ଶିଶୁ ଅଧିକାର ସମ୍ବନ୍ଧୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

March 03, 2023, ଓଡ଼ିଶା, ଗଞ୍ଜାମ, Kiran Behera
ଶିଶୁ ଅଧିକାର ସମ୍ବନ୍ଧୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
March 03, 2023

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ଅନ୍ତର୍ଗତ ମଦନମୋହନ ପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ଅଧିକାର (ଶିକ୍ଷା ଅଧିକାାର , ଖାଦ୍ୟ ଅଧିକାର , ଶିଶୁ ଶ୍ରମିକ , ବାଲ୍ୟ ବିବାହ , ଶାରୀରିକ ନିର୍ଯ୍ୟାତନା , ଯୌନ ନିର୍ଯାତନା ଆଦି ) ସମ୍ବନ୍ଧୀୟ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଚିକିଟି ଉପଖଣ୍ଡ ଥାନା ଅଧିକାରୀ ତଥା ଏସଡିପିଓ କୃଷ୍ଣଚନ୍ଦ୍ର ଭାତ୍ରା ଅତିଥିଭାବେ ଯୋଗଦେଇ ସୁସ୍ଥ ଶିଶୁ ଗଠନ ହେଲେ ସୁସ୍ଥ ସମାଜ ଗଠନ ହେବ ବୋଲି ମତ ପ୍ରକାଶ କରିବା ସହ ବାଲ୍ୟ ବିବାହ , ଯୌନ ନିର୍ଯାତନା , ଶାରୀରିକ ନିର୍ଯ୍ୟାତନା ଉପରେ ବିଭିନ୍ନ ଆକ୍ଟ ବିଷୟରେ ମତପ୍ରକାଶ କରିଥିଲେ । ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ମକର୍ତ୍ତା ଡଃ .କିରଣ କୁମାର ପଣ୍ଡିତ କିଭଳି ଭାବେ ଶିଶୁ ନିଜେ ନିରାପଦ ରହି ସମାଜ ଗଠନରେ ସହାୟକ ହେବ ବୁଝାଇଥିଲେ । ସେହିପରି ଏବିଇଓ ରସାନନ୍ଦ ଘଡେଇ ଶିଶୁ ମାନଙ୍କ ଶିକ୍ଷା ଅଧିକାର ସମ୍ବନ୍ଧରେ ବାର୍ତ୍ତା ପ୍ରଦାନ କରିଥିଲେ ଏଥିସହ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିବରାମ ପ୍ରଧାନ ପିତାମାତା ସଚେତନ ହେଲେ ପିଲାଙ୍କୁ ସଚେତନ କରିପାରିବେ ଓ ଏହା ସମାଜ ଉପରେ ପ୍ରଭାବ ପକାଇପାରିବ ବୋଲି ଆହ୍ୱାନ କରିଥିଲେ । ଅଭିଭାବକ ଓ ଗ୍ରାମବାସୀ ତେଜେଶ୍ୱର ପ୍ରଧାନ , ମୁରଲୀଧର ପ୍ରଧାନ , ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଶ୍ୟାମଘନ ପ୍ରଧାନ, ସଂଗୀତା ବେହେରା , ଶିଳ୍ପା ପ୍ରଧାନ , ପ୍ରତିମା ପ୍ରଧାନ, ନମିତା ପ୍ରଧାନ, ସନ୍ତୋଷୀ ପ୍ରଧାନ, ଲିଲି ପ୍ରଧାନ, ସବିତା ପ୍ରଧାନ, ରଶ୍ମିତା ବେହେରା, ନାଚି ପାତ୍ର ସରସ୍ବତୀ ପ୍ରଧାନଙ୍କ ସମେତ ବହୁ ଅଭିଭାବକ ଅଭିଭାବିକା ଅଂଶ ଗ୍ରହଣ କରି ନିଜ ନିଜ ମତ ପ୍ରକାଶ କରିଥିଲେ । ଶିକ୍ଷକ ନରେନ୍ଦ୍ର ସାହୁ , ଜ୍ୟୋତି ମହାରଣା , ସୌମ୍ୟ ରଞ୍ଜନ ପ୍ରଧାନ ଓ ରାମଚନ୍ଦ୍ର ପ୍ରଧାନ ପରିଚାଳନା କରିବାରେ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଟପୁର ଥାନା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର : ୪୦୨ ୟୁନିଟ ରକ୍ତ ସଂଗ୍ରହ

ପାଟପୁର ଥାନା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର : ୪୦୨ ୟୁନିଟ ରକ୍ତ ସଂଗ୍ରହ

Read More...

ବିଜୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ଦିଗପହଣ୍ଡି ବ୍ଳକ ଓ ନଗର ବିଜେଡି ତରଫରୁ ଆଲୋଚନା ବୈଠକ

ବିଜୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ଦିଗପହଣ୍ଡି ବ୍ଳକ ଓ ନଗର ବିଜେଡି ତରଫରୁ ଆଲୋଚନା ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: