ଗଜପତିରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅନୁଷ୍ଠିତ

March 11, 2023, ଓଡ଼ିଶା, ଗଞ୍ଜାମ, Rasmi Ranjan Sahu
ଗଜପତିରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅନୁଷ୍ଠିତ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 11, 2023

ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ୱର ସହଯୋଗ ରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ରେ ଗଜପତି ଜିଲ୍ଲାରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ହୋଇଯାଇଛି। ମହା ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ତ୍ରିପାଠୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା ପ୍ରତିଷ୍ଠାନ ର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର , ଡଃ ପ୍ରଣୀନ୍ଦ୍ର ଭୂଷଣ ରଥ ଯୋଗଦେଇ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ସ୍ଥିତପ୍ରଜ୍ଞ ମହାବିଦ୍ୟାଳୟ ଭୁବନେଶ୍ୱରର ବରିଷ୍ଠ ଅଧ୍ୟାପକ ଡ଼ଃ ବୈରାଗୀ ଚରଣ ପଟ୍ଟନାୟକ ଆଲୋଚକ ଭାବେ ଯୋଗ ଦେଇ ଓଡ଼ିଆ ଭାଷା ଓ ସାହିତ୍ୟ କୁ ପାରଳାଖେମୁଣ୍ଡି ର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଅନ୍ୟତମ ଆଲୋଚକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଶାସ୍ତ୍ରୀୟ ଭାଷା ଓ ଶାସ୍ତ୍ରୀୟ ଓଡ଼ିଆ ଭାଷା ସମ୍ପର୍କରେ ଆଲୋଚନା କରିଥିବାବେଳେ ଓଡ଼ିଆ ବିଭାଗ ର ମୁଖ୍ୟ ଡଃ ଚନ୍ଦ୍ର ଶେଖର ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସଂସ୍କୃତ ବିଭାଗର ମୁଖ୍ୟ ପ୍ରଫେସର ବିଘ୍ନେଶ୍ୱର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିବା ସହ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷ ରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ତଥା ବକୃତା, ଶୁଦ୍ଧ ଲିଖନ, ପ୍ରବନ୍ଧ ପ୍ରଭୁତି ପ୍ରତିଯୋଗିତା ରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇନଫ୍ଲୁଏଞ୍ଜା ପାଇଁ ସବୁ ଜିଲ୍ଲାକୁ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ

ଇନଫ୍ଲୁଏଞ୍ଜା ପାଇଁ ସବୁ ଜିଲ୍ଲାକୁ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ

Read More...

ଗଞ୍ଜାମର ୨୧୮ କେନ୍ଦ୍ରରେ ୪୧ ହଜାରରୁ ଉର୍ଦ୍ଧ ବିଦ୍ୟାର୍ଥୀ ଦେଲେ ଦଶମ ପରିକ୍ଷା

ଗଞ୍ଜାମର ୨୧୮ କେନ୍ଦ୍ରରେ ୪୧ ହଜାରରୁ ଉର୍ଦ୍ଧ ବିଦ୍ୟାର୍ଥୀ ଦେଲେ ଦଶମ ପରିକ୍ଷା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: