ବାଙ୍କେଶ୍ୱରୀ ଘାଟିରେ ଓଲଟିଲା ପିକଅପ ଭ୍ଯାନ୍ : ଜଣେ ମୃତ , ୫ ଗୁରୁତର

March 17, 2023, ଅପରାଧ, ଗଞ୍ଜାମ, Kiran Behera
ବାଙ୍କେଶ୍ୱରୀ ଘାଟିରେ ଓଲଟିଲା ପିକଅପ ଭ୍ଯାନ୍ : ଜଣେ ମୃତ , ୫ ଗୁରୁତର
Kiran Behera
[ Reporter,Digapahandi ]
Bhagyaprabha News Bureau
March 17, 2023

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି . ତୁରୁବୁଡି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶୀର୍ଷରେ ଅବସ୍ଥାପିତ ମାଁ ନିଜ ବାଙ୍କେଶ୍ଵରୀ ଘାଟି ରାସ୍ତାରେ ଶୁକ୍ରବାର ସକାଳୁ ଏକ ପିକଆପ ଭ୍ଯାନ୍ ଓଲଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ୫ ଜଣ ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ରହିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ଅନ୍ତର୍ଗତ ଖଇରପଙ୍କ ଗ୍ରାମର ଲିଙ୍ଗା କନିୟାରୀ (୪୨) ବୋଲି ଖବର ମିଳିଥିବା ବେଳେ ଗୁରୁତର ମାନଙ୍କ ମଧ୍ୟରେ ଗଡଗୋବିନ୍ଦପୁର ପଞ୍ଚାୟତ ଧାନ୍ଯରାଶି ଗ୍ରାମର ବୃନ୍ଦା କନିୟାରୀ , ଭାଗ୍ଯଲତା ବାଡତ୍ୟା , ରମ୍ଭା ପ୍ରଧାନ , ଏଲ୍ . ଦମୟନ୍ତୀ ରହିଛନ୍ତି । ଖବରନୁଯାୟୀ , ଆଜି ସକାଳୁ ଖଇରପଙ୍କ ଗ୍ରାମର ଡି . ଜାଗିଲିଙ୍କ ପୁଅର ମାନସିକ କାର୍ଯ୍ୟ ଚୁଟି ମୁଣ୍ଡନ ନିମନ୍ତେ ଏକ ପିକଅପ ଭ୍ଯାନ୍ ଜରିଆରେ ମାଁ ନିଜ ବାଙ୍କେଶ୍ଵରୀ ପୀଠକୁ ଯାଉଥିଲେ । ତେବେ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଘାଟି ରାସ୍ତାର ପିଲିକା ଢିଅ ଗ୍ରାମ ନିକଟସ୍ଥ ମଗୁରମା ନାଳ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବେଳେ ଏଥିରେ ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଖବର ପ୍ରଚାରିତ ହେବା ପରେ ନିକଟସ୍ଥ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଗୁରୁତର ଅବସ୍ଥାରେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସରେ ସମସ୍ତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ଉପସ୍ଥିତ ଡାକ୍ତର ଲିଙ୍ଗାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଗୁରୁତର ୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଅପରପକ୍ଷରେ ଦିଗପହଣ୍ଡି ଥାନା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଶବ ଗୃହକୁ ପଠାଇଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଡାସିଂ ଜଙ୍ଗଲରେ ପୋଲିସର ଚଢାଉ, ୨୦ କ୍ୟୁଣ୍ଟାଲ୍ ଗଞ୍ଜେଇ ଜବତ

ଆଡାସିଂ ଜଙ୍ଗଲରେ ପୋଲିସର ଚଢାଉ, ୨୦ କ୍ୟୁଣ୍ଟାଲ୍ ଗଞ୍ଜେଇ ଜବତ

Read More...

ବୋରିପଦର ଠାକୁରାଣୀ ଯାତ୍ରା ଉଦଯାପିତ

ବୋରିପଦର ଠାକୁରାଣୀ ଯାତ୍ରା ଉଦଯାପିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: