ଦଣ୍ଡନାଚ ଆରମ୍ଭରୁ ପେଣ୍ଡାଲରେ ଦେଖିବାକୁ ମିଳିଛି ବେଆଇନ ସାପ ଖେଳ

March 29, 2023, ବିଶେଷ, ଗଞ୍ଜାମ, Swadhina Kumar Sahu
ଦଣ୍ଡନାଚ ଆରମ୍ଭରୁ ପେଣ୍ଡାଲରେ ଦେଖିବାକୁ ମିଳିଛି ବେଆଇନ ସାପ ଖେଳ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
March 29, 2023

ଗଞ୍ଜାମ- ଜିଲ୍ଲାର ଐତିହ ଓ ପରମ୍ପରା ହେଉଛି ଦଣ୍ଡ ନୃତ୍ୟ, ଏହି ଦଣ୍ଡ ନୃତ୍ୟରେ ଲୋକଙ୍କ ମନୋରଞ୍ଜନ କରିବା ସହିତ ଟଙ୍କା ରୋଜଗାର କରିବା ପାଇଁ ନିରିହ ଶରିଶୃପଙ୍କୁ ବ୍ୟବହାର କରୁଛନ୍ତି କିଛି ଯାତ୍ରା ପରିଚାଲନା କମିଟି । ପ୍ରତି ବର୍ଷ ଏହି ଦଣ୍ଡନୃତ୍ୟ ସମୟରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନ କରି ଦେଖିବାକୁ ମିଳୁଛି ଶରିଶୃପ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ଖେଳ । ସେହିପରି କୋଭିଡର କଟକଣା ହଟିବା ପରେ ଚଳିତ ବର୍ଷ ପୁଣିଥରେ ଦଣ୍ଡନୃତ୍ୟ ଆରମ୍ଭ ହୋଇଥିବା ବେଳେ ପେଣ୍ଡାଲ ମାନଙ୍କରେ ଦେଖିବାକୁ ମିଳିଛି ସାପ ସହ ଖେଳ ଠାରୁ ଆରମ୍ଭ କରି ଘୁଷୁରି ଓ କୁକୁଡାଙ୍କ ନୃଂସଶ ଭାବେ ହତ୍ୟା କରି ଖାଇବାର ଦୃଶ୍ୟ । ଯାହା ବର୍ତ୍ତମାନ ସାଧାରଣରେ ବେଶ ଚର୍ଚ୍ଚାକୁ ଆସିଛି । ତେବେ ଏଠାରେ ଆମେ ଉଲ୍ଲେଖ ରଖୁଛୁ କି ସାପକୁ ଧରି ଖେଲିବା ଓ ତାହା ସହିତ ଫଟୋ ଉଠାଇବା ଉପରେ ରୋକ ଲଗାଇଛନ୍ତି ସରକାର । ସରକାରଙ୍କ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ୯ ନମ୍ବର ଆକ୍ଟରେ ଏ ନେଇ ସର୍ବିଶଏଷ ଉଲ୍ଲେଖ ରହିଛି । ତେବେ ବାରମ୍ବାର ଜିଲ୍ଲାରେ ଏହିପରି ଘଟୁଥିବା ବେଳେ ଏପରି ଅନେକ ଘଟଣା ବନ ବିଭାଗର ନଜରକୁ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ବର୍ତ୍ତମାନ ପୁଣିଥରେ କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁର ଅଞ୍ଚଳରେ ପୋଲସରାର ଜଣେ ବ୍ୟକ୍ତି ଯାତ୍ରା ପେଣ୍ଡାଲରେ ସାପ ଖେଲାଉଥିବାର ଚିତ୍ର ଦେଖିବାକୁ ମିଳିଛି । ଉକ୍ତ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିବା ବେଳେ ବ୍ୟକ୍ତି ଜଣଙ୍କ ଗୋଟିଏ ବିଷଧର ନାଗ ସାପକୁ ଧରି ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏଭଂ ପାଖରେ ଶତାଧିକ ଲୋକ ଛିଡା ହୋଇଛନ୍ତି । ତେବେ ଯାତ୍ରା ପେଣ୍ଡାଲରେ ସାପ ଖେଲାଇବା କେବଳ ଆଇନର ଉଲ୍ଲଙ୍ଗନ ନୁହେଁ ବରଂ ଏହା ଦ୍ୱାରା ଅନେକ ଲୋକଙ୍କ ଜୀବନ ପ୍ରତି ବିପଦ ରହିଥାଏ । ଯାହାକୁ ନେଇ ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କୁ ଚିଠି ଲେଖିଛନ୍ତି ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ସୁଭେନ୍ଦୁ ମଲ୍ଲିକ । ଏହା ସହିତ ଉକ୍ତ ଚିଠିର ଏକାକିତ ନକଲ ସେ ୫ଟି ସଚିବ, ଜଙ୍ଗଳ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବୋର୍ଡର ଅତିରିକ୍ତ ନିର୍ଦ୍ଦେଶିକାଙ୍କ ନିକଟକୁ ପଠାଇଛନ୍ତି । ଅନ୍ୟପଟେ ଏହିପରି କିଛି ଘଟଣା ବନ ବିଭାଗର ନଜରକୁ ଆସି ନଥିବା ବେଳେ ଯଦି କିଛି ସେହିପରି ଘଟିଥାଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦକ୍ଷିଣ ଘୁମୁଷର ବନଖଣ୍ଡ ଅଧିକାରୀ ଦିଲିପ ରାଉତ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରବଣ ବାଧିତ ଶିଶୁଙ୍କ ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଶ୍ରବଣ ବାଧିତ ଶିଶୁଙ୍କ ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Read More...

ସହଦେବ. ଟିକରପଡା ଗୋଷ୍ଠି ସଂଘର୍ଷ ମାମଲା : ମହିଳା ସମେତ ୩ ଯୁବକ ଗିରଫ

ସହଦେବ. ଟିକରପଡା ଗୋଷ୍ଠି ସଂଘର୍ଷ ମାମଲା : ମହିଳା ସମେତ ୩ ଯୁବକ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: