ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନରେ ଜାତୀୟ ବିଜ୍ଞାନ ଦିବସ ପାଳିତ

February 28, 2023, ଶିକ୍ଷା, ଗଞ୍ଜାମ, Swadhina Kumar Sahu
ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନରେ ଜାତୀୟ ବିଜ୍ଞାନ ଦିବସ ପାଳିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
February 28, 2023

ଦକ୍ଷିଣ ଓଡ଼ିଶାର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ନିଷ୍ଟ କଲେଜ ପରିସରରେ ଆଜି ଜାତୀୟ ବିଜ୍ଞାନ ଦିବସ ଆୟୋଜିତ କରାଯାଇଛି । ଉଦ୍ଘାଟନୀ ଉତ୍ସବ ରେ ନିଷ୍ଟର ପ୍ରତିଷ୍ଠାତା ତଥା ଚେୟାରମେନ ଡ.ସୁକାନ୍ତ କିଶୋର ମହାପାତ୍ର ଭିଡିଓ କନଫେରେନସିଂ ମାଧ୍ୟମରେ ଯୋଗଦାନ କରିଥିବା ବେଳେ କଲେଜର ଅଧ୍ୟକ୍ଷ ଡ଼.ପ୍ରିୟଦର୍ଶୀ ତ୍ରିପାଠୀ ଓ ପ୍ରଶାସନ ମୁଖ୍ୟ ଇଂ ସୟଦ ସୁଲେମାନ ଅଲି ଅତିଥି ରୂପେ ମଞ୍ଚାସୀନ ଥିଲେ। ଅଧ୍ୟକ୍ଷ ଡ଼ ତ୍ରିପାଠୀ ନିଜର ସ୍ୱାଗତ ଭାଷଣ ରେ ନିଷ୍ଟ ର ବିଜ୍ଞାନ ଗବେଷଣା ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ର କୁଳପତି ପ୍ର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ତାଙ୍କ ବକ୍ତବ୍ୟ ରେ ଅତୀତ କୁ ବହୁ-ଗୁରୁତ୍ତ୍ଵ ନ ଦେବା, ବର୍ତମାନ ରେ ସଚେତ ରହିବା ତଥା ଭବିଷ୍ୟତ ପାଇଁ ଯୋଜନାବଦ୍ଧ ରହିବ କୁ ଉପଦେଶ ଦେଇଥିଲେ।
ବିଖ୍ୟାତ ବିଜ୍ଞାନ ଲେଖକ ପ୍ର ନିଖିଳାନନ୍ଦ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଜ୍ଞାନ କିଭଳି ଭାବରେ ସମଗ୍ର ଜଗତ ର ଉନ୍ନତି ସାଧନ କରି ପାରିଛି ତା ଉପରେ ନିଜର ମତ ରଖିଥିଲେ। ଆଗାମୀ
ଦିନର ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ଜନମାନସ ରେ ବୈଜ୍ଞାନିକ ଚିନ୍ତାଧାରା ର ଆବଶ୍ୟକତା ରହିଛି ବୋଲି କହିଥିଲେ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଫେସର ଗୌରୀଶଙ୍କର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋକ ରଶ୍ମି ରେ ରମଣ ପ୍ରଭାବ ତଥା ଅନ୍ୟାନ୍ୟ ବୈଜ୍ଞାନିକ ପ୍ରଭାବ ବିଷୟ ରେ ଚର୍ଚା କରିଥିଲେ।
ରୋଟାରୀ କ୍ଲବ ର ସମ୍ପାଦକ ଶ୍ରୀ ସାର୍ଥକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସେ ନିଜ ବକ୍ତବ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଓ ପ୍ରବୃତ୍ତି ଦ୍ୱାରା ସାମାଜିକ ପ୍ରଗତି ରେ ବାଧକ ସଜଉଥିବା ସବୁ ଅନ୍ଧବିଶ୍ୱାସ କୁ ଦୂର କରିପାରିବା ବୋଲି ମତ ଦେଇଥିଲେ। ସଭାକାର୍ଯ୍ୟ କୁ ଶୁଭସ୍ମିତା ସାବତ ଓ ଅର୍ପିତା ସାହୁ ପରିଚାଳନା କରିଥିଲେ। ବିଜ୍ଞାନ ବିଷୟ ଭିତ୍ତିକ ଏକ କୁଇଜ ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା। ଏ କାର୍ଯ୍ୟକ୍ରମ ରେ ପ୍ରଫେସର ସିମାଞ୍ଚଳ ପାଣିଗ୍ରାହୀ, ଡ଼ ଭାସ୍କର ଭୋଳ, ପ୍ର ଏମ. ରାଜେନ୍ଦ୍ର କୁମାର, ଡ଼ ବିଷ୍ଣୁକର ନାୟକ, ଡ଼ ଦୁର୍ଯୋଧନ ସାହୁ, ଡ଼ ରଞ୍ଜନ କୁମାର ପାଢୀ, ଡ଼ ଆଶିଷ କୁମାର ମହାପାତ୍ର, ଡ୍ର. ପ୍ରଶାନ୍ତ କୁମାର ବେହେରା, ଡ଼ ଶ୍ରାବଣୀ ମାହାତୋ, ଡ଼ ନମ୍ରତା ପଟନାୟକ, ଡ଼ ସୁମନ୍ତ ପଟନାୟକ, ଡ଼ ସୁବ୍ରତ କୁମାର ଭୂୟାଁ, ଡ଼ ସୁଶାନ୍ତ ସାହୁ, ପ୍ରଭୁଦତ୍ତ ମିଶ୍ର, ସନ୍ତୋଷ ସାହୁ, ରମାକାନ୍ତ ନାୟକ ଇତ୍ୟାଦି ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମ କୁ ଡ. ରତିକାନ୍ତ ନାୟକ ସଂଯୋଜକ କରିବା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ଗୋପାଳପୁର ବେଳାଭୂମୀ ସଫେଇ

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ଗୋପାଳପୁର ବେଳାଭୂମୀ ସଫେଇ

Read More...

ବଞ୍ଚି ଥାଉ ଥାଉ ନିଜ ପାଇଁ ନିଜେ କବର ପ୍ରସ୍ତୁତ କରି ଚର୍ଚ୍ଚାରେ ଲକ୍ଷ୍ମଣ

ବଞ୍ଚି ଥାଉ ଥାଉ ନିଜ ପାଇଁ ନିଜେ କବର ପ୍ରସ୍ତୁତ କରି ଚର୍ଚ୍ଚାରେ ଲକ୍ଷ୍ମଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: