ବିସିସି ବ୍ୟାଙ୍କର ୭୭ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 29, 2023, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ବିସିସି ବ୍ୟାଙ୍କର ୭୭ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
March 29, 2023

ବ୍ରହ୍ମପୁର- ସ୍ଥାନୀୟ ଚର୍ଚ ରୋଡ ସ୍ଥିତ ବ୍ରହ୍ମପୁର ସମବାୟ କେନ୍ଦ୍ରୀୟ ବ୍ୟାଙ୍କର ୭୭ତମ ସାଧାରଣ ପରିଷଦ ବୈଠକ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ସଭାପତି ଶିବରାମ ପାତ୍ରଙ୍କ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ସଭାନେତ୍ରୀ ଗୀତାଞ୍ଜଳୀ ପ୍ରଧାନ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶିକା ବିଷ୍ଣୁପ୍ରିୟା ନାୟକ, ବ୍ରହ୍ମପୁର ଉପ ନିବନ୍ଧକ ବିଶ୍ୱ ରଞ୍ଜନ ଦାସ, ପାରଲାଖେମିଣ୍ଡି ଉପ ନିବନ୍ଧକ ହରିହର ସେଠ, ଛତ୍ରପୁର ଉପ ନିବନ୍ଧକ ଯୋଗମାୟା ସାବତ, ସହକାରୀ ନିବନ୍ଧକ ପର୍ଶୁରାମ ପାତ୍ର, ଜିଲ୍ଲା ଉନ୍ନୟନ ଅଧିକାରୀ ଡ ସଞ୍ଜିବ ମିଶ୍ରଙ୍କ ସମେତ ସମସ୍ତ ପରିଚାଳନା ନିର୍ଦ୍ଦେଶକ ମଞ୍ଚାସୀନ ଥିଲେ । ଏହି ଅବସରରେ ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କରୁଣାକର ହାଁସଦାଃ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବାର୍ଷିକ ଖର୍ଚ୍ଚ ବିବରଣୀ ସହିତ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ କର୍ମଶାଳା ଠାରୁ ଆରମ୍ଭ କରି ବିଭିନ୍ନ ଶାଖାର ଉନ୍ନତି କରଣ, ବିଭିନ୍ନ ସ୍ଥାନରେ ଏଟିଏମ ମସିନ କାର୍ଯ୍ୟକ୍ଷମ କରିବା ପରି ବହୁ ବିଷ୍ୟରେ ଆଲୋଚନା ହୋଇଥିଲା । ସେହିପରି ଏହି ବ୍ୟାଙ୍କ ଗଞ୍ଜାମ ଓ ଗଜପତି ଅଭୟ ଜିଲ୍ଲାରେ ରହିଥିବାରୁ ସେଠାକାର ଚାଷୀଙ୍କ ବିକାଶ ସହିତ ବିଭିନ୍ନ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି କିପରି ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ସେହିପରି ଏହି ବୈଠକରେ ସମସ୍ତ ପ୍ରାଥମିକ ସେବା ସମବାୟର ସଭାପତି, ସମ୍ପାଦକଙ୍କ ସମେତ ସମସ୍ତ ଶାଖାର କର୍ମଚାରୀ ଓ ବିଭିନ୍ନ ସମବାୟ ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଥିଲେ । ସେହିପରି କାର୍ଯ୍ୟକ୍ରମ ପରିଶେଷରେ ଓଡିଶା ସମବାୟ ବ୍ୟାଙ୍କ ତଥା ବିସିସି ବ୍ୟାଙ୍କ ନିର୍ଦ୍ଦେଶିକା ବିଷ୍ଣୁପ୍ରିୟା ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୪ ତମ ସମାବର୍ତ୍ତନ ଉତ୍ସବ ପାଳିତ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୪ ତମ ସମାବର୍ତ୍ତନ ଉତ୍ସବ ପାଳିତ

Read More...

ଶ୍ରବଣ ବାଧିତ ଶିଶୁଙ୍କ ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଶ୍ରବଣ ବାଧିତ ଶିଶୁଙ୍କ ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: