ସ୍ୱାଧିନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ସହିଦ୍ ଦିବସ ପାଳିତ

March 29, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ସ୍ୱାଧିନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ସହିଦ୍ ଦିବସ ପାଳିତ
Gouri Shankar Mishra
[ Video Journalist ]
Bhagyaprabha News Bureau
March 29, 2023

ବ୍ରହ୍ମପୁର: ଆଜି ସକାଳ ୮ ଘଣ୍ଟା ରେ ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ ଙ୍କ ୮୧ତମ ସହିଦ ଦିବସ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ବ୍ରହ୍ମପୁର ମଣ୍ଡଳ କାରାଗାର ରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ଓଡ଼ିଶା କାଜୁ ବିକାଶ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମଣ୍ଡଳ କାରାଗାରର ଯେଉଁ ଗୃହରେ ଲକ୍ଷ୍ମଣ ନାୟକ ଙ୍କ କାରାଗାର ଜୀବନ ଅତିବାହିତ କରିଥିବା ସ୍ଥାନରେ ଥିବା ଫଟୋ ଚିତ୍ର ରେ ଅତିଥି ଗଣ ପୁଷ୍ପ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ l ପରେପରେ ମଣ୍ଡଳ କାରାଗାର ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜେଲ୍ ସୁପରିଟେଣ୍ଡ ଧୀରେନ୍ଦ୍ର ନାଥ ବାରିକ, ଜେଲର ସତ୍ୟ ନାରାୟଣ ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା, ସମାଜସେବୀ ଉଷାରାଣୀ ମହାପାତ୍ର, ସାମ୍ବାଦିକ ବନ୍ଧୁଗଣ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ,ମଣ୍ଡଳ କାରାଗାରର କର୍ମଚାରୀ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ : କ୍ଷତି ସହିଥିବା ପରିବାରକୁ ଭେଟିଲେ ସରପଞ୍ଚ

ଦିଗପହଣ୍ଡି ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ : କ୍ଷତି ସହିଥିବା ପରିବାରକୁ ଭେଟିଲେ ସରପଞ୍ଚ

Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୪ ତମ ସମାବର୍ତ୍ତନ ଉତ୍ସବ ପାଳିତ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୪ ତମ ସମାବର୍ତ୍ତନ ଉତ୍ସବ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: