ହର୍ବାଲ ମେଳାର ତୃତୀୟ ସନ୍ଧ୍ୟାରେ ମଧୁମେହ ଓ ତାହାର ନିରାକରଣ ଉପରେ ଆଲୋଚନା ଚକ୍ର

March 19, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ହର୍ବାଲ ମେଳାର ତୃତୀୟ ସନ୍ଧ୍ୟାରେ ମଧୁମେହ ଓ ତାହାର ନିରାକରଣ ଉପରେ ଆଲୋଚନା ଚକ୍ର
Gouri Shankar Mishra
[ Video Journalist ]
Bhagyaprabha News Bureau
March 19, 2023

ରାଜ୍ୟ ଔଷଧିୟ ବୃକ୍ଷ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡର ମିଳିତ ଆନୁକୁଲ୍ୟରେ ଆୟୋଜିତ କଳିଙ୍ଗ ହର୍ବାଲ ମେଳା ତୃତୀୟ ସନ୍ଧ୍ୟାରେ ପହଞ୍ଚିଛି। ଏହି ତୃତୀୟ ସନ୍ଧ୍ୟାରେ ମଧୁମେହ ରୋଗ ଓ ତାହାର ନିରାକରଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ମୁଖ୍ୟତଃ ମଧୁମେହ ରୋଗର ଚିକିତ୍ସା ରେ ଆୟୁର୍ବେଦ ର ଭୂମିକା ଏବଂ ଉପକାରିତା ବିଷୟରେ ଅତିଥି ମାନେ ନିଜର ମତ ରଖିଥିଲେ। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ଙ୍କ ସଭାପତିତ୍ବରେ ଆୟୋଜିତ ହର୍ବାଲ ମେଳାର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ ଆନନ୍ଦ, ମୁଖ୍ୟବକ୍ତା ଭାବେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟର୍ବେଦିକ ମହାବିଦ୍ୟାଳୟର ପ୍ରଫେସର ଅର୍ପିତା ନରେନ୍ଦ୍ର ଜିତ ସିଂ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଟ ମଧୁମେହ ଡାକ୍ତର ରବି କୁମାର ଶତପଥୀ, ଡାକ୍ତର ଶଶିକାନ୍ତ ମିଶ୍ର, ଡାକ୍ତର ରମେଶ ଚନ୍ଦ୍ର ଦାସ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୂଳପାଣି ଶତପଥୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ବନ ସଂରକ୍ଷକ ଏ ମାଧବୀଲତା ମଞ୍ଚାସୀନ ଥିଲେ। ସେହିପରି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଣ ଗଣ୍ଡା ସମାଜ ବିକାଶ ପରିଷଦର କର୍ମକର୍ତ୍ତା ନିର୍ବାଚନ

ପାଣ ଗଣ୍ଡା ସମାଜ ବିକାଶ ପରିଷଦର କର୍ମକର୍ତ୍ତା ନିର୍ବାଚନ

Read More...

ଭାରତ ଭ୍ରମଣରେ ପଦଯାତ୍ରାକାରୀ ମହୀଶୂରର ଯୁବକ କ୍ରିଷ୍ଣାଙ୍କୁ ଦିଗପହଣ୍ଡିରେ ବିପୁଳ ସମ୍ବର୍ଦ୍ଧନା

ଭାରତ ଭ୍ରମଣରେ ପଦଯାତ୍ରାକାରୀ ମହୀଶୂରର ଯୁବକ କ୍ରିଷ୍ଣାଙ୍କୁ ଦିଗପହଣ୍ଡିରେ ବିପୁଳ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: