ଦେଶରେ ସାଧାରଣ ଜନତାଙ୍କ ପ୍ରଥମ ପସନ୍ଦ ପାଲଟିଲାଣି ଇ-ବାଇକ୍

March 27, 2023, ବିଶେଷ, ଗଞ୍ଜାମ, Gouri Shankar Mishra
ଦେଶରେ ସାଧାରଣ ଜନତାଙ୍କ ପ୍ରଥମ ପସନ୍ଦ ପାଲଟିଲାଣି ଇ-ବାଇକ୍
Gouri Shankar Mishra
[ Video Journalist ]
Bhagyaprabha News Bureau
March 27, 2023

ଦେଶରେ ସାଧାରଣ ଜନତାଙ୍କ ପ୍ରଥମ ପସନ୍ଦ ପାଲଟିଲାଣି ଇ-ବାଇକ୍ ଓ ଯାନବାହାନ । ବ୍ରହ୍ମପୁର ଠାରେ ଇ ବାଇକ୍ ସୋ ରୁମ୍ ର ଶୁଭ ଉଦଘାଟନ ଅବସରରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ ପ୍ରକାଳ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ବ୍ରହ୍ମପୁର ସ୍ଥିତ ନୀଳକଣ୍ଠେଶ୍ଵର ରୋଡ ହାଉସିଂ ବୋର୍ଡ ଜଙ୍ଗସନ ଠାରେ ନିସାନୀ ମୋଟର୍ସ ର ବାଉନ୍ସ ଇନ୍ଫିନିଟି ନାମକ ଏକ ଇ ବାଇକ୍ ସୋ ରୁମର ଶୁଭ ଉଦ୍ଘାଟନ ସମାରୋହରେ ଅନୁଷ୍ଠାନର ପ୍ରୋପ୍ରlଇଟର ଗୌରୀ ଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା,ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧକ୍ଷ ସୁବାଷ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ରହି ସୋ ରୁମର ଶୁଭ ଉଦଘାଟନ କରିଥିଲେ l ନୂତନ ଅନୁଷ୍ଠାନର ଶୁଭ ଉଦଘାଟନ ଅବସରରେ ଯେ କୌଣସି ଇ-ବାଇକ୍ କିଣିଲେ ଏକ ନୂଆ ହେଲମେଟ ସହ ଆକର୍ଷଣୀୟ ଉପହାର ଦିଆଯାଉଛି ବୋଲି ଅନୁଷ୍ଠାନର ମୁଖ୍ୟ ପରିଚାଳକ ଶ୍ରୀକାନ୍ତ ମହାପାତ୍ର କହିଛନ୍ତି l ବିଭିନ୍ନ କଲର୍ ର ଅତ୍ୟାଧୁନିକ ମୋଡେଲର ଗାଡି ସୁଲଭ ମୂଲ୍ୟରେ ଉପଲବ୍ଧ ରହିଛି l କର୍ପୋରେଟର ଚିତ୍ରସେନ ମହାପାତ୍ର, ଯୁବ ନେତା ଦୁର୍ଗା ପଣ୍ଡା ଅଜିତ୍ ପଣ୍ଡା ଓ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନର ଉନ୍ନତି କାମନା କରିଥିଲେ l ଚାର୍ଟଡ ଆକାଉଣ୍ଟ ଏମ.ଡି.ସିରାଜ, ଆଇନଜୀବୀ ଶିଶିର କୁମାର ପାଢ଼ୀ,ପ୍ରମୋଦ ମହାପାତ୍ର , ପବିତ୍ର ମହାନ୍ତି, କିରଣ, ସୁନୀଲ ସାହୁ ସାଜନ ବାରଣାସୀ ସମେତ ବହୁ ଶୁଭେଚ୍ଛୁ, ବନ୍ଧୁ ପ୍ରିୟଜନ ଉପସ୍ଥିତ ରହି ଅନୁଷ୍ଠାନର ସଫଳତା କାମନା କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦି ସରକାରଙ୍କ ବିରୋଧରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସର ବିକ୍ଷୋଭ

ମୋଦି ସରକାରଙ୍କ ବିରୋଧରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସର ବିକ୍ଷୋଭ

Read More...

ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ଦାବୀରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତକଲା ଡେଭଲପମେଣ୍ଟ ଫୋରମ

ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ଦାବୀରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତକଲା ଡେଭଲପମେଣ୍ଟ ଫୋରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: