ଗୋକର୍ଣ୍ଣପୁରରେ ବିପିନଙ୍କ ନେତୃତ୍ୱରେ ବିଜେଡିର ବିଶାଳ ମହିଳା ସମାବେଶ

March 24, 2023, ରାଜନୀତି, ଗଞ୍ଜାମ, Kiran Behera
ଗୋକର୍ଣ୍ଣପୁରରେ ବିପିନଙ୍କ ନେତୃତ୍ୱରେ ବିଜେଡିର ବିଶାଳ ମହିଳା ସମାବେଶ
Kiran Behera
[ Reporter,Digapahandi ]
Bhagyaprabha News Bureau
March 24, 2023

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ବିଶାଳ ମହିଳା ସମାବେଶ ଓ ସାଂଗଠନିକ ସଭାରେ ଦିଗପହଣ୍ଡି ବ୍ଳକ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ୨୬ ନଂ ଜୋନ୍ ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗର୍ଜିଲେ ଦଳୀୟ କର୍ମୀ । ଖବରନୁଯାୟୀ , ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ମହିଳାମାନଙ୍କୁ ସଶକ୍ତିକରଣ ଓ ସ୍ବାବଲମ୍ବୀ କରିବା ପାଇଁ ଯେଭଳି ଭାବରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ କରି ଅଗ୍ରାଧିକାର ଦେଇ ଆସୁଛନ୍ତି ତାହାକୁ କିପରି ସଫଳ ରୂପାୟନ କରିବା ଉଦ୍ଦେଶ୍ୟ ନେଇ ଆଜି ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଏହି ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପ୍ରାୟ ୭ ହଜାରରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ଗୋକର୍ଣ୍ଣପୁର ଦିବ୍ଯଜିବନୀ ସଂଘ କାର୍ଯ୍ୟାଳୟ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ପରେ ଠାକୁରାଣୀ ମନ୍ଦିର ନିକଟସ୍ଥ ପଡିଆ ଠାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀଙ୍କ ସଂଯୋଜନାରେ ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ୱାଇଁ , ବରିଷ୍ଠ ବିଜେଡି ନେତା ଶମ୍ଭୁନାଥ ପଣ୍ଡା , ବିଜେଡି ମହିଳା ନେତ୍ରୀ କେ . ଶିବାନୀ ରେଡ୍ଡୀ , ଲକ୍ଷ୍ମୀ ବେହେରା , ପୂର୍ବତନ ଜିଲ୍ଲା ପରିଷଦ କୁରି ସେଠୀ , ଜି.ବାସନ୍ତୀ ଦୋରା , ପୂର୍ବତନ ଗୋକର୍ଣ୍ଣପୁର ସରପଞ୍ଚ ମିନତି ଦେବୀ , ଦିଗପହଣ୍ଡି ସେବା ସମବାୟ ସଭାପତି ପ୍ରମୋଦ ପାଣିଗ୍ରାହୀ , ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ , ପୂର୍ବତନ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟା , କଇଠଡା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ , ଗୋକର୍ଣପୁର ପୂର୍ବତନ ସରପଞ୍ଚ ଅସିତ୍ ସାହୁ , ଗୌଡ଼ଗାଁ ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ,ଆଙ୍କୋରଡା ପୂର୍ବତନ ସରପଞ୍ଚ ଉଷନ୍ତ ସାହୁ , ସରପଞ୍ଚ ନିରାକାର ପ୍ରଧାନ , ଯୁବ ନେତା ମନୋଜ ସାହୁ , ମହେଶ୍ୱର ପ୍ରଧାନ , ନାଏବ ସରପଞ୍ଚ ବିଦେଶୀ ଗୌଡ଼ ,ପୂର୍ବତନ ଜିଲ୍ଲା ପରିଷଦ ରାଜେନ୍ଦ୍ର ଦୋରା , ଯୁବ ନେତା କିଶୋର ଚନ୍ଦ୍ର ସର୍ଦ୍ଦାର , ପୂର୍ବତନ ବ୍ଲକ ଛାତ୍ର ବିଜେଡି ସଭାପତି ରାଜ୍ କିଶୋର ମହାନ୍ତି , ବିକ୍ରମ ସିଂ ସମେତ ବହୁ ମହିଳା , ପୁରୁଷ ଓ ଯୁବଗୋଷ୍ଠୀ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ସମେତ ଦଳୀୟ ଛାମୁ କର୍ମକର୍ତ୍ତା ମାନେ ସାଢେ ୪ କୋଟି ଜନତାଙ୍କ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ୨୦୨୪ ନିର୍ବାଚନରେ ଦଳକୁ ସୁସଂଗଠିତ କରି ନବୀନ ବାବୁଙ୍କ ହାତମୁଠାକୁ ପୁଣିଥରେ ଦୃଢ଼ କରି ବିଜୁ ଜନତା ଦଳକୁ ବିଜୟୀ କରିବା ଏବଂ ଆଗାମୀ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ଶାନ୍ତି ଫେରାଇ ଆଣିବା ଏବଂ ଦଳର ସ୍ବଚ୍ଛତା ଦୃଷ୍ଟିରୁ ଦଳୀୟ ଟିକେଟ ଦିଆଯିବା ନିମନ୍ତେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସଭାକାର୍ଯ୍ୟରେ କର୍ମୀମାନେ ଅନୁରୋଧ କରିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୁଆଁସରେ ମିଶନ ଶକ୍ତି ଗୃହ ଉଦଘାଟିତ

କୁଆଁସରେ ମିଶନ ଶକ୍ତି ଗୃହ ଉଦଘାଟିତ

Read More...

 ଗାୟତ୍ରୀ ମହାଯଜ୍ଞର ପ୍ରଥମ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଗାୟତ୍ରୀ ମହାଯଜ୍ଞର ପ୍ରଥମ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: