ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଶପଥ ପାଠ ଉତ୍ସବ

March 05, 2023, ଓଡ଼ିଶା, ଗଞ୍ଜାମ, Kiran Behera
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଶପଥ ପାଠ ଉତ୍ସବ
Kiran Behera
[ Reporter,Digapahandi ]
Bhagyaprabha News Bureau
March 05, 2023

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ କାର୍ଯ୍ୟକ୍ରମ ରବିବାର ଦିନ ଦିଗପହଣ୍ଡି ସ୍ଥିତ ଅଞ୍ଚଳେଶ୍ବରୀ ମନ୍ଦିର ପ୍ରାଙ୍ଗଣର ଅନୁଷ୍ଠିତ ହୋଇଯାଇଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଇ . ଗଣେଶ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସାରଥୀ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଉପ ସଭାପତି ଡି . ଗୈାରୀ , ସାଧାରଣ ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ସମେତ ଦିଗପହଣ୍ଡି ବ୍ଳକ ଶିକ୍ଷକ ସଂଘ ଉପସଭାପତି ଦିବାକର ପାଣିଗ୍ରାହୀ , ଉପ ସଭାନେତ୍ରୀ ମମତା ଦେବୀ , ସାଧାରଣ ସଂପାଦକ ସନ୍ତୋଷ କୁମାର ଗୈାଡ , ସହ ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ , ସିମାଞ୍ଚଳ ପ୍ରଧାନ ଓ ପ୍ରଦୀପ କୁମାର ମହାପାତ୍ର , କୋଷାଧ୍ୟକ୍ଷ ଶିବଶଙ୍କର ମିଶ୍ର , ଜିଲ୍ଲା ସଭ୍ୟ ସୁଦାମ ଦାସ , ସୁରେନ୍ଦ୍ର ନାଥ ବେହେରା , ନର୍ମଦା ପାତ୍ର , ସଂଯୋଜକ ଲକ୍ଷ୍ମଣ ସାହୁ , ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ପାଢ଼ୀ , ପୂର୍ବତନ ସଭାପତି ତଥା ଶିକ୍ଷକ ସନାତନ ପଟ୍ଟନାୟକ , ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଆୟୋଜିତ ଉତ୍ସବରେ ବ୍ଳକସ୍ତରୀୟ ନୂତନ ଶିକ୍ଷକ ସଂଘ ପକ୍ଷରୁ ମନୋନୀତ ହୋଇଥିବା କର୍ମକର୍ତ୍ତା , ଏନ୍ ପିଏସ ସଂଘ , ଗଣ ଶିକ୍ଷକ ସଂଘ , ନିୟମିତ ଶିକ୍ଷକ ସଂଘ ଯେପରି ମିଳିତ ଭାବରେ କାର୍ଯ୍ୟ କରି ନିଜ ଦାବି ହାସଲ କରିବେ ଜିଲ୍ଲା ସଭାପତି ଶ୍ରୀ ପାତ୍ର ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ଳଷ୍ଟର ସଦସ୍ୟ ଗଣେଶ ସାହୁ , ଅଙ୍ଗଦ ବେହେରା , ସ୍ବୟଂପ୍ରଭା ପଟ୍ଟନାୟକ , ସନ୍ତୋଷ କୁମାର ସାହୁ , ରାଜେନ୍ଦ୍ର ଗୈାଡ , ଦେବେନ୍ଦ୍ର ବେହେରା , ନରସିଂହ ପଣ୍ଡା , ରବିନାରାୟଣ ପାଢ଼ୀ , ସୁଦାମ ବେହେରା ଉପସ୍ଥିତ ରହିଥିଲେ । ଶିକ୍ଷକ ପଦ୍ମନାଭ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ଖେଳପଡିଆ ସଫେଇ କଲେ ସ୍ୱେଚ୍ଛାସେବୀ

ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ଖେଳପଡିଆ ସଫେଇ କଲେ ସ୍ୱେଚ୍ଛାସେବୀ

Read More...

ଦିଗପହଣ୍ଡି ବ୍ଳକରେ ପଞ୍ଚାୟତରାଜ ଓ ଲୋକସେବା ଦିବସ ପାଳିତ

ଦିଗପହଣ୍ଡି ବ୍ଳକରେ ପଞ୍ଚାୟତରାଜ ଓ ଲୋକସେବା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: