ରାଜ୍ୟସ୍ତରୀୟ ଚାଇକୁଣ୍ଡ ପ୍ରତିଯୋଗିତା ଗଞ୍ଜାମକୁ ୧୧ ପଦକ

March 03, 2023, ଖେଳ, ଗଞ୍ଜାମ, Swadhina Kumar Sahu
 ରାଜ୍ୟସ୍ତରୀୟ ଚାଇକୁଣ୍ଡ ପ୍ରତିଯୋଗିତା ଗଞ୍ଜାମକୁ ୧୧ ପଦକ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
March 03, 2023

ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଚାଇକୁଣ୍ଡ ପ୍ରତିଯୋଗିତା ମାର୍ଚ୍ଚ ୧ରେ ପୁରୀ ଜିଲ୍ଲାରେ ଆୟୋଜିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାରୁ ମୋଟ ୧୧ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ୪ଟି ସ୍ବର୍ଣ୍ଣ, ୬ଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ସହିତ ମୋଟ ୧୧ ଜଣ ପ୍ରତିଯୋଗୀ ୧୧ଟି ପଦକ ପାଇ ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । ତତ୍ ସହିତ ୪ଜଣ ପ୍ରତିଯୋଗୀ ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି । ତେବେ ଏଇ ସମସ୍ତ ପ୍ରତିଯୋଗୀ କୁକୁଡ଼ାଖଣ୍ଡି ବ୍ଲକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୁସୁମୀର ଛାତ୍ରଛାତ୍ରୀ ହୋଇଥିବାବେଳେ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ମଧୁସୂଦନ ମିଶ୍ରଙ୍କ ତତ୍ତ୍ଵାବଧାନରେ ପ୍ରଥମ ଥର ପାଇଁ ଏଇ ଖେଳରେ ଭାଗ ନେଇ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି। ଦଳର ମ୍ୟାନେଜର ଭାବେ ଶ୍ରୀମତୀ ସୌମ୍ୟା ସପର୍ଯ୍ୟା ସେଠୀ ଦାୟିତ୍ଵ ତୁଲାଇ ଥିଲେ । ତେବେ ଗଞ୍ଜାମ ଦଳ ଅତି ଉତ୍ତମ ପ୍ରଦର୍ଶନ କରିଥିବାରୁ ଡି ଇ ଓ ଶ୍ରୀମତୀ ବିନିତା ସେନାପତି ଏବଂ ଆଇ ପି ଇ ଶ୍ରୀ ଭାଗିରଥି ସ୍ୱାଇଁଙ୍କ ସମେତ ଓଏଭି କୁସୁମୀ ପ୍ରିନ୍ସିପାଲ୍ ଶ୍ରୀ ଜଗନ୍ନାଥ ମହାରଣା ଏବଂ ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକମାନେ ଶୁଭେଚ୍ଛା ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱ ବନ୍ୟପ୍ରାଣୀ ଦିବସ ଉପଲକ୍ଷେ ସଚେତନତା ଶିବିର

ବିଶ୍ୱ ବନ୍ୟପ୍ରାଣୀ ଦିବସ ଉପଲକ୍ଷେ ସଚେତନତା ଶିବିର

Read More...

ବୈଠାରୁ ଭାଈ ମେମୋରିଆଲ ଆନ୍ତଃଜିଲ୍ଲା ସ୍ମାରକୀ  ଭଲିବଲ ଟୁର୍ଣ୍ଣମେଣ୍ଟ  ଉଦଯାପିତ ,ମୋନାର୍ଚ୍ଚ ସିକ୍ସି ଦଳ ଚାମ୍ପିଅନ

ବୈଠାରୁ ଭାଈ ମେମୋରିଆଲ ଆନ୍ତଃଜିଲ୍ଲା ସ୍ମାରକୀ ଭଲିବଲ ଟୁର୍ଣ୍ଣମେଣ୍ଟ ଉଦଯାପିତ ,ମୋନାର୍ଚ୍ଚ ସିକ୍ସି ଦଳ ଚାମ୍ପିଅନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: