୀକାନ୍ତ ପାଢ଼ୀ ,ମହନ୍ତ ଚିନ୍ମୟାନନ୍ଦ ଦାସ , ଅମୂଲ୍ୟ ଚୈଧୁରୀ , ପରେଶ ଚନ୍ଦ୍ର ରଥ, ମନୋଜ କୁମାର ପଣ୍ଡା , ସୁଭେନ୍ଦୁ ପାଢ଼ୀ , ଭବାନୀ ଶଙ୍କର ପଣ୍ଡା , ସିଦ୍ଧାନ୍ତ ଗଙ୍ଗଦେଓ , ଶ୍ରୀଧର ଦେଓ , ଅଶ୍ବିନୀ ସାହୁ , ବିଶାଳ ମହାନ୍ତି , ସୂର୍ଯ୍ୟ ନାରାୟଣ ସାହୁ , ବନଜା ପଣ୍ଡା , ବାପି ପ୍ରଧାନ ପ୍ରମୁଖ ସମ୍ମାନୀୟ ଅତିଥିଭାବେ ମଞ୍ଚାସିନ ଥିବାବେଳେ ସମସ୍ତ ମଣ୍ଡଳ ସଭାପତି ଓ ୫ହଜାରରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଯୋଗ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘୋଡାହଡ ନଦୀ ଗଣ୍ଡରେ ବୁଡି ଯୁବକ ମୃତ

ଘୋଡାହଡ ନଦୀ ଗଣ୍ଡରେ ବୁଡି ଯୁବକ ମୃତ

Read More...

ଅଧ୍ୟକ୍ଷଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଅଧ୍ୟକ୍ଷଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଉତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: